କୋଲକାତା: ବାଂଲାଦେଶୀ ନାଗରିକ ଗିରଫ । କୋଲକାତା ପୋଲିସ ତାଙ୍କ ନିକଟରୁ ବିଦେଶ ମୁଦ୍ରା ଜବତ କରିଛି । ବାଂଲାଦେଶୀ ନାଗରିକଙ୍କ ନାମରେ କୋଲକାତାର ବୁରାବଜାର ପୋଲିସ ଥାନାରେ ମାମଲା ରୁଜୁ କରାଯାଇଛି ।
ବାଂଲାଦେଶୀ ନାଗରିକ 40 ବର୍ଷୀୟ ମହମ୍ମଦ ସୋହେଲ ରାଣା ଭାରତ-ବାଂଲାଦେଶ ଆନ୍ତର୍ଜାତିକ ସୀମା ପାର ହୋଇ କୋଲକାତା ଆସିଥିଲା । କୋଲକାତାର ବୁରାବଜାର ଅଞ୍ଚଳରେ ଚୋରାଚାଲାଣ ସୁନା ଆଣି ବିକ୍ରୟ କରି ବିଦେଶ ମୁଦ୍ରା ଗ୍ରହଣ କରିଥିଲେ । ପଇସା ନେଇ ବାଂଲାଦେଶ ଫେରିଯିବା ପାଇଁ ପ୍ରସ୍ତୁତ ରହିଥିଲା ।
ପୋଲିସ ଗତକାଲି କୋଲକାତାର ବୁରାବଜାର ଅଞ୍ଚଳରେ ଚଢାଉ ସମୟରେ ତାଙ୍କ ଠାରୁ 32500 ଆମେରୀକିୟ ଡଲାର ସହ 11732 ବାଂଲାଦେଶୀ ଟଙ୍କା ଜବତ କରିଛନ୍ତି। କୋଲକାତା ପୋଲିସ ବର୍ତ୍ତମାନ ଅଧିକ ତଦନ୍ତ ଜାରି ରଖିଛି ।