ETV Bharat / bharat

'ଏନଆରସି ଭାରତର ଆଭ୍ୟନ୍ତରୀଣ ମାମଲା' - ଏନଆରସି ଭାରତର ଆଭ୍ୟନ୍ତରୀଣ ମାମଲା

ଏନଆରସିକୁ ନେଇ ଦେଶରେ ଝଡ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ବଡ ବୟାନ ଦେଇଛି ବାଂଲାଦେଶ । ଜାଣନ୍ତୁ ସେ କ'ଣ କହିଛି..

bangladesh on nrc
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Dec 29, 2019, 5:45 PM IST

ନୂଆଦିଲ୍ଲୀ: ଜାତୀୟ ନାଗରିକତା ପଞ୍ଜିକା(ଏନଆରସି)କୁ ନେଇ ଦେଶରେ ଝଡ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ବଡ ବୟାନ ଦେଇଛି ବାଂଲାଦେଶ । ସେ ଏହାକୁ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି କହିଛି । ଏନଆରସି ପ୍ରସଙ୍ଗକୁ ନେଇ ବାଂଲାଦେଶ ବର୍ଡର ଗାର୍ଡସ୍‌ ମୁଖ୍ୟ ମେଜର ଜେନେରାଲ ଶଫିନୁଲ ଇସ୍‌ଲାମ କହିଛନ୍ତି, ଏହା ସମ୍ପୁର୍ଣ୍ଣ ଭାବରେ ଭାରତ ସରକାରଙ୍କର ଆନ୍ତରିକ ମାମଲା । ଅନ୍ୟ ବର୍ଡର ଗାର୍ଡ୍‌ ଫୋର୍ସ ଭଳି ବାଂଲାଦେଶ ବର୍ଡର ଗାର୍ଡସ୍‌ ମଧ୍ୟ ବେଆଇନ୍‌ ଅନୁପ୍ରବେଶକୁ ରୋକିବାର କାମ କରୁଛି ଏବଂ ଏହାକୁ ଜାରି ରଖିବ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକମାନେ ପରିବାର ଲୋକଙ୍କୁ ଭେଟିବା ପାଇଁ କିମ୍ବା ଅନ୍ୟାନ୍ୟ କାରଣରୁ ସୀମାପାର କରନ୍ତି । ଯେତେବି ବାଂଲାଦେଶୀ ନାଗରିକ ଭାରତ ଆସିଥିଲେ ସେମାନେ ନିଜ ସ୍ବଇଚ୍ଛାରେ ବାଂଲାଦେଶ ଫେରିଛନ୍ତି । ପ୍ରାୟ 300 ଲୋକଙ୍କୁ ବିନା ଦସ୍ତାବିଜରେ ଠାବ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଇସ୍‌ଲାମଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଭାରତ ଗସ୍ତରେ ଅଛନ୍ତି। ସେ ରବିବାର ନୂଆଦିଲ୍ଲୀରେ ସୀମା ସୁରକ୍ଷା ବାହିନୀର ନିଜ ସମକକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଏନ୍‌ଆରସି ପ୍ରସଙ୍ଗରେ ପଚରାଯିବାରୁ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଇସ୍‌ଲାମ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.