ETV Bharat / bharat

ଲକ୍ଷ୍ନୌ କୋର୍ଟରେ ବୋମା ବିସ୍ଫୋରଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଜିତୁ ୟାଦବ ଗିରଫ - କୋର୍ଟରେ ବୋମା ବିସ୍ଫୋରଣ

ଲକ୍ଷ୍ନୌର କୋର୍ଟ ପରିସରରେ ବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଇନଜୀବୀ ଜିତୁ ୟାଦବଙ୍କୁ ଗିରଫ କରିଛି ପୋଲିସ ।

lucknow court blast case
ଲକ୍ଷ୍ନୌ କୋର୍ଟରେ ବୋମା ବିସ୍ଫୋରଣ
author img

By

Published : Feb 15, 2020, 12:49 PM IST

ଲକ୍ଷ୍ନୌ: ଲକ୍ଷ୍ନୌ କୋର୍ଟ ପରିସରରେ ବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଇନଜୀବୀ ଜିତୁ ୟାଦବଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ଜିତୁ ୟାଦବଙ୍କ ସମେତ 6 ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି ।

ଜିତୁ ୟାଦବଙ୍କୁ ଶୁକ୍ରବାର ମଧ୍ୟ ରାତ୍ରିରେ ଲକ୍ଷ୍ନୌସ୍ଥିତ କେଜିଏମୟୁ ଡାକ୍ତରଖାନାରୁ ଗିରଫ କରିଛି ପୋଲିସ । କୋର୍ଟ ପରିସରରେ କିଛି ଅଜ୍ଞାତ ଲୋକଙ୍କ ମାଡରେ ସେ ଆହତ ହୋଇଥିଲେ । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେପଟେ ମାମଲାର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ 4ଟି ଟିମ୍‌ ଗଠନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଲକ୍ଷ୍ନୌ ବାର ଆସୋସିଏସନର ଯୁଗ୍ମ ସଚୀବ ସଞ୍ଜୀବ ଲୋଧୀଙ୍କୁ ଟାର୍ଗେଟ କରି ଗତ ଗୁରୁବାର କୋର୍ଟରେ ଦେଶୀ ବୋମାମାଡ ହୋଇଥିଲା । ଘଟଣାରେ 2 ଆଇନଜୀବୀ ଆହତ ହୋଇଥିଲେ । ଘଟଣାସ୍ଥଳରୁ 3 ଅଫୁଟା ବୋମା ମଧ୍ୟ ଜବତ ହୋଇଥିବା ବେଳେ ଏହି ଘଟଣା ପଛରେ ଆଇନଜୀବୀ ଜିତୁ ୟାଦବଙ୍କ ହାତ ଥିବା ସଞ୍ଜୀବ ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.