ଗୁହାଟୀ : ଭାସିଯାଇଛି ପୋଲ । ଯାତାୟତ କରିବା କଷ୍ଟକର ହୋଇପଡିଛି । ବାଉଁଶ ଗଣ୍ଡି ଓ କଦଳୀଗଣ୍ଡି ସାଜିଛି ସାହା ଭରଷା । ସେହିଥିଲେ ଗାଁର ଲୋକ ନିଜ କାମ ପାଇଁ ଗାଁ ବାହାରକୁ ଯିବା ଆସିବା କରୁଛନ୍ତି । ଆସାମ ବକ୍ସା ତାମୁଲପୁରରେ ଦେଖିବାକୁ ମିଳିଛି ଏହି ଘଟଣା ।
ପୂର୍ବରୁ ଭୁଟାନରେ ପ୍ରବଳ ବର୍ଷା ଯୋଗୁଁ ପଗଲାଡିଆ ଏବଂ ବରୋଲିଆରେ ଜଳସ୍ତର ବଢିଥିଲା । ଏହାସହ ବକ୍ସ ଜିଲ୍ଲାରେ ଥିବା ପୋଲ ସମ୍ପୂର୍ଣ୍ଣ ଧୋଇଯାଇଥିଲା । ଫଳରେ ବକ୍ସା ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଗ୍ରାମବାସୀ ମାନେ ଗାଁରୁ ଜରୁରୀ କାମରେ ବାହାରକୁ ଯିବା ପାଇଁ କଷ୍ଟକର ହୋଇପଡିଲା । ତେଣୁ ଶେଷରେ ଏମାନେ କଦଳୀ ଏବଂ ବାଉଁଶ ଗଣ୍ଡି ବ୍ୟବହାର କରି କେବେଳ ଗାଁ ଲୋକେ ନୁହେଁ ପିଲାମାନେ ସ୍କୁଲ ଯିବା ଆସିବା ମଧ୍ୟ କରୁଥିବା ଦେଖାଦେଇଛି ।