ETV Bharat / bharat

ଲକଡାଉନ ଟିପ୍ସ: ଅନଲାଇନ ଠକେଇ ପ୍ରତି ସାବଧାନ - ଠକ କମ୍ପାନୀ

ଲକଡାଉନ ସମୟରେ ପ୍ରାୟ ସବୁ ଅନଲାଇନ ସାଇଟ ନିଜ ଡେଲିଭରୀ ବନ୍ଦ ରଖିଛନ୍ତି । କୌଣସି କମ୍ପାନୀ ଶୀଘ୍ର ଡେଲିଭରୀ କରୁନାହାନ୍ତି । ଅଧିକ ପଢନ୍ତୁ...

ଲକଡାଉନ ଟିପ୍ସ: ଅନଲାଇନ କାରବାର ପ୍ରତି ସାବଧାନ

author img

By

Published : Apr 9, 2020, 11:40 PM IST

ହାଇଦ୍ରାବାଦ: ଲକଡାଉନ ଯୋଗୁଁ ଦେଶବ୍ୟାପୀ ଅଚଳାବସ୍ଥା ଜାରି ରହିଛି । ସରକାରଙ୍କ ଘୋଷଣା ସମସ୍ତଙ୍କୁ ଏକପ୍ରକାର ନଜରବନ୍ଦୀ କରିଛି । ଘରେ ରହିବାକୁ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ବେ ଲୋକେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ବାହାରକୁ ଯାଉଛନ୍ତି ।

ତେବେ ଏହି ସମୟରେ କିଛି ଅନଲାଇନ ମେସେଜ ଆପଣଙ୍କ ମୋବାଇଲକୁ ବାରମ୍ବାର ଆସୁଥିବ । ଅଳ୍ପ ମୂଲ୍ୟରେ ଏବଂ ଖୁବଶୀଘ୍ର ଜିନିଷ ଡେଲିଭରୀ ହେବ । ଏହାସହ ଡେଲିଭରୀ ବୟ ପ୍ରତିଷେଧକ ବ୍ୟବସ୍ଥା ସହ ଆପଣଙ୍କୁ ସାମଗ୍ରୀ ପ୍ରଦାନ କରିବ । ହେଲେ ସାବଧାନ ଏପରି କୌଣସି ଅନଲାଇନ କାରବାର ମେସେଜ ଦେଖିଲେ ତୁରନ୍ତ ତାହାର ବୈଧତା ଦେଖି ନିଅନ୍ତୁ । ଏପରି କରି ସେମାନେ ଆପଣଙ୍କୁ ଠକିବାର ଅନେକ ସମ୍ଭାବନା ରହିଛି ।

କାରଣ ଏପରି ସମୟରେ ପ୍ରାୟ ସବୁ ଅନଲାଇନ ସାଇଟ ନିଜ ଡେଲିଭରୀ ବନ୍ଦ ରଖିଛନ୍ତି । କୌଣସି କମ୍ପାନୀ ଶୀଘ୍ର ଡେଲିଭରୀ କରୁନାହାନ୍ତି । ଯିଏ ବି ଦେଉଛନ୍ତି ସମୟ ନେଉଛନ୍ତି । କାରଣ ଡେଲିଭରୀ ବୟ କମ ଅଛନ୍ତି ଏବଂ ଲକଡାଉନ ଯୋଗୁଁ ସିପିଂରେ ସମୟ ଲାଗୁଛି । ଏପରି ସମୟରେ ଲୋକେ ସମସ୍ୟାରେ ଥିବାବେଳେ ସେମାନଙ୍କ ବିଶ୍ବାସ ଜିତିବାକୁ କିଛି ଠକ କମ୍ପାନୀ ଏପରି କାମ କରୁଛନ୍ତି ।

ସେମାନଙ୍କ କଥାରେ ବିଶ୍ବାସ କରି କୌଣସି ପିନ ବା ଅନଲାଇନ କାରବାର କରନ୍ତୁ ନାହିଁ । ଏହାସହ ଅନଲାଇନ ଅର୍ଡର କରନ୍ତୁ ନାହିଁ । କାରଣ କିଛି ଠକେଇ କମ୍ପାନୀ ପକ୍ଷରୁ ଲୋକଙ୍କ ଘରେ ଚୋରି, ଡକାୟତିର ସମ୍ଭାବନା ମଧ୍ୟ ରହିଛି । ଏପରିକି ସେମାନଙ୍କ ଦ୍ବାରା କୋଭିଡ 19 ବ୍ୟାପିବାର ମଧ୍ୟ ଆଶଙ୍କା ରହିଛି । ତେଣୁ ଏସବୁ ପ୍ରତି ସାବଧାନ ରହନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.