ETV Bharat / bharat

ଦିଲ୍ଲୀରେ ପାଳନ ହେବନି ଗଣେଶ ଚତୁର୍ଥୀ, ମହରମରେ ମଧ୍ୟ ଲାଗିଲା ରୋକ - ଗଣେଶ ଚତୁର୍ଥୀ

ଦିଲ୍ଲୀର ମହରମ ସମୟରେ ତାଜିଆ ଶୋଭାଯାତ୍ରା କିମ୍ବା ଉପରେ ରୋକ ଲଗାଯାଇଛି। ସେହିଭଳି ଗଣେଶ ଚତୁର୍ଥୀରେ ମଧ୍ୟ ପ୍ରଭୁ ଗଣେଶଙ୍କ ସର୍ବସାଧାରଣ ପ୍ରତିମୂର୍ତ୍ତି ସ୍ଥାପନ ମଧ୍ୟ ବାରଣ କରାଯାଇଛି । ଅଧିକ ପଢନ୍ତୁ...

ଦିଲ୍ଲୀରେ ପାଳନ ହେବନି ଗଣେଶ ଚତୁର୍ଥୀ, ମହରମ ଉପରେ ମଧ୍ୟ ଲାଗିଲା ରୋକ

author img

By

Published : Aug 16, 2020, 8:06 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶ ପାଳନ କରି ଆଗାମୀ ଗଣେଶ ଚତୁର୍ଥୀ ଏବଂ ମହରମ ପର୍ବକୁ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ଦିଲ୍ଲୀ ସରକାର। ଏହି ନିର୍ଦ୍ଦେଶ ଅନୁଯାୟୀ, ଏଥର ଦିଲ୍ଲୀର ମହରମ ସମୟରେ ତାଜିଆ ଶୋଭାଯାତ୍ରା କିମ୍ବା ଉପରେ ରୋକ ଲଗାଯାଇଛି । ସେହିଭଳି ଗଣେଶ ଚତୁର୍ଥୀରେ ମଧ୍ୟ ପ୍ରଭୁ ଗଣେଶଙ୍କ ସର୍ବସାଧାରଣ ପ୍ରତିମୂର୍ତ୍ତି ସ୍ଥାପନ ମଧ୍ୟ ବାରଣ କରାଯାଇଛି ।

ଦିଲ୍ଲୀରେ ପାଳନ ହେବନି ଗଣେଶ ଚତୁର୍ଥୀ, ମହରମ ଉପରେ ମଧ୍ୟ ଲାଗିଲା ରୋକ
ଦିଲ୍ଲୀରେ ପାଳନ ହେବନି ଗଣେଶ ଚତୁର୍ଥୀ, ମହରମ ଉପରେ ମଧ୍ୟ ଲାଗିଲା ରୋକ

ଦିଲ୍ଲୀ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା ଏ ସମ୍ପର୍କରେ ବିସ୍ତୃତ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଗଣେଶ ଚତୁର୍ଥୀ ପର୍ବ ସମୟରେ ସର୍ବସାଧାରଣ ସ୍ଥାନରେ କୌଣସି ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ନାହିଁ । ସେହିପରି ଶୋଭାଯାତ୍ରା ପାଇଁ କୌଣସି ପ୍ରକାର ଅନୁମତି ଦିଆଯିବ ନାହିଁ। କୋରୋନା ମହାମାରୀର ଏହି ସମୟରେ ଲୋକମାନେ ନିଜ ଘରେ ରହି ଏହି ପର୍ବ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ମୁସଲମାନ ସମ୍ପ୍ରଦାୟର ମହରମ ପର୍ବକୁ ନେଇ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି। ଜୁଲସ କିମ୍ବା ତାଜିଆ ପାଇଁ କୌଣସି ଅନୁମତି ଦିଆଯିବ ନାହିଁ ଏବଂ ଲୋକଙ୍କୁ କେବଳ ନିଜ ଘରେ ରହି ନମାଜ ପାଠ କରିବାକୁ ପଡିବ। ତେବେ ଆଇନ ସୃଙ୍ଖଳା ରକ୍ଷା ପାଇଁ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.