ଡେରାଡୁନ: ପୁଣି ଶ୍ରଦ୍ଧାଳୁଙ୍କୁ ମିଳିବ ପ୍ରଭୁ ବଦ୍ରିନାଥଙ୍କ ଦର୍ଶନ। ଥଣ୍ଡା ଓ ଅତ୍ୟଧିକ ବରଫପାତ ପାଇଁ ପ୍ରସିଦ୍ଧ ବଦ୍ରିନାଥ ଧାମର କବାଟ ବନ୍ଦ ରହିଥିଲା। ଏହାର କବାଟ ଖୋଲିବା ନେଇ ତିଥି ନିର୍ଦ୍ଧାରିତ ହୋଇସାରିଛି। ଆସନ୍ତା ମେ' ମାସ 10 ତାରିଖ ଭୋର 4:15 ସମୟରେ ବଦ୍ରିନାଥ ଦ୍ୱାର ଖୋଲିବା ନେଇ ସୂଚନା ମିଳିଛି।
ଏନେଇ ବସନ୍ତ ପଞ୍ଚମୀ ଅବସରରେ ନରେନ୍ଦ୍ର ନଗର ରାଜଦରବାରରେ ଏନେଇ ଏକ ସମାରୋହ ଆୟୋଜିତ ହୋଇଯାଇଛି। ଏଥିରେ ସାଂସଦ ମାଲା ରାଜଲକ୍ଷ୍ମୀ ସାହ, ରାଜକୁମାରୀ ଶୃଜା, ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷ ମୋହନ ପ୍ରସାଦ ଥପଲିୟାଲ, ମୁଖ୍ୟକାର୍ଯ୍ୟକାରୀ ବି.ଡି ସିଂହଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।