ETV Bharat / bharat

ଏୟାର ଷ୍ଟ୍ରାଇକକୁ ବର୍ଷେ, ମିଗ-21 ଉଡାଇଲେ ବାୟୁସେନା ମୁଖ୍ୟ - ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ

ବାଲାକୋଟ୍‌ ଏୟାର ଷ୍ଟ୍ରାଇକକୁ ଆଜି ବର୍ଷେ ପୁରିଛି । ଏହି ଅବସରରେ ମିଗ-21 ବିମାନ ଉଡାଇଛନ୍ତି ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ । ଅଧିକ ପଢନ୍ତୁ...

balakot-airstrike
ବାୟୁସେନା ମୁଖ୍ୟ
author img

By

Published : Feb 26, 2020, 1:28 PM IST

ନୂଆଦିଲ୍ଲୀ: ବାଲାକୋଟ୍‌ ଏୟାର ଷ୍ଟ୍ରାଇକକୁ ଆଜି ବର୍ଷେ ପୁରିଛି । ଏହି ଅବସରରେ ମିଗ-21 ବିମାନ ଉଡାଇଛନ୍ତି ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ । 51 ସ୍କ୍ବାର୍ଡନ କମାଣ୍ଡିଂ ଅଫିସର ଗ୍ରୁପର କ୍ୟାପଟେନ ନଜୀର ଏବଂ ଭଦୌରିଆ ମିରାଜ-2000 ଏବଂ ସୁଖୋଇ-30 ଏମକେଆଇ ବିମାନ ସହ ମିଶନ ପାଇଁ ଉଡାଣ ଭରିଥିଲେ । ସେମାନେ ଶ୍ରୀନଗର ଏୟାରବେସରୁ ଏହି ଉଡାଣ ଭରିଥିଲେ ।

ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭଦୌରିଆ କହିଛନ୍ତି, 'ବର୍ଷେ ପୂର୍ବେ ଆଜିର ଦିନରେ ଭାରତୀୟ ସେନା ପକ୍ଷରୁ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ ହୋଇଥିଲା । ସୀମାରେ କୌଣସି ପ୍ରକାର ଆତଙ୍କବାଦୀ ଆକ୍ରମଣକୁ ଆମେ ସହ୍ୟ କରିବୁ ନାହିଁ । ଏହାର ଜବାବ ଆମେ ଆହୁରି ଘାତକ ଭାବରେ ଦେବୁ ବୋଲି ଏହି ଷ୍ଟ୍ରାଇକ କରି ଆମେ ସ୍ପଷ୍ଟ କରିଦେଇଛୁ । '

ରାଫେଲକୁ ନେଇ ବାୟୁସେନା ମୁଖ୍ୟ କହିଛନ୍ତି, ରାଫେଲ ଆମ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବ । ଆମ ନିକଟରେ ପୂର୍ବରୁ ଉପସ୍ଥିତ ଥିବା ଅନ୍ୟାନ୍ୟ ବାୟୁସେନା ଯାନ ସହ ଏହାକୁ ବ୍ୟବହାର କରିବା ପରେ ଆମେ ଆହୁରି ଶକ୍ତିଶାଳୀ ହେବୁ । 51 ସ୍କ୍ବାର୍ଡନ ଏବଂ ଅଭିନନ୍ଦନ ବାୟୁସେନା ଶକ୍ତିର ପ୍ରଦର୍ଶନ କରିଛନ୍ତି । ସେମାନଙ୍କ କାର୍ଯ୍ୟପାଇଁ ବାୟୁ ସେନା ଗର୍ବିତ ବୋଲି ଭଦୌରିଆ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.