ETV Bharat / bharat

1500 କୋଟି ବ୍ୟାଙ୍କ ଲୋନ୍ ଘୋଟାଲାରେ CBI ଚଢାଉ - bank loan scam

1500 କୋଟି ବ୍ୟାଙ୍କ ଘୋଟାଲାକୁ ନେଇ ସିବିଆଇ ଚଢାଉ ଜାରି ରଖିଛି । ଗଙ୍ଗୋତ୍ରୀ ଏଣ୍ଟରପ୍ରାଇଜେସର ନୋଏଡା, ଲକ୍ଷ୍ନୌ, ଗୋରଖପୁରରେ ଚଢାଉ ଜାରି ରହିଛି । ଅଧିକ ପଢନ୍ତୁ...

CBI ଚଢାଉ
CBI ଚଢାଉ
author img

By

Published : Oct 19, 2020, 4:02 PM IST

ଲକ୍ଷ୍ନୌ: 1500 କୋଟି ବ୍ୟାଙ୍କ ଘୋଟାଲାକୁ ନେଇ ସିବିଆଇ ପକ୍ଷରୁ ଚଢାଉ ଜାରି ରହିଛି । ଗଙ୍ଗୋତ୍ରୀ ଏଣ୍ଟରପ୍ରାଇଜେସର ନୋଏଡା, ଲକ୍ଷ୍ନୌ, ଗୋରଖପୁରରେ ଚଢାଉ ଜାରି ରହିଛି । ବ୍ୟାଙ୍କ ଲୋନ୍ ହଡପ୍ କରି ଅନ୍ୟ ସ୍ଥାନରେ ବିନିଯୋଗ କରିଥିବା ଅଭିଯୋଗ ହୋଇଛି । ଏହି ଗାଙ୍ଗୋତ୍ରୀ ଏଣ୍ଟରପ୍ରାଇଜେସ୍ ହେଉଛି ବିଏସପି ବିଧାୟକଙ୍କ ଏକ କମ୍ପାନୀ।

ସିବିଆଇ ଅନୁସାରେ, ବିଏସପି ବିଧାୟକ ବିନୟ ଶଙ୍କର ତିୱାରୀଙ୍କ ସହ ଜଡିତ କମ୍ପାନୀ ଗାଙ୍ଗୋତ୍ରୀ ଏଣ୍ଟରପ୍ରାଇଜେସରେ ଆଜି ଚଢାଉ କରାଯାଇଛି। ବ୍ୟାଙ୍କ ଅଫ୍ ଇଣ୍ଡିଆ ନେତୃତ୍ବାଧୀନ ଏକ ସଂଘର ଅଭିଯୋଗକୁ ଭିତ୍ତି କରି ସିବିଆଇ ବିନୟ ଶଙ୍କର ତିୱାରୀ ଏବଂ ଗାଙ୍ଗୋତ୍ରୀ ଏଣ୍ଟରପ୍ରାଇଜେସର ଅନ୍ୟ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିଛି।

ବିନୟ ଶଙ୍କର ତିୱାରୀ ହେଉଛନ୍ତି ପୂର୍ବାଞ୍ଚଳର ବାହୁବଲୀ ନେତା ହରିଶଙ୍କର ତିୱାରୀଙ୍କ ସାନପୁଅ। ବିନୟ ଶଙ୍କର ତିୱାରୀ ବର୍ତ୍ତମାନ ଗୋରଖପୁରର ଚିଲୁପାରର ବିଧାୟକ । ଏହି ଆସନରୁ ବିନୟ ଶଙ୍କର ତିୱାରୀଙ୍କ ପିତା ତଥା ବାହୁବଲୀ ନେତା ହରିଶଙ୍କର ତିୱାରୀ କ୍ରମାଗତ 6 ଥର ବିଧାୟକ ହୋଇଛନ୍ତି। ହରିଶଙ୍କର ତିୱାରୀଙ୍କ ବଡ ପୁଅ ଭୀଷ୍ମ ଶଙ୍କର ତିୱାରୀ ଖଲିଲାବାଦ୍ ଲୋକସଭା ଆସନରୁ ସାଂସଦ ହୋଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.