ନୂଆଦିଲ୍ଲୀ: ଭାରତ ଓ ଚୀନ ସୀମାରେ ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି । ଅଗଷ୍ଟ 30ରେ ପେଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ଅନୁପ୍ରବେଶ ଘଟଣା ପରେ ଆଲୋଚନା ଜାରି ରହିଛି କିନ୍ତୁ ଉଭୟ ପାର୍ଶ୍ବରୁ ସାମରିକ ଉପସ୍ଥିତି ବୃଦ୍ଧି କରାଯାଇଛି । ବର୍ତ୍ତମାନ ଭାରତ ଓ ଚୀନ୍ ନିଜ ପାର୍ଶ୍ବରେ ଟ୍ୟାଙ୍କ ନିୟୋଜିତ କରିଛନ୍ତି । ଯେପରିକି ସେହି ସ୍ଥାନରେ ଗୁଳି ବିନିମୟ ହୋଇପାରିବ ।
ଚୀନର ଟ୍ୟାଙ୍କ ଓ ସାମରିକ ଯାନଗୁଡିକ ପେଙ୍ଗୋଙ୍ଗ ଅଞ୍ଚଳର କାଲା ଟପ୍ ମାଉଣ୍ଟେନ୍ ଅଞ୍ଚଳ ନିକଟରେ ଅବସ୍ଥିତ । ଏହି କ୍ଷେତ୍ରକୁ ଭାରତୀୟ ସେନା ଦଖଲ କରିଛି । ପ୍ରକାଶଥାଉକି, ବ୍ଲାକ୍ ଟପ୍ ଏହି କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ । ଏହା ଯୁଦ୍ଧ ଅନୁଯାୟୀ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଆଉ ଭାରତର ସ୍ପେଶାଲ୍ ଫୋର୍ସ ଚକମା ଦେଇ ସମାନ ବ୍ଲାକ୍ ଟପକୁ ନିଜ ଅଧୀନରେ ନେଇଛି । ଭାରତ ବିଷୟରେ କହିବାକୁ ଗଲେ ଭାରତୀୟ ସେନା ନିଜ ଟାଙ୍କ ଗୁଡ଼ିକୁ ଚୁସୁଲ ଓ ସ୍ପେଙ୍ଗୋର ସୋ ଅଞ୍ଚଳରେ ନିୟୋଜିତ କରିସାରିଛି । ଭାରତୀୟ ଟ୍ୟାଙ୍କ ଦକ୍ଷିଣ ମୁଣ୍ଡରେ ଅବସ୍ଥିତ ଯେଉଁଠାରେ ନିକଟ ଅତୀତରେ ଦୁଇ ସୈନ୍ୟ ମୁହାଁମୁହିଁ ହୋଇଥିଲେ ।
ଚୀନ୍ର ସମସ୍ତ କାର୍ଯ୍ୟକଳାପକୁ ଉପଯୁକ୍ତ ଉତ୍ତର ଦେବାକୁ ଭାରତୀୟ ସେନା ବ୍ଲାକ୍ ଟପ୍ ଅଞ୍ଚଳରେ ଟ୍ୟାଙ୍କ ଓ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଛି । ଅନ୍ୟପକ୍ଷରେ ଚୀନ ବହୁ ସଂଖ୍ୟକ ବଡ ଓ ଛୋଟ ଟାଙ୍କ୍ ମଧ୍ୟ ନିୟୋଜିତ କରିଛି, ଏହା ଭାରତୀୟ ସୀମା ନିକଟତର । ପ୍ରକାଶ ଥାଉକି, ଅଗଷ୍ଟ 29-30 ରାତିର ସଂଘର୍ଷ ପରଠାରୁ ସୀମାରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ ବ୍ରିଗେଡିୟର୍ ସ୍ତରୀୟ ଆଲୋଚନା ଚାଲିଛି । ତେବେ ଏହାର ବର୍ତ୍ତମାନ କୌଣସି ଫଳାଫଳ ମିଳିପାରିନାହିଁ ।
ଶହ ଶହ ଚୀନ୍ ସୈନିକ ଭାରତର ପେଙ୍ଗୋଙ୍ଗ କ୍ଷେତ୍ରର ଦକ୍ଷିଣ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଭାରତ ବ୍ଲାକ୍ ଟପ୍ ହିଲ୍ ଦଖଲ କରିନେଲା ଓ ଚୀନର ସମସ୍ତ ଉଦ୍ୟମ ବ୍ୟର୍ଥ ହେଲା । ପ୍ରକାଶଥାଉକି, ମେ ମାସ ଠାରୁ ଚୀନ୍ ଓ ଭାରତ ମଧ୍ୟରେ ଅବସ୍ଥା ବିଗିଡି ଯାଉଛି । ଜୁନ୍ ମାସରେ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ଭାରତର 20 ଜଣ ସୈନିକ ସହୀଦ ହୋଇଥିଲେ । ଏହା ପରେ ଅଗଷ୍ଟରେ ପୁଣି ସଂଘର୍ଷ ହେବାର ଖବର ଆସିଛି ।