ETV Bharat / bharat

ବିସିଜି ଟିକା କମାଉଛି କୋଭିଡ୍‌-୧୯ ସଂକ୍ରମଣ ହାର - ବିସିଜି ଟିକା

ଟ୍ୟୁବରକଲୋସିସ୍‌(ଟିବି) ରୋଗ ପାଇଁ ଉଦ୍ଦିଷ୍ଟ ବିସିଜି(ବ୍ୟାସିଲସ୍‌ କାଲମେଟ୍‌ ଗୁଏରିନ୍‌) ଟିକା ମହାମାରୀ କୋଭିଡ୍‌-୧୯ ସଂକ୍ରମଣର ବ୍ୟାପକତାକୁ କମାଇଦିଏ ବୋଲି ନିକଟରେ ଏକ ଆମେରିକୀୟ ଅନୁଧ୍ୟାନରୁ ଜଣାଯାଇଛି। ଯେଉଁ ଦେଶରେ ପୂର୍ବରୁ ବିସିଜି ଟିକାକୁ ବାଧ୍ୟତାମୂଳକ କରାଯାଇଛି, ସେଠାରେ କୋଭିଡ୍‌-୧୯ ଆବିର୍ଭାବର ପ୍ରଥମ ୩୦ ଦିନ ଭିତରେ ସଂକ୍ରମଣ ଓ ମୃତ୍ୟୁହାର ଯଥେଷ୍ଟ ହ୍ରାସ ପାଇଥିବା ଜଣାଯାଇଛି। ଅଧିକ ପଢନ୍ତୁ...

ବିସିଜି ଟିକା କମାଉଛି କୋଭିଡ୍‌-୧୯ ସଂକ୍ରମଣ ହାର

author img

By

Published : Aug 3, 2020, 10:22 PM IST

ନୂଆଦିଲ୍ଲୀ: ଟ୍ୟୁବରକଲୋସିସ୍‌(ଟିବି) ପାଇଁ ଉଦ୍ଦିଷ୍ଟ ବିସିଜି(ବ୍ୟାସିଲସ୍‌ କାଲମେଟ୍‌ ଗୁଏରିନ୍‌) ଟିକା ମହାମାରୀ କୋଭିଡ୍‌-୧୯ ସଂକ୍ରମଣର ବ୍ୟାପକତାକୁ କମାଇଦିଏ ବୋଲି ନିକଟରେ ଏକ ଆମେରିକୀୟ ଅନୁଧ୍ୟାନରୁ ଜଣାଯାଇଛି। ଅତି କମ୍‌ରେ ଏହା ପ୍ରଥମ ୩୦ ଦିନ ଭିତରେ ଗୋଷ୍ଠୀ ସଂକ୍ରମଣର କ୍ଷିପ୍ରତାକୁ ଯଥେଷ୍ଟ କମାଇଦେବାରେ ସମର୍ଥ ବୋଲି ଆମେରିକାନ୍‌ ଆସୋସିଏସନ୍‌ ଫର ଦି ଆଡ୍‌ଭାନ୍ସମେଣ୍ଟ୍‌ ଅଫ୍‌ ସାଇନ୍ସେସ୍‌ର ଗବେଷକମାନେ ଦାବି କରିଛନ୍ତି। ଆମେରିକୀୟ ଭେଷଜ ପତ୍ରିକା ସାଇନ୍ସ ଆଡ୍‌ଭାନ୍ସେସ୍‌ରେ ପ୍ରକାଶ ପାଇଥିବା ବିବରଣୀ ଅନୁଯାୟୀ, ଯେଉଁ ଦେଶରେ ପୂର୍ବରୁ ବିସିଜି ଟିକାକୁ ବାଧ୍ୟତାମୂଳକ କରାଯାଇଛି, ସେଠାରେ କୋଭିଡ୍‌-୧୯ ଆବିର୍ଭାବର ପ୍ରଥମ ୩୦ ଦିନ ଭିତରେ ସଂକ୍ରମଣ ଓ ମୃତ୍ୟୁହାର ଯଥେଷ୍ଟ ହ୍ରାସ ପାଇଥିବା ଜଣାଯାଇଛି।

ଗବେଷକମାନଙ୍କ ଆକଳନ ଅନୁଯାୟୀ, ଆମେରିକାରେ ଯଦି ବହୁ ଦଶନ୍ଧି ଆଗରୁ ବିସିଜି ଟିକାକୁ ବାଧ୍ୟତାମୂଳକ କରାଯାଇଥାନ୍ତା, ତେବେ ଗତ ମାର୍ଚ୍ଚ ୨୯ ସୁଦ୍ଧା ଦେଶରେ ମାତ୍ର ୪୬୮ ଜଣଙ୍କର କୋଭିଡ୍‌ ଜନିତ ମୃତ୍ୟୁ ହୋଇଥାନ୍ତା ଯାହାକି ସେତେବେଳର ପ୍ରକୃତ ମୃତ୍ୟୁସଂଖ୍ୟା ୨,୪୬୭ର ମାତ୍ର ୧୯ ପ୍ରତିଶତ। ଅପରପକ୍ଷେ, ଭାରତ ଏବଂ ଚୀନ୍‌ ପରି ଦେଶ ଯେଉଁଠି ବହୁ ଆଗରୁ ବିସିଜିକୁ ଜାତୀୟ ଟିକାକରଣ ଯୋଜନାରେ ସାମିଲ କରାଯାଇଛି, ସେଠାରେ ଅପେକ୍ଷାକୃତ କୋଭିଡ୍‌ ମୃତ୍ୟୁ ହାର ଢେର୍‌ କମ୍‌ ବୋଲି ଗବେଷକମାନେ କହିଛନ୍ତି। ସେହିପରି ବିସିଜି ଟିକାକରଣ ବାଧ୍ୟତାମୂଳକ ଥିବା ପର୍ତ୍ତୁଗାଲ୍‌ରେ ଅପେକ୍ଷାକୃତ କମ୍‌ କୋଭିଡ୍‌ ମାମଲା ଦେଖାଯାଇଥିବା ବେଳେ ଏହାର ପଡ଼ୋଶୀ ସ୍ପେନ୍‌ ବିଶ୍ବର ସବୁଠୁ ଭୟାନକ ସଂକ୍ରମଣର ସାମନା କରିଛି। ଏପରିକି ଆଗରୁ ନେଇଥିବା ବିସିଜି ଟିକା ହିଁ ଲୋକଙ୍କୁ କୋଭିଡ୍‌ ଜନିତ ବିଭିନ୍ନ ସ୍ବାସ୍ଥ୍ୟ ଜଟିଳତାରୁ ସୁରକ୍ଷା ଦେଇଥାଏ ବୋଲି କିଛି ଚିକିତ୍ସା ବିଶେଷଜ୍ଞ ବିଶ୍ବାସ କରନ୍ତି।

ଶିଶୁଟିଏ ଜନ୍ମ ହେବାର ୧୫ ଦିନ ଭିତରେ ଏହି ବିସିଜି ଟିକା ନେଇଥାଏ। ଏହାଦ୍ବାରା ଶିଶୁଟି ଟିବି ଦାଉରୁ ମୁକ୍ତ ରହିବା ସହ ବିଭିନ୍ନ ସଂକ୍ରାମକ ରୋଗ ବିରୋଧରେ ଶିଶୁର ରୋଗପ୍ରତିରୋଧ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ। ତେବେ କୋଭିଡ୍‌ର ଉପଦ୍ରବ ଆରମ୍ଭ ପରଠାରୁ ଏହି ବିସିଜି ଟିକା ହିଁ ଚର୍ଚ୍ଚାରେ ରହି ଆସିଥିଲା। ବିଶ୍ବର ୧୩୫ଟି ଦେଶ ମଧ୍ୟରୁ କୋରୋନା ସମକ୍ରମଣର ପ୍ରଥମ 30 ଦିନ ଭିତରେ 134 ଦେଶର ଲୋକେ ମୃତ୍ୟୁ ବରଣ କରିଥିଲେ । ତେବେ ଦେଶରେ କୋଭିଡ୍‌ ଆବିର୍ଭାବର ପ୍ରଥମ ୩୦ ଦିନର ସଂକ୍ରମଣକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିବା ପରେ ଆମେରିକୀୟ ଗବେଷକମାନେ ଏପରି ନିର୍ଯାସରେ ପହଞ୍ଚି ପାରିଛନ୍ତି। ତେବେ କୋଭିଡ୍‌ ସଂକ୍ରମଣ ପରେ ଏହି ବିସିଜି ଟିକାକୁ କେବେ ଏକ ଯାଦୁ ଗୁଳି ଭାବେ ପରିଗଣିତ ନ କରିବାକୁ ସେମାନେ ସତର୍କ କରାଇ ଦେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.