ଜୟପୁର: ବିଧାୟକଙ୍କ କିଣାବିକା ମାମଲାରେ ଏସଓଜି ଦ୍ବାରା ଗିରଫ ହୋଇଥିବା ଅଭିଯୁକ୍ତ ଭରତ ମାଲାନୀର ଜାମିନ ଆବେଦନ ଖାରଜ ହୋଇଯାଇଛି । ଅଭିଯୁକ୍ତ ରାଜ୍ୟରେ ନିର୍ବାଚିତ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରିଥିବା କୋର୍ଟ ନିଜ ଆଦେଶରେ କହିଛନ୍ତି । ଏହାସହ ଏହି ମାମଲାରେ ଆଇପିସି ଧାରା 124 (କ) ଓ 120(ଖ) ଆଧାରରେ ଯାଞ୍ଚ ବିଚାରଧିନ ରହିଛି । ଏଥିପାଇଁ ମାଲାନୀଙ୍କୁ ଜାମିନରେ ଛଡା ଯାଇପାରିବ ନାହିଁ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି ।
ଏହି ମାମଲାରେ ମିଛରେ ଫସାଇଦିଆଯାଇଥିବା ମାଲାନୀ ନିଜ ଜାମିନ ଆବେଦନରେ କହିଛି । ରାଜ୍ୟ ସରକାରଙ୍କ ଦଳର କୌଣସି ବି ବ୍ୟକ୍ତିଙ୍କୁ ଲାଞ୍ଚ ଦିଆଯାଇନଥିବା ଏଫଆଇଆର ଦଲିଲରେ ସ୍ପଷ୍ଟ ରହିଛି । ଏହାସହ ଏହି ଘଟଣା ଉପରେ କଂଗ୍ରେସ ବିଧାୟକମାନେ ମଧ୍ୟ କୌଣସି ବୟାନ ଜାରି କରିନାହାନ୍ତି ।
ସେପଟେ ରାଜସ୍ଥାନ ରାଜନୀତିରେ ଜାରି ସସପେନ୍ସ ମଧ୍ୟରେ ଉଦୟପୁରରୁ ଦୁଇଟି ଗାଡି ଜବତ କରିଥିଲା ଏସଓଜି । ଏହି ଦୁଇଟି ଗାଡିରୁ ଏକ କୋଟି 25 ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡିଛି । ତେବେ ଘଟଣାରେ 3 ଜଣଙ୍କୁ ପଚରାଉଚୁରା କରିବ ଏସଓଜି । ପୂର୍ବରୁ ଟଙ୍କା ଲୋଭ ଦେଖାଇ କଂଗ୍ରେସ ବିଧାୟକଙ୍କୁ କିଣିବାକୁ ଷଡଯନ୍ତ୍ର କରାଯାଉଥିବା ଅଭିଯୋଗ ହୋଇଛି ।