ETV Bharat / bharat

ନିଟ୍‌ ପରୀକ୍ଷାର୍ଥୀଙ୍କୁ ମନ୍ତ୍ରୀଙ୍କ ବାର୍ତ୍ତା: ଆତ୍ମବିଶ୍ୱାସୀ ହୁଅ, କୋଭିଡ୍ ନିୟମ ଅନୁସରଣ କର

author img

By

Published : Sep 13, 2020, 10:12 AM IST

ଆଜି ସାରା ଦେଶରେ ସର୍ବଭାରତୀୟ ମେଡିକାଲ ପ୍ରବେଶ ପରୀକ୍ଷା ( NEET) ହେବ । ଏହି ଅବସରରେ କେନ୍ଦ୍ରଶିକ୍ଷାମନ୍ତ୍ରୀ ସମସ୍ତ ନିଟ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

ନିଟ୍‌ ପରୀକ୍ଷାର୍ଥୀଙ୍କୁ ମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା

ନୂଆଦିଲ୍ଲୀ: ଆଜି ସାରା ଦେଶରେ ସର୍ବଭାରତୀୟ ମେଡିକାଲ ପ୍ରବେଶ ପରୀକ୍ଷା ( NEET) ହେବ । 16 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କୋଭିଡ କଟକଣା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେଉଥିବାବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଶିକ୍ଷାମନ୍ତ୍ରୀ କହିଛନ୍ତି, ଯେଉଁମାନେ ନିଟ ପରୀକ୍ଷାରେ ଦେବାକୁ ଯାଉଛନ୍ତି ସେମାନଙ୍କୁ ଶୁଭେଚ୍ଛା ଜଣାଉଛି । ଜେଇଇ ମେନ ପରୀକ୍ଷା ପରି ନିଟ ପରୀକ୍ଷାର୍ଥୀ କୋରୋନା ପ୍ରତି ସତର୍କତା ଅବଲମ୍ବନ କରିବେ। ସମ୍ପୂର୍ଣ୍ଣ ଧୈର୍ଯ୍ୟ ଓ ନିଜକୁ ନିୟନ୍ତ୍ରଣ କରିବା ସହ ଆତ୍ମ ବିଶ୍ବାସର ସହ ପରୀକ୍ଷା ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ର ଦ୍ବାରା ଜାରି କରାଯାଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ଅନୁଯାୟୀ ବ୍ୟବସ୍ଥା କରିଥିବାରୁ ପୋଖରିଆଲ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମନ୍ତ୍ରୀ ଆଜି ସକାଳେ ଟୁଇଟ୍ କରି କହିଛନ୍ତି, "ସମସ୍ତ ରାଜ୍ୟ ସରକାର ଭାରତ ସରକାରଙ୍କ ଦ୍ବାରାଜାରି କରାଯାଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ଅନୁଯାୟୀ ଉପଯୁକ୍ତ ବ୍ୟବସ୍ଥା ସହିତ ଠୋସ ବ୍ୟବସ୍ଥା କରିଛନ୍ତି ଏବଂ ଏଥିପାଇଁ ସମସ୍ତ ରାଜ୍ୟକୁ ଧନ୍ୟବାଦ ଦେଉଛି। ସମସ୍ତ ନିଟ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା । ତେବେ ଆଜି 16 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ନିଟ ପରୀକ୍ଷା ଦେବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.