ETV Bharat / bharat

କଙ୍ଗନା ରଣାୱତଙ୍କୁ ଝଟକା; FIR ରୁଜୁ କରିବାକୁ ବାନ୍ଦ୍ରା କୋର୍ଟଙ୍କ ନିର୍ଦ୍ଦେଶ - kangana ranaut

ମୁମ୍ବାଇର ବାନ୍ଦ୍ରା କୋର୍ଟ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଏକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁନ୍ନା ବରାଲି ଏବଂ ସାହିଲ ଅଶରଫ ସୈୟଦ ବାନ୍ଦ୍ରା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ।

କଙ୍ଗନା ରଣାୱତଙ୍କ ବିରୋଧରେ FIR
କଙ୍ଗନା ରଣାୱତଙ୍କ ବିରୋଧରେ FIR
author img

By

Published : Oct 17, 2020, 1:07 PM IST

ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରା କୋର୍ଟ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଏକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁନ୍ନା ବରାଲି ଏବଂ ସାହିଲ ଅଶରଫ ସୈୟଦ ବାନ୍ଦ୍ରା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ।

ପିଟିସନରେ କୁହାଯାଇଛି ଯେ କଙ୍ଗନା ରଣାୱତ ବଲିଉଡକୁ ବଦନାମ୍ କରିବାକୁ ଚେଷ୍ଟା କରୁଛନ୍ତି। ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଟେଲିଭିଜନ୍ ପର୍ଯ୍ୟନ୍ତ ସେ ବଲିଉଡ ବିରୋଧରେ ବୟାନ ଦେବାରେ ଲାଗିଛନ୍ତି । ସେ କ୍ରମାଗତ ଭାବରେ ବଲିଉଡକୁ ନେପୋଟିଜିମ୍‌ ଓ ଫେବରାଇଟିଜିମ୍‌ର କେନ୍ଦ୍ର ବୋଲି କହି ଆସୁଛନ୍ତି ।

ଏହା ମଧ୍ୟ ଅଭିଯୋଗ ହୋଇଛି ଯେ କଙ୍ଗନା ବଲିଉଡର ହିନ୍ଦୁ ଏବଂ ମୁସଲମାନ କଳାକାରଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି। ସେ କ୍ରମାଗତ ଭାବରେ ଆପତ୍ତିଜନକ ଟ୍ବିଟ୍ କରୁଛନ୍ତି, ଯାହା କେବଳ ଧାର୍ମିକ ଭାବନାକୁ ଆଘାତ ଦେଇନଥାଏ ବରଂ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଲୋକ ଏହା ଦ୍ବାରା କ୍ଷତିଗ୍ରସ୍ତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.