ETV Bharat / bharat

ମହାରାଷ୍ଟ୍ରରେ 500 କୋଟିର ବ୍ୟାଙ୍କ ଘୋଟାଲା - Karnala co-operative bank of Navi Mumbai

ମହାରାଷ୍ଟ୍ରରେ ପୁଣି ବ୍ୟାଙ୍କ ଘୋଟାଲା । କର୍ଣ୍ଣାଲା ସରକାରୀ ବ୍ୟାଙ୍କରେ 500 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଘୋଟାଲା ହୋଇଥିବା ନେଇ ପୋଲିସ ମାମଲା ରୁଜୁ କରିଛି । 74 ଜଣଙ୍କ ବିରୋଧରେ ଏଫଆଇଆର ।

ମହାରାଷ୍ଟ୍ରରେ 500 କୋଟିର ବ୍ୟାଙ୍କ ଘୋଟାଲା
ମହାରାଷ୍ଟ୍ରରେ 500 କୋଟିର ବ୍ୟାଙ୍କ ଘୋଟାଲା
author img

By

Published : Feb 18, 2020, 11:05 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ପିଏମସି ବ୍ୟାଙ୍କ ଘୋଟାଲାକୁ ଲୋକେ ଭୁଲି ନଥିବା ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି । କର୍ଣ୍ଣାଲା ସରକାରୀ ବ୍ୟାଙ୍କରେ ଏହି ଘୋଟାଲା ହୋଇଛି । ମୁମ୍ବାଇର ପାନଭେଲରେ ଥିବା କର୍ଣ୍ଣାଲା ସରକାରୀ ବ୍ୟାଙ୍କରେ 500 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଘୋଟାଲା ହୋଇଥିବା ନେଇ ପୋଲିସ ମାମଲା ରୁଜୁ କରିଛି ।

ପାନଭେଲର କର୍ଣ୍ଣାନା ସରକାରୀ ବ୍ୟାଙ୍କ ଘୋଟାଲା ମାମଲାରେ ଶେତକରୀ କାମଗାର ପାର୍ଟି, ପୂର୍ବତନ ବିଧାୟକ ଓ ବ୍ୟାଙ୍କ ଅଧ୍ୟକ୍ଷ ବିବେକ ପାଟିଲଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୋଲିସ । ଏହାସହ ବ୍ୟାଙ୍କ ପରିଚାଳନା କମିଟିର 14 କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଏହି ବ୍ୟାଙ୍କରେ 63 ପାସବୁକ ଜରିଆରେ ନକଲି କାଗଜପତ୍ର ଆଧାରରେ 500 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଘୋଟାଲା ହୋଇଥିବା ପୋଲିସର ଯାଞ୍ଚରୁ ଜଣାପଡିଛି । ଏ ନେଇ ପୋଲିସ ଏହି 63 ଖାତାଧାରକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି । ପୋଲିସ ଯେଉଁ ଖାତାଧାରକଙ୍କ ବିରୋଧରେ ମାମଲା ରୁଜୁ କରିଛି, ସେମାନେ ସମସ୍ତେ ଶେତକରୀ କାମଗାର ପାର୍ଟିର ହୋଇଥିବା କୁହାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.