ETV Bharat / bharat

କାଶୀ ବିଷୟରେ ସ୍ବତନ୍ତ୍ର ପାଠ୍ୟକ୍ରମ ପଢ଼ିବେ ବିଏଚ୍‌ୟୁ ଛାତ୍ର

author img

By

Published : Dec 5, 2020, 9:23 PM IST

ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଏଣିକି କାଶୀ ବିଷୟରେ ସ୍ବତନ୍ତ୍ର ପାଠ୍ୟକ୍ରମ ରହିବ । ସ୍ନାତକୋତ୍ତର ବିଭାଗରେ ଦୁଇବର୍ଷ ପାଇଁ ପଢ଼ବେ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ...

banaras-hindu-university-will-start-post-graduation-course-about-kashi
କାଶୀ ବିଷୟରେ ସ୍ବତନ୍ତ୍ର ପାଠ୍ୟକ୍ରମ ପଢ଼ିବେ ବିଏଚ୍‌ୟୁ ଛାତ୍ର

ବାରାଣାସୀ: ବିଶ୍ବର ସାଂସ୍କୃତିକ ରାଜଧାନୀ କୁହାଯାଉଥିବା କାଶୀ ବିଷୟରେ ଏବେ ଆପଣ ପଢ଼ି ପାରିବେ ଅନେକ କିଛି । କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଏବେ ନୂଆ କୋର୍ସ ଆରମ୍ଭ ହେବ, ଯାହାର ନାମ ହେବ ‘ଷ୍ଟଡି ଅଫ୍‌ କାଶୀ’ । ଏହାର ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ କମିଟି ଗଠନ ହୋଇ ସାରିଛି । ସବୁକିଛି ଠିକ୍‌ ଚାଲିଲେ ଆସନ୍ତା ଶିକ୍ଷାବର୍ଷରୁ ଦୁଇ ବର୍ଷୀୟ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରାରମ୍ଭ ହୋଇଯିବ ।

ସାତ ଦରିୟା ପାରିରୁ ଆସନ୍ତି ଲୋକ

କୁହାଯାଏ ଯେ କାଶୀ ଇତିହାସ ଠାରୁ ବି ପୁରୁଣା । ବୋଧହୁଏ ଏହା ହିଁ କାରଣ ଯେ ମା ଗଙ୍ଗାଙ୍କ ରମଣୀୟ ତଟରେ ଅର୍ଦ୍ଧଚନ୍ଦ୍ରାକୃତିରେ ନିର୍ମିତ ଏହି ସୁନ୍ଦର ନଗରୀ ଯାହାକୁ ଲାଇଟ ଅଫ ସିଟି କୁହାଯାଏ, ତା ବିଷୟରେ ବର୍ତ୍ତମାନ ଛାତ୍ରଛାତ୍ରୀ ପଢ଼ିବେ । ତେବେ କୌଣସି ପୁସ୍ତକୁରୁ ନୁହେଁ ଏକ ସମ୍ପୂର୍ଣ୍ଣ ଭିନ୍ନ ପାଠ୍ୟକ୍ରମ ଭାବେ ।

ପାଠ୍ୟକ୍ରମର ରୂପରେଖ ପ୍ରସ୍ତୁତ ପାଇଁ ଗଠିତ ହେଲା କମିଟି

ନୂତନ ପାଠ୍ୟକ୍ରମର ରୂପରେଖ ପ୍ରସ୍ତୁତି ପାଇଁ ବିଭାଗୀୟ ସ୍ତରୀୟ ଏକ କମିଟି ଗଠନ କରାଯାଇଛି । ରୂପରେଖ ପ୍ରସ୍ତୁତ ହେବା ପରେ ଏହାକୁ ବିଭାଗୀୟ ପବ୍ଲିକ ପ୍ଲାନିଂ କମିଟି ଆଗରେ ରଖାଯିବ । ତେଣୁ ବିଶ୍ବବିଦ୍ୟାଳୟ ଏକାଡେମିକ କାଉନସିଲର ଅଧ୍ୟୟନ ପରେ ହିଁ ଏହା ଉପରେ ମୋହର ଲାଗିବ । ବିଏଚୟୁର ସାମାଜିକ ବିଜ୍ଞାନ ବିଭାଗର ଡିନ୍‌ ପ୍ରଫେସର କୌଶଲ କିଶୋର ମିଶ୍ର କହିଛନ୍ତି ଯେ ‘ଷ୍ଟଡି ଅଫ୍‌ କାଶୀ ପାଠ୍ୟକ୍ରମରେ କାଶୀର ଆଧ୍ୟାତ୍ମିକ ପରମ୍ପରା, ରାଜନୈତିକ ପରମ୍ପରା, ଧାର୍ମିକ ପରମ୍ପରା, ସଙ୍ଗୀତ ପରମ୍ପରା, ସାଢ଼ୀ, ପାନ, ରାଜନୈତିକ ଇତିହାସ, ଭୌଗଳିକ ଇତିହାସ, କୋଠ କଣ୍ଢେଇ, କୁଟୀର ଶିଳ୍ପ ଓ ଗଙ୍ଗା ମାତା ଆଦି ବିଷୟରେ ଛାତ୍ରଙ୍କୁ ପଢ଼ାଯିବ ।

କାଶୀକୁ ପଢ଼ାଉଥିବା ପ୍ରଥମ ବିଶ୍ବବିଦ୍ୟାଳୟ ହେଲା ବିଏଚୟୁ

ପ୍ରଫେସର କୌଶଲ କିଶୋର ମିଶ୍ର କହିଛନ୍ତି ଯେ ଇତିହାସ ବିଭାଗର ପ୍ରପେସରଙ୍କ ସହ ମିଶି 2 ବର୍ଷୀୟ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରାଯିବ, ଯେଉଁଥିରେ କାଶୀ ବିଷୟରେ ପଢ଼ାଯିବ । ସ୍ବତନ୍ତ୍ର ଭାରତରେ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ହେଉଛି ପ୍ରଥମ ବିଶ୍ବବିଦ୍ୟାଳୟ ଯାହା କାଶୀ ବିଷୟରେ ପିଲାମାନଙ୍କୁ ଶିକ୍ଷାଦାନ ଦେବାକୁ ଯାଉଛି । ନୂତନ ପିଢ଼ି କାଶୀ ବିଷୟରେ ସେ ସବୁ କଥା ଜାଣନ୍ତି ନାହିଁ ଯାହା ସେମାନେ ଜାଣିବା ଦରକାର । ସେ କହିଛନ୍ତି ଯେ ସାମାଜିକ ବିଜ୍ଞାନ ବିଭାଗରେ ଏହି ନୂତନ ଯୋଜନା ପ୍ରସ୍ତୁତ ହୋଇଛି ଯେ 2 ବର୍ଷର ଏମଏ ପାଠ୍ୟକ୍ରମରେ କାଶୀ ବିଷୟରେ ପଢ଼ା ଯାଉ । କାଶୀରେ ଯଦି କାଶୀ ବିଷୟରେ ପଢ଼ା ନଯିବ ତେବେ ଆଉ କେଉଁଠି ପଢ଼ାହେବ । ଆଜିର ଯୁବ ପିଢ଼ି କାଶୀ ବିଷୟରେ ଜାଣିବା ନିହାତି ଦରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.