ETV Bharat / bharat

ପୁଣି ଅସୁସ୍ଥ ହେଲେ ସୌରଭ ଗାଙ୍ଗୁଲି, ହସ୍ପିଟାଲରେ ଭର୍ତ୍ତି - ସୌରଭ ଗାଙ୍ଗୁଲି

ବିସିସିଆଇର ଅଧ୍ୟକ୍ଷ ସୌରଭଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ସୌରଭ ଗାଙ୍ଗୁଲିଙ୍କ ଛାତିରେ ଯନ୍ତ୍ରଣା, ହସ୍ପିଟାଲେ ଭର୍ତ୍ତି

author img

By

Published : Jan 27, 2021, 2:56 PM IST

Updated : Jan 27, 2021, 3:02 PM IST

କୋଲକାତା: ବିସିସିଆଇର ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟର ଅଧିନାୟକ ସୌରଭ ଗାଙ୍ଗୁଲି ପୁନର୍ବାର ଅସୁସ୍ଥ ହୋଇପଡିଛନ୍ତି । ସୌରଭଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିକଟରେ ତାଙ୍କର ଏନ୍‌ଜିଓଲାଷ୍ଟି ହୋଇଥିଲା । ତେବେ ବୁଧବାର ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୂର୍ବରୁ 2 ଜାନୁଆରୀରେ ସୌରଭ ଗାଙ୍ଗୁଲିଙ୍କ ଛାତିରେ ଯନ୍ତ୍ରଣା ହେବା କାରଣରୁ ସେ ତଳେ ପଡି ଅଚେତ୍‌ ହୋଇଯାଇଥିଲେ । ତେବେ ଗାଙ୍ଗୁଲି ହୃଦଘାତର ଶିକାର ହୋଇଥିବା ଜଣାପଡିଥିଲା ପରେ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ତାଙ୍କର ଏନଜିଓପ୍ଲାଷ୍ଟି କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 27, 2021, 3:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.