ETV Bharat / bharat

ଡାକ୍ତରଙ୍କ ଅଣଦେଖା, ଗର୍ଭସ୍ଥ ଶିଶୁ ମୃତ

ପ୍ରସବ ପୀଡାରେ ଡାକ୍ତରଖାନା ବାରଣ୍ଡାରେ ଛଟପଟ ହେଉଛନ୍ତି ଗର୍ଭବତୀ । ହେଲେ ତାଙ୍କୁ ଦେଖି ବି ଅଣଦେଖା କରିଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ କୋଲାର ହସ୍ପିଟାଲରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କର୍ଣ୍ଣାଟକ
author img

By

Published : May 30, 2019, 10:55 AM IST

ବେଙ୍ଗାଲୁରୁ: ଦୁନିଆ ଦେଖିବା ଆଗରୁ ମା'ପେଟରେ ମୃତ ଶିଶୁ । ଡାକ୍ତରଖାନାର ଅଣଦେଖା ଯୋଗୁଁ ନିଜ ସନ୍ତାନ ହରାଇଲା ମା' । ଚିକିତ୍ସା କଲେନି ଡାକ୍ତର । 7 ମାସର ଗର୍ଭକୁ ଧରି ଚିକିତ୍ସା ପାଇଁ ଆସିଥିଲେ ଗର୍ଭବତୀ । ଡାକ୍ତରଖାନା ବାରଣ୍ଡାରେ ଯନ୍ତ୍ରଣାରେ ଛଟପଟ ହେଉଥିଲ୍ କିନ୍ତୁ ସମସ୍ତ ଦେଖି ମଧ୍ୟ ଅଣଦେଖା କରୁଥିଲେ ।ଏଭଳି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକ କୋଲାର କେଜିଏଫ ହସ୍ପିଟାଲରେ ।

ସ୍ଥାନୀୟ ଅଞ୍ଚଳର ଜଣେ ଗର୍ଭବତୀ ଯନ୍ତ୍ରଣା ସହି ନପାରି ଡାକ୍ତରଖାନା ଆସିଥିଲେ। ହେଲେ ଡାକ୍ତର ଚିକିତ୍ସା କରିବା ତ ଦୂରର କଥା କେହି ତାଙ୍କୁ ଆଡ ଆଖିରେ ବି ଚାହୁଁ ନଥିଲେ । ପରେ ଗର୍ଭବତୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆର ଏଲ ଗିରାପ୍ପା ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ସେଠାରେ ତାଙ୍କର ଶିଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର।

ତେବେ କେଜିଏଫ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୁ୍ଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଶିଶୁମୃତ୍ୟୁ ପାଇଁ କେବଳ ହସ୍ପିଟାଲ କର୍ତ୍ତୃପକ୍ଷ ଦାୟୀ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

Intro:Body:

fsds

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.