ETV Bharat / bharat

ଲକଡାଉନ 2.0, ବାନ୍ଦ୍ରା ଷ୍ଟେସନରେ 300 ଲୋକଙ୍କୁ ପରଷା ଯାଉଛି ଗରମ ଖେଚୁଡି

author img

By

Published : Apr 27, 2020, 12:53 PM IST

ଦେଶରେ କୋରୋନା ହଟସ୍ପଟ ମୁମ୍ବାଇରେ ଦୈନିକ 3 ଶହ ଲୋକଙ୍କୁ ଗରମ ଖେଚୁଡି ପରଷୁଛନ୍ତି ବାନ୍ଦ୍ରାର ଯୁବକ ଜ୍ୟାକବ। ଦୀର୍ଘ 4 ସପ୍ତାହ ଧରି ଯୁବକ ଜଣକ ଏଭଳି ସେବା ଜାରି ରଖିଛନ୍ତି। ଅଧିକ ଖବର ପଢନ୍ତୁ...

khichdi-to-300-every-  day
ଲକଡାଉନ 2.0, ବାନ୍ଦ୍ରା ଷ୍ଟେସନରେ 300 ଲୋକଙ୍କୁ ପରଷା ଯାଉଛି ଗରମ ଖେଚୁଡୀ

ମୁମ୍ବାଇ: ଦେଶରେ କୋରୋନା ହଟସ୍ପଟ ମୁମ୍ବାଇରେ ଦୈନିକ 3 ଶହ ଲୋକଙ୍କୁ ଗରମ ଖେଚୁଡି ପରଷୁଛନ୍ତି ବାନ୍ଦ୍ରାର ଯୁବକ ଜ୍ୟାକବ। ଘରେ 8 ବର୍ଷର ଝିଅ ଓ ପତ୍ନୀକୁ ଛାଡି ଜ୍ୟାକବ ଦିନକୁ 2 ଥର ବାନ୍ଦ୍ରା ଷ୍ଟେସନ ନିକଟରେ ରହୁଥିବା ଭୋକିଲାଙ୍କୁ ଖାଇବା ପ୍ରଦାନ କରୁଛନ୍ତି। ଦୀର୍ଘ 4 ସପ୍ତାହ ଧରି ଏଭଳି ଭାବେ ସେବା ଜାରି ରଖିଛନ୍ତି ଜ୍ୟାକବ୍।

ତାଙ୍କ କହିବା ଅନୁସାରେ, ଘରେ ରହି ସମୟ ଅତିବାହିତ କରିବା ଏବଂ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିବା ଅପକ୍ଷେ ଏହି କାମରେ ମୋତେ ଆନନ୍ଦ ମିଳୁଛି। ସେ ଦୈନିକ 20 କେଜି ଚାଉଳ,ଡାଲି ଏବଂ ଅନ୍ୟ ସାମଗ୍ରୀ କିଣି ମାର୍ଚ୍ଚ 30 ତାରିଖ ଅପରାହ୍ନରେ ଷ୍ଟେସନ ନିକଟରେ ପହଞ୍ଚିଥିଲେ। ସେ ସମୟରେ ସେ ଜାଣିନଥିଲେ କିଭଳି ଖାଦ୍ୟ ଆରମ୍ଭ କରିବେ। ପରେ 10 ମିନିଟରେ 125 ମିଲ ପ୍ରସ୍ତୁତ କରି ଲୋକଙ୍କୁ ବାଣ୍ଟିଥିଲେ।

ଲକଡାଉନ ସମୟରେ ବାନ୍ଦ୍ରା ଷ୍ଟେସନକୁ ଯିବାକୁ ପୋଲିସ ବାରଣ କରିବା ସତ୍ତ୍ବେ ସେ ସେଠାକୁ ଯାଇ ଖାଦ୍ୟ ବାଣ୍ଟୁଛନ୍ତି। ପ୍ରକାଶ ଥାଉକି ଲକଡାଉନ 1.0 ସରିବାରେ ହଜାର ହଜାର ଶ୍ରମିକ ବାନ୍ଦ୍ରା ଷ୍ଟେସନ ନିକଟରେ ଘରକୁ ଫେରିବାକୁ ଏକତ୍ରିତ ହୋଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.