ETV Bharat / bharat

ଭାଲୁ ଆତଙ୍କ, ଯବାନଙ୍କ ତାଲିମ ବାଧାପ୍ରାପ୍ତ - ଯବାନଙ୍କ ତାଲିମ ବାଧାପ୍ରାପ୍ତ

ଭାଲୁ ଆତଙ୍କ । ଯବାନଙ୍କ ତାଲିମ ବାଧାପ୍ରାପ୍ତ । ଏ ଦୃଶ୍ୟ ହେଉଛି ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଥିବା ଯବାନ ତାଲିମ କଲେଜର । ସନ୍ଧ୍ୟା ହେଲେ କଲେଜ ପରିସରରେ ଭାଲୁଙ୍କ ଉପଦ୍ରବ ଆରମ୍ଭ ହେଇଯାଉଛି । ଯାହା ଫଳରେ ଯବାନଙ୍କ ତାଲିମରେ ବାଧା ଉପୁଜୁଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 7, 2019, 2:18 PM IST

ରାୟପୁର: ଛତିଶଗଡ଼ରେ ଯବାନଙ୍କ ତାମିଲ ଶିବିରରେ ଭାଲୁ ଆତଙ୍କ । ଛତିଶଗଡର କାଙ୍କେର ଜିଲ୍ଲାରେ ଥିବା ଜଙ୍ଗଲବାର କଲେଜରେ ଭାଲୁ ଆତଙ୍କ । କଲେଜ ପରିସରରେ ଚାଲିଥିବା ଶିବିର ଉପରେ ଭାଲୁ ଆକ୍ରମଣ କରିଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି ।

ଉକ୍ତ କଲେଜଟି ପାହାଡ଼ିଆ ଓ ଜଙ୍ଗଲ ଭର୍ତ୍ତି ଅଞ୍ଚଳରେ ରହିଛି । ଏହି ଅଞ୍ଚଳରେ ଭାଲୁଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ଅଧିକ । ଫଳରେ ଖାଦ୍ୟ ଅନ୍ବେଷଣରେ ଭାଲୁ ଅଧିକାଂଶ ସମୟରେ ଏହି ଜଙ୍ଗଲ କ୍ୟାମ୍ପସ ମଧ୍ୟକୁ ପଶିଆସୁଥିବା ଜଣାପଡ଼ିଛି । ଫଳରେ ସେଠାରେ ରହୁଥିବା ଯବାନଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ସନ୍ଧ୍ୟା ହେଲେ କଲେଜ ପରିସର ମଧ୍ୟକୁ ଭାଲୁ ପଶିଆସୁଥିବା ଦେଖିବାକୁ ମିଳିଛି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଭାଲୁ ସନ୍ଧ୍ୟା ପରେ ଆସି କଲେଜରେ ଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳିଛି । କଲେଜରେ ଲାଗିଥିବା ବିଭିନ୍ନ କାଚକୁ ଭାଙ୍ଗି ଦେଇଥିବା ସୂଚନା ମିଳିଛି । ଏନେଇ ବନବିଭାଗକୁ ସୂଚନା ଦିଆଯାଇଛି । ବନବିଭାଗ ଭାଲୁଙ୍କୁ ଧରିବାକୁ ପ୍ରୟାସ ମଧ୍ୟ ଆରମ୍ଭ କରିଛି । କଲେଜରେ ବିଭିନ୍ନ ସ୍ଥାନରେ ଯନ୍ତା ବସାଯାଇଛି । ସେମାନଙ୍କୁ ଧରି ସେମାନଙ୍କୁ ଦୂର ଜଙ୍ଗଲରେ ଛାଡ଼ିବାକୁ ଉଦ୍ୟମ କରୁଛି ବନବିଭାଗ ।

ତେବେ ଏହି ତାଲିମ ସମୟରେ ଭାଲୁ ଆସିଯାଉଥିବାରୁ ତାଲିମରେ ବାଧା ସୃଷ୍ଟି ହେଉଥିବା ଯବାନ କହିଛନ୍ତି । ଏପରିକି ଦିନ ସମୟରେ ମଧ୍ୟ ଭାଲୁ ପଶି ଆସୁଛନ୍ତି । ଫଳରେ ଯବାନଙ୍କ ତାଲିମରେ ବାଧା ସୃଷ୍ଟି ହେଉଥିବା ସେମାନେ କହିଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.