ETV Bharat / bharat

ଗରମ କ୍ଷୀରରେ ଗାଧୋଇ ଭବିଷ୍ୟବାଣୀ କରନ୍ତି ପୂଜାରୀ, ଜାଣନ୍ତୁ କେଉଁଠି... - ବିଶ୍ବାସ ଓ ଅନ୍ଧବିଶ୍ବାସର ବୁଢିଆଣୀ ଜାଲ

ଆସ୍ଥା, ବିଶ୍ବାସ ଓ ଅନ୍ଧବିଶ୍ବାସର ବୁଢିଆଣୀ ଜାଲରେ ଛନ୍ଦି ହୋଇ ପରମ୍ପରାକୁ ବଞ୍ଚାଇ ରଖିବାକୁ ପ୍ରୟାସ । ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଗୋବର୍ଦ୍ଧନ ପୂଜା ସମୟରେ ପୂଜାରୀ ଫୁଟୁଥିବା ଗରମ କ୍ଷୀରରେ ଗାଧୋଇ ଭବିଷ୍ୟବାଣୀ କରିଥାନ୍ତି । କେବଳ ପୂଜାରୀ ନୁହଁନ୍ତି, ପୂଜାରେ ସାମିଲ ହୋଇଥିବା ଯଜମାନ ମାନେ ମଧ୍ୟ ଏହି ଗରମ କ୍ଷୀରରେ ଗାଧୋଇଥାନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 30, 2019, 4:08 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜାରେ ବିଶ୍ବାସ ଓ ଅନ୍ଧବିଶ୍ବାସର ବୁଢିଆଣି ଜାଲରେ ଛନ୍ଦି ହୋଇ ପରମ୍ପରାକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରହିଛି । ପରମ୍ପରା ଅନୁଯାୟୀ ପୂଜାରେ ଅଂଶ ଗ୍ରହଣ କରିଥିବା ପୂଜକ ଓ ଯଜମାନ ଫୁଟୁଥିବା ଗରମ କ୍ଷୀରରେ ଗାଧୋଇଥାନ୍ତି । ତେବେ ଏପରି କରିବା ଦ୍ବାରା ମାନବ ଜାତିର କଲ୍ୟାଣ ହୋଇଥାଏ ବୋଲି ପୂଜାରି କୁହନ୍ତି ।

ଗୋବର୍ଦ୍ଧନ ପୂଜା ଦିନ ସମସ୍ତ ଯଦୁବଂଶୀ ସୋନଭଦ୍ରରେ ଥିବା ଲୋରିକ ପଥର ତଳେ ସମସ୍ତେ ଏକଜୁଟ ହୋଇଥାନ୍ତି । ଏହାପରେ ଦୁଇଟି ଚୁଲିରେ ବଡ଼ ବଡ଼ ହାଣ୍ଡିରେ କ୍ଷୀରକୁ ଗରମ କରାଯାଇଥାଏ । ଏହି କ୍ଷୀରକୁ ପୂଜାର ମନ୍ତ୍ର ପାଠ କରିସାରିବା ପର୍ଯ୍ୟନ୍ତ ଗରମ କରାଯାଇଥାଏ । ମନ୍ତ୍ରପାଠ ସରିବା ପରେ ପୂଜାରୀ ଗରମ କ୍ଷୀରରେ ଗାଧୋଇଥାନ୍ତି । ଏପରିକି ପୂଜାରେ ବସିଥିବା ଯଜମାନ ମଧ୍ୟ ଏହି ଗରମ କ୍ଷୀରରେ ଗାଧୋଇବାର ପରମ୍ପରା ରହି ଆସିଛି ।

ଏପରିକି ଗରମ କ୍ଷୀରରେ ପୂଜାରୀ କ୍ଷୀରରେ ମୁଣ୍ଡକୁ ପୁରାଇ ଥାନ୍ତି । ଏନେଇ ପୂଜାରୀ କୁହନ୍ତି ଅନ୍ତରରେ ଛନ୍ଦକପଟର ଲୋକମାନଙ୍କୁ ଏହା ଗରମ ଲାଗିବ । କିନ୍ତୁ ନିର୍ମଳ ସ୍ବଭାବର ଲୋକମାନଙ୍କୁ ଏହା କୌଣସି କ୍ଷତି ପହଞ୍ଚାଇବ ନାହିଁ । ତେବେ ଗରମ କ୍ଷୀରରେ ଗାଧୋଇବା ପରେ ପୂଜାରୀ ଉଦଣ୍ଡ ନୃତ୍ୟ କରିଥାନ୍ତି । ଯାହାକୁ ଦେଖିଲେ ସାଧାରଣ ମଣିଷର ଲୋମ ଟାଙ୍କୁରି ଉଠିବ ।

ସେହିଭଳି ପୂଜାରେ ବସିଥିବା ଜଣେ ଯଜମାନ କୁହନ୍ତି, ଗରମ କ୍ଷୀରକୁ ହାତରେ ରଖିଲେ ହିଁ ପୋଡ଼ିଯାଇଥିଲା । ପରେ ପୂଜାରୀ ଏହାକୁ ଥଣ୍ଡା କରିଦେଇଥିଲେ । ଆମକୁ ଲାଗୁଛି ଆମେମାନେ ଠିକ ଭାବେ ପ୍ରସ୍ତୁତ ହୋଇ ଆସିନଥିଲୁ । ଆମ ନିକଟରେ କିଛି ଉଣା ରହିଥିଲା ଯାହା ଫଳରେ ଆମକୁ ଏହା ଗରମ ଲାଗିଥିଲା ବୋଲି ଯଜମାନ କହିଥିଲେ ।

Intro:Body:

national issue

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.