ETV Bharat / bharat

ଯୁବକଙ୍କୁ ନିର୍ଦ୍ଧୁମ ମାଡ଼, ଭିଡ଼ିଓ ଭାଇରାଲ

author img

By

Published : Sep 24, 2019, 7:45 PM IST

ବିହାରରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ରାଜ୍ୟର ଅନେକ ସ୍ଥାନରେ ଲୁଟପାଟ ଭଳି ଅପରାଧ ବଢୁଥିବା ବେଳେ ନିକଟରେ ଜଣେ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମରାଯାଉଥିବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ତେବେ କେଉଁ କାରଣରୁ ତାଙ୍କୁ ମାଡ ମରାଯାଇଛି ସେ ନେଇ କୌଣସି ସଠିକ କାରଣ ଜଣାପଡ଼ିନାହିଁ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ପାଟନା: ବିହାରରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟ ବଢିବାରେ ଲାଗିଛି । ଏହା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ବଢିବାରେ ଲାଗିଛି । ନିକଟରେ ଜଣେ ଯୁବକଙ୍କୁ ମାଡ଼ ମାରୁଥିବାର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ସୂଚନା ମୁତାବକ ଭାଇରାଲ ହେଉଥିବା ଭିଡ଼ିଓରେ ଜଣେ ଯୁବକଙ୍କ ଗୋଡ଼ହାତକୁ ବାନ୍ଧି ତଳେ ପକାଇ ଦିଆଯାଇଛି । ତଳେ ପକାଇ ଉକ୍ତ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମାରୁଥିବା ଦେଖିବାକୁ ମିଳିଛି । ତେବେ ଏଥିରୁ ବର୍ତ୍ତିବା ପାଇଁ ଉକ୍ତ ଯୁବକ ଜଣକ ଗୁହାରି କରୁଥିଲେ ମଧ୍ୟ ଅଭିଯୁକ୍ତମାନେ ତାଙ୍କ କଥା ଶୁଣୁନଥିବା ଦେଖିବାକୁ ମିଳିଛି ।

ତେବେ ଏହି ଘଟଣାଟି ଏକ ନିଛାଟିଆ ଅଞ୍ଚଳରେ ବୋଲି ଜଣାପଡ଼ିଛି । ରାତିରେ ଏହି କାଣ୍ଡକୁ ଭିଆଯାଇଥିବା ଉକ୍ତ ଭିଡ଼ିଓରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ସେପଟେ ଏହି ଭିଡ଼ିଓକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଭିଡ଼ିଓରେ ଦେଖାଯାଉଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ଗିରଫ କରିଥିବା ଜଣାପଡ଼ିଛି । ଏନେଇ ଏସପି ଦିଲନଓ୍ବାଜ ଅହମ୍ମଦ କହିଛନ୍ତି କି, ଜଣେ ଯୁବକଙ୍କୁ ମାଡ଼ ମରାଯାଉଥିବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ଜଣକୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି ବୋଲି ସେ କହିଥିଲେ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.