ETV Bharat / bharat

ଆମାଜନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ ଥିବା ଟଏଲେଟ୍‌-ପା’ପୋଛ

ଆମାଜନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ ଥିବା ଟଏଲେଟ୍‌, ପା’ପୋଛ, ଜୋତା ଅନଲାଇନରେ ବିକ୍ରି ହେଉଛି । ଏହାକୁ ନେଇ ବାବା ରାମଦେବ କ୍ଷୋଭ ପ୍ରକାଶ କରିବା ସହ ଆମାଜନକୁ ଘେରିଛନ୍ତି ।

ଫାଇଲ ଫଟୋ
author img

By

Published : May 17, 2019, 4:42 PM IST

Updated : May 17, 2019, 4:50 PM IST

ନୂଆଦିଲ୍ଲୀ: ଅନଲାଇନ ଶପିଂ ସାଇଟ ଆମାଜନ ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଭଳି ଗୁରୁତର ଅପରାଧ କରିଛି । ଆମାଜନରୁ ସାମଗ୍ରୀ କିଣୁଥିବା ୟୁଜର୍ସ କମ୍ପାନୀଙ୍କୁ ତୀବ୍ର ଭର୍ସନା କରିଛନ୍ତି । ସାଇଟରେ ହିନ୍ଦୁ ଦେବାଦେବୀଙ୍କ ଫଟୋ ଛପା ଥିବା ଟଏଲେଟ୍‌, ପାପୋଛ, ଜୋତା ଅନଲାଇନରେ ବିକ୍ରି ହେଉଛି । ଏହାକୁ ନେଇ ବାବା ରାମଦେବ କ୍ଷୋଭ ପ୍ରକାଶ କରିବା ସହ ଆମାଜନକୁ ଘେରିଛନ୍ତି ।

ଏଭଳି ବିବାଦପୂର୍ଣ୍ଣ ସାମଗ୍ରୀ ବିକ୍ରି ଘଟଣା ସାମନାକୁ ଆସିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଛି । କେଇ ଘଣ୍ଟରେ 24ହଜାର ଟ୍ବିଟ୍‌ ସହ 'ବୟକଟ୍‌ ଆମାଜନ' ଟ୍ବିଟରେ ଟ୍ରେଣ୍ଡ କରୁଛି । ଏହା ସହ ଅନେକ ବ୍ୟବହାରକାରୀ ଆମାଜନକୁ ଏହି ଭଳି କୁକର୍ମ ପାଇଁ କ୍ଷମା ପ୍ରାର୍ଥନା ସହ ଅନଲାଇନରୁ ଏଭଳି ସାମଗ୍ରୀ ନହଟାଇଲେ ଉଚିତ୍‌ ଶିକ୍ଷା ଦିଆଯିବା ପାଇଁ ଚେତାବନୀ ଦେଇଛନ୍ତି ।

baba-ramdev
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଟ୍ୱିଟର

ବାବା ରାମଦେବ ଆମାଜନର ଏଭଳି କର୍ତ୍ତୃତ୍ବ ପରେ ଟ୍ବିଟ କରିଛନ୍ତି ଯେ,'#Amazon ଇସଲାମ ଓ ଇସାଇଙ୍କ ପବିତ୍ର ଚିହ୍ନକୁ ଏଭଳି ଅପମାନ ଢଙ୍ଗରେ ପରିବେଷଣ କିମ୍ବା ବିକ୍ରି କରିବା ଦୁଃସାହସ କରି ପାରବ କି ?' ରାମଦେବ ଆହୁରି କହିଛନ୍ତି ଯେ ସଦାସର୍ବଦା ହିନ୍ଦୁ ଦେବାଦେବୀଙ୍କ ଅପମାନ କାହିଁକି କରାଯାଉଛି ?

ଏହି ବିବାଦପୂର୍ଣ୍ଣ ଘଟଣା ପରେ ଆମାଜନ ସଫେଇ ଦେଇଛି । ଆମାଜନ କମ୍ପାନୀ ମୁଖପାତ୍ର କହିଛନ୍ତି ଯେ ସମସ୍ତ ବିକ୍ରେତାଙ୍କୁ ଆମାଜନର ଦିଶାନିର୍ଦ୍ଦେଶ ପାଳନ କରିବା ଆବଶ୍ୟକ । ଏହାକୁ ଅଣଦେଖା ତଥା ପ୍ରତ୍ୟାଖ୍ୟାନ କରୁଥିବା ବିକ୍ରେତାଙ୍କୁ ଆମାଜନ ପ୍ଲାଟ ଫର୍ମରୁ ହଟାଇବା ପାଇଁ ଚେତାବନୀ ଦେଇଛି କମ୍ପନୀ । ଏହାସହ ବିବାଦପୂର୍ଣ୍ଣ ସାମଗ୍ରୀକୁ ସାଇଟ୍‌ରୁ ହଟାଇ ଦିଆଯାଇଥିବା କହିଛି କମ୍ପାନୀ ।

ଏହି ବିବାଦ ଆମାଜନ ପାଇଁ ନୂଆ ନୁହେଁ । କମ୍ପାନି ପୂର୍ବରୁ ୨୦୧୭ରେ ଭାରତୀୟ ଜାତୀୟ ପତାକା ଥିବା ପାପୋଛ ବିକ୍ରି ବିବାଦ ଘେରକୁ ଆସିଥିଲା ।

Intro:Body:

fhjfh

Conclusion:
Last Updated : May 17, 2019, 4:50 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.