ETV Bharat / bharat

ଦିଲ୍ଲୀର ପ୍ରଥମ ମ୍ୟୁନିସିପାଲିଟି ଡାକ୍ତରଖାନାକୁ କୋରୋନା ଡାକ୍ତରଖାନା ଭାବେ ଘୋଷଣା

ବର୍ତ୍ତମାନ ଏମଏସଡି ଡାକ୍ତରଖାନା ଗୁଡିକ ମଧ୍ୟ କୋରୋନା ଚିକିତ୍ସା ସହ ଯୋଡି ହୋଇଛି । ଦିଲ୍ଲୀ ସରକାର ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନର ସବୁଠାରୁ ବଡ ହସ୍ପିଟାଲ ବାଡା ହିନ୍ଦୁ ରାଓ ହସ୍ପିଟାଲକୁ କୋରୋନା ହସ୍ପିଟାଲ ଭାବେ ଘୋଷଣା କରିଛନ୍ତି। କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହା ଏମଏସଡିର ପ୍ରଥମ ହସ୍ପିଟାଲ ହେବ ।

ମ୍ୟୁନିସିପାଲିଟି ଡାକ୍ତରଖାନାକୁ କୋରୋନା ଡାକ୍ତରଖାନା ଭାବେ ଘୋଷଣା

author img

By

Published : Jun 14, 2020, 7:54 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ 39 ହଜାରକୁ ବୃଦ୍ଧି ପାଇଛି। 2 ଦିନ ମଧ୍ୟରେ 4 ହଜାରରୁ ଅଧିକ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଡାକ୍ତରଖାନାରେ ଏହି ସଂଖ୍ୟା ବୃଦ୍ଧି ପାଉଥିବାରୁ ଶଯ୍ୟା ସଂଖ୍ୟା ବଢାଇବାକୁ ଦିଲ୍ଲୀ ସରକାର ନିରନ୍ତର ଚେଷ୍ଟା କରୁଛନ୍ତି।

ଏହି ଚେଷ୍ଟାରେ ବର୍ତ୍ତମାନ ଏମଏସଡି ଡାକ୍ତରଖାନା ଗୁଡିକ ମଧ୍ୟ କୋରୋନା ଚିକିତ୍ସା ସହ ଯୋଡି ହୋଇଛି । ଦିଲ୍ଲୀ ସରକାର ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନର ସବୁଠାରୁ ବଡ ହସ୍ପିଟାଲ ବାଡା ହିନ୍ଦୁ ରାଓ ହସ୍ପିଟାଲକୁ କୋରୋନା ହସ୍ପିଟାଲ ଭାବେ ଘୋଷଣା କରିଛନ୍ତି। କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହା ଏମଏସଡିର ପ୍ରଥମ ହସ୍ପିଟାଲ ହେବ ।

ତେବେ ଏନେଇ ଡାକ୍ତରଖାନାର ଅଧକ୍ଷକଙ୍କୁ ଜୁନ 16 ସୁଦ୍ଧା ପ୍ରସ୍ତୁତି ଶେଷ କରିବାକୁ କୁହାଯାଇଛି। ଏହି ଡାକ୍ତରଖାନାରେ ପ୍ରାୟ ଏକ ହଜାର ଶଯ୍ୟା ଅଛି ଓ ବର୍ତ୍ତମାନ ଏହା କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀର ସରକାରୀ ଡାକ୍ତରଖାନା, କେନ୍ଦ୍ର ହସ୍ପିଟାଲ, ଘରୋଇ ହସ୍ପିଟାଲ ଓ ଦିଲ୍ଲୀର ନର୍ସିଂହୋମ କୋରୋନା ଚିକିତ୍ସାରେ ଜଡିତ ଥିଲେ।

ପ୍ରକାଶଥାଉକି, 11 ଜୁନରେ 3 ଜଣ ଏମଏସଡିର ମେୟର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଓ ଏଥିରେ କୁହାଯାଇଥିଲା ଯେ ଯଦି ଦିଲ୍ଲୀ ସରକାର କୋରୋନା ମୁକାବିଲା ପାଇଁ ଏମଏସଡି ର ସୁବିଧା ବ୍ୟବହାର କରିପାରନ୍ତି, ତେବେ ଏମଏସଡି ଏହା ପାଇଁ ସର୍ବଦା ପ୍ରସ୍ତୁତ । ବର୍ତ୍ତମାନ ଦିଲ୍ଲୀ ସରକାର ଏମଏସଡିର ସବୁଠାରୁ ବଡ ଡାକ୍ତରଖାନାକୁ କୋରୋନା ପାଇଁ ବ୍ୟବହାର କରିବାକୁ ଯାଉଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.