ETV Bharat / bharat

ବାବ୍ରି ମସଜିଦ ଭଙ୍ଗା ମାମଲା: ଶୁଣାଶି ଶେଷ ପାଇଁ ଅଧିକ ସମୟ ମାଗିଲେ ସ୍ବତନ୍ତ୍ର ବିଚାରପତି

ବାବ୍ରି ମସଜିଦ ଭଙ୍ଗା ମାମଲାର ବିରାର କରୁଥିବା ସ୍ବତନ୍ତ୍ର ବିଚାରପତି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହି ମାମଲାର ଶୁଣାଣି ଶେଷ କରିବା ପାଇଁ ସେ ଅଧିକ ସମୟ ମାଗିଛନ୍ତି ।

ଫାଇଲ ଫଟୋ
author img

By

Published : Jul 15, 2019, 10:25 PM IST

ନୂଆଦିଲ୍ଲୀ: ବାବ୍ରି ମସଜିଦ ଭଙ୍ଗା ମାମଲାର ବିରାର କରୁଥିବା ସ୍ବତନ୍ତ୍ର ବିଚାରପତି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହି ମାମଲାର ଶୁଣାଣି ଶେଷ କରିବା ପାଇଁ ସେ ଅଧିକ ସମୟ ମାଗିଛନ୍ତି । ଗତ ମେ ମାସରେ ସୁପ୍ରିମକୋର୍ଟଙ୍କୁ ଏକ ପତ୍ର ଲେଖି ସ୍ବତନ୍ତ୍ର ବିଚାରପତି ଏସ କେ ଯାଦବ କହିଥିଲେ, ଆସନ୍ତା ସେପ୍ଟେମ୍ବର 30ରେ ସେ ଅବସର ନେବେ । ସେ ପୁଣି କହିଥିଲେ, ଗତ ଦୁଇ ବର୍ଷ ଧରି ସେ ଏହି ମାମଲାର ଦୈନିକ ଶୁଣାଣି କରୁଛନ୍ତି । ତେବେ ଏହି ମାମଲାର ଶୁଣାଣି ପାଇଁ ଆଉ 6 ମାସ ଆବଶ୍ୟକ ।

ତେବେ ଏହି ଘଟଣା ସୋମବାର ସାମ୍ନାକୁ ଆସିଛି । ଯେତେବେଳେ ସୁପ୍ରିମକୋର୍ଟଙ୍କ ବିଚାରପତି ଆରଏଫ୍ ନିରମାନଙ୍କ ଅଧ୍ୟକ୍ଷତାରେ ଗଠିତ 2 ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଉତ୍ତର ପ୍ରଦେଶ ସରକାରଙ୍କ ଜବାବ ମାଗିଛନ୍ତି, ଟ୍ରାଏଲ କୋର୍ଟ ବିଚାରପତିଙ୍କ ଅବସର ସମୟ ସୀମା ବୃଦ୍ଧି ନେଇ କଣ ଆଇନ ଓ କାନୁନ ରହିଛି । ତେବେ ଏହି ମାମଲାର ଶୁଣାଣି ଆଗାମୀ 19 ତାରିଖରେ ହେବ ।

ପ୍ରକାଶ ଯେ, ଏପ୍ରିଲ 2017ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଦୁଇ ବର୍ଷରେ ଶେଷ କରିବା ପାଇଁ ସ୍ବତନ୍ତ୍ର ବିଚାରପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସ୍ବତନ୍ତ୍ର ବିଚାରପତି ଯାଦବ ଏହି ମାମଲରେ ବିଜେପି ବରିଷ୍ଠ ନେତା ଅଡଭାନି, କଲ୍ୟାଣ ସିଂହ, ମୁରଲି ମନୋହର ଯୋଶୀଙ୍କ ଭୂମିକା ନେଇ ଶୁଣାଣି କରୁଛନ୍ତି ।

Intro:Body:

BLANK FOR LINK STORY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.