ETV Bharat / bharat

ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଅର୍ଦ୍ଧନିମିତ ରହିଲା ବାଂଲାଦେଶର ଜାତୀୟ ପତାକା

author img

By

Published : Sep 2, 2020, 5:26 PM IST

ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ବୁଧବାର ବାଂଲାଦେଶର ଜାତୀୟ ପତାକା ଅର୍ଦ୍ଧନିମିତ ରହିଛି । ଦେଶର ଜଣେ ଜଣାଶୁଣା ବ୍ୟକ୍ତି ତଥା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ମୁଖାର୍ଜୀଙ୍କ ପାଇଁ ବାଂଲାଦେଶ ଦିନିକିଆ ଜାତୀୟ ଶୋକ ପାଳନ କରୁଛି।

ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଅର୍ଦ୍ଧ ନିମିତ୍ତ ରହିଲା ବାଂଲାଦେଶର ଜାତୀୟ ପତାକା

ଢାକା: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ବାଂଲାଦେଶ ପାଳୁଛି ରାଜକୀୟ ଶୋକ । ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ବୁଧବାର ବାଂଲାଦେଶର ଜାତୀୟ ପତାକା ଅର୍ଦ୍ଧ ନିମିତ ରହିଛି । ଦେଶର ଜଣେ ଜଣାଶୁଣା ବ୍ୟକ୍ତି ତଥା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ମୁଖାର୍ଜୀଙ୍କ ପାଇଁ ବାଂଲାଦେଶ ଦିନିକିଆ ଜାତୀୟ ଶୋକ ପାଳନ କରୁଛି।

ସୋମବାର ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତର କିଛି ଘଣ୍ଟା ପରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମବେଦନା ଜଣାଇ ତାଙ୍କୁ ବାଂଲାଦେଶର ପ୍ରକୃତ ବନ୍ଧୁ ବୋଲି କହିଛନ୍ତି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି, ବାଂଲାଦେଶର ଲୋକମାନେ ତାଙ୍କୁ ସର୍ବଦା ସମ୍ମାନ ଦିଅନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାରେ ତାଙ୍କର ନିରନ୍ତର ସମର୍ଥନ ଏବଂ ଅବଦାନ ରହିଛି । ବିଶେଷ କରି ଭାରତର 13 ତମ ରାଷ୍ଟ୍ରପତି ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ। ତାଙ୍କୁ ସର୍ବଦା ସ୍ମରଣ କରାଯିବ ବୋଲି ସେ କହିଛନ୍ତି ।

2013 ରେ, ବାଂଲାଦେଶ ସରକାର ତାଙ୍କୁ 1971 ବାଂଲାଦେଶର ମୁକ୍ତି ଯୁଦ୍ଧରେ ଅବଦାନ ପାଇଁ ମୁକ୍ତି ଯୁଦ୍ଧ ସମ୍ମାନ ପ୍ରଦାନ କରିଥିଲା । ତେବେ କୋଲକାତା ସ୍ଥିତ ବାଂଲାଦେଶ ଡେପୁଟି ହାଇ କମିଶନରେ ବାଂଲାଦେଶର ଜାତୀୟ ପତାକା ଅର୍ଦ୍ଧ ନିମିତ୍ତ ହୋଇ ଉଡିଥିଲା ।

ସେପଟେ ପୂର୍ବତନ ରାଷ୍ଟ୍ରପତିଙ୍କ ସମ୍ମାନରେ ଭାରତ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛି । ଏହି ସମୟ ମଧ୍ୟରେ ଦେଶର ସମସ୍ତ ସରକାରୀ ଅଟ୍ଟାଳିକା ଉପରେ ଜାତୀୟ ପତାକା ଅର୍ଦ୍ଧ ନିମିତ ହୋଇ ଉଡିବ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.