ETV Bharat / bharat

ବାହାରିକି ଥାନ୍ତୁ 2 ଘଣ୍ଟାରେ ପହଁଞ୍ଚିବୁ, 2 ଦିନ ପରେ ଆକ୍ରାନ୍ତକୁ ଆଣିବାକୁ ଗଲା ଆମ୍ବୁଲାନ୍ସ

author img

By

Published : Aug 2, 2020, 12:30 PM IST

ବାହାରିକି ଥାନ୍ତୁ ! ଆମ୍ବୁଲାନ୍ସ 2 ଘଣ୍ଟାରେ ପହଁଞ୍ଚିବ। ହେଲେ ଏହା ଭିତରେ 2 ଦିନ ବିତିଯାଇଥିଲା। ଘଟଣାଟି ବେଙ୍ଗାଲୁରୁରେ ଘଟିଥିବା ବେଳେ ନରସାଇୟା ନାମକ 88 ବର୍ଷୀୟ କୋରୋନା ଆକ୍ରାନ୍ତ ୨ଦିନ ପରେ ଆମ୍ବୁଲାନ୍ସ ଆସିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି ଜଣାପଡ଼ିଛି।

ବାହାରିକି ଥାନ୍ତୁ 2 ଘଣ୍ଟାରେ ପହଁଞ୍ଚିବୁ,  2 ଦିନ ପରେ ଆକ୍ରାନ୍ତକୁ ଆଣିବାକୁ ଗଲା ଆମ୍ବୁଲାନ୍ସ
ବାହାରିକି ଥାନ୍ତୁ 2 ଘଣ୍ଟାରେ ପହଁଞ୍ଚିବୁ, 2 ଦିନ ପରେ ଆକ୍ରାନ୍ତକୁ ଆଣିବାକୁ ଗଲା ଆମ୍ବୁଲାନ୍ସ

ବେଙ୍ଗାଲୁର: ଭୟରେ ରୋଗୀ। ପଜିଟିଭ୍ ଜାଣିବାରେ ପରେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଫୋନ କଲ୍। ତେବେ ଡ୍ରାଇଭର ଏହି ଫୋନର ଉତ୍ତର ଦେବା ସହ ବାହାରିକି ଥାନ୍ତୁ 2 ଘଣ୍ଟାରେ ପହଁଞ୍ଚୁଛି ବୋଲି ଉତ୍ତର ଦେଇଥିଲା। ହେଲେ ଏହା ଭିତରେ ସମୟ ଅତିକ୍ରାନ୍ତ କରି ଚାଲିଥିଲା ହେଲେ ଆମ୍ବୁଲାନ୍ସର ଦେଖା ନଥିଲା। 2 ଦିନ ପରେ ପରେ ପହଞ୍ଚିଥିଲା ଆମ୍ବୁଲାନ୍ସ।

ଘଟଣାଟି ବେଙ୍ଗାଲୁରୁରେ ଘଟିଥିବା ବେଳେ ନରସାଇୟା ନାମକ 88 ବର୍ଷୀୟ କୋରୋନା ଆକ୍ରାନ୍ତ ୨ଦିନ ପରେ ଆମ୍ବୁଲାନ୍ସ ଆସିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି ଜଣାପଡ଼ିଛି।

କିରଲୋସ୍କର ସୀମା ଅଞ୍ଚଳରେ ରହୁଥିବା ନରସାଇୟାଙ୍କ ଗୋଡରେ ଆଘାତ ଲାଗିଥିବାରୁ ଅସ୍ତ୍ରୋପଚାର କରିବାକୁ କହିଥିଲେ ଡାକ୍ତର। ହେଲେ ଆସ୍ତ୍ରୋପଚାର ପୂର୍ବରୁ ତାଙ୍କର କୋରୋନା ପରୀକ୍ଷା କରାଯାଇଥିଲା। ଏହାପରେ ଗୁରୁବାର ଦିନ 11ଟାରେ ସେ ପଜିଟିଭ୍ ଥିବା ଜଣାପଡିଥିଲା । କୋରୋନା ଚିକିତ୍ସା ପାଇଁ ବ୍ରୁହାଟ ବେଙ୍ଗାଲୁରୁ ମହାନଗର ପାଲିକେ (ବିବିଏମପି) ପକ୍ଷରୁ ତାଙ୍କୁ ଫୋନ୍ କରାଯାଇ ୨ଘଣ୍ଟା ମଧ୍ୟରେ ଆପଣଙ୍କୁ ଆମ୍ବୁଲାନ୍ସ ଆଣି ଡାକ୍ତରଖାନାରେ ପହଞ୍ଚାଇବ ବୋଲି କୁହାଯାଇଥିଲା।

ଆମ୍ବୁଲାନ୍ସ ପହଞ୍ଚିନଥିବାରୁ ବୃଦ୍ଧ ରୋଗୀଙ୍କ ପରିବାର ଅନେକ ଥର ହେଲ୍ପଲାଇନକୁ ଡାଏଲ କରିଥିଲେ, କିନ୍ତୁ ପରିଶ୍ରମ ବୃଥା। ପରେ ଶୁକ୍ରବାର ରାତିରେ ଆମ୍ବୁଲାନ୍ସ ଯୋଗେ ରୋଗୀକୁ ନନେଇ ଫେରି ଆସିଥିଲା ​​କାରଣ କର୍ମଚାରୀ ଷ୍ଟ୍ରେଚର ଆଣି ନଥିଲେ ଏବଂ ରୋଗୀ ଉଠିବାର ଅବସ୍ଥାରେ ନଥିଲେ ବୋଲି ଜଣାପଡିଥିଲା।

କୋରୋନା ମହାମାରୀକୁ ନେଇ ସମସ୍ତେ ଆତଙ୍କିତ। ଏହା ସବୁ କିଛି ପରିବର୍ତ୍ତନ କରିବା ସହ ଲୋକଙ୍କ ମଧ୍ୟରେ ମାନବିକତାକୁ ମଧ୍ୟ ଧୀରେ ଧୀରେ ମାରିଦେଲାଣି। ପଜିଟିଭ୍ ଲୋକଙ୍କ ପାଖରେ ଘର ଲୋକ ଠୁ ଆରମ୍ଭ କରି ବାହାର ଲୋକ କେହି ପାଖ ମାଡିବାକୁ ପ୍ରସ୍ତୁତ ନୁହଁନ୍ତି। ଏପରିକି ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକ ଅମଙ୍ଗ ହେବା ପରେ ପୋଲିସ କର୍ମୀ, ସାମ୍ବାଦିକ ଓ ସମାଜସେବୀ ଦ୍ବାରା କରାଯାଉଛି। ଏପରିକି ଲୋକଙ୍କ ସେବାରେ ନିୟୋଜିତ ଆମ୍ବୁଲାନ୍ସ ମଧ୍ୟ ରୋଗୀକୁ କେଉଁଠି ଅଧାରେ ଛାଡି ଦେଉଛି ତ ଆଉ କେଉଁଠି ନେବାକୁ ଆସୁନି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.