ETV Bharat / bharat

ବିଧାୟକ ପଦରୁ ଇସ୍ତଫା ଦେଲେ ଆଜମ ଖାନ - rampur mla

ରାମପୁରରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ସମାଜବାଦ ପାର୍ଟିର ନେତା ଆଜମ ଖାନ ।

ଫାଇଲ ଫଟୋ
author img

By

Published : Jun 4, 2019, 12:01 PM IST

ଲକ୍ଷ୍ନୌ: ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ସମାଜବାଦ ପାର୍ଟିର ନେତା ଆଜମ ଖାନ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ବାଚସ୍ପତି ହୃଦୟ ନାରାୟଣ ଦୀକ୍ଷିତଙ୍କ ନିକଟକୁ ପଠାଇ ଦେଇଛନ୍ତି । ଉତ୍ତର ପ୍ରଦେଶର ରାମପୁର ନଗର ବିଧାନସଭା ଆସନର ବିଧାୟକ ଥିଲେ ସେ ।

ସଦ୍ୟ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ସେ ରାମପୁର ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଆଜମ ଖାନ। ଲୋକସଭାକୁ ନିର୍ବାଚିତ ହେବା ପରେ ବିଧାନସଭା ସଦସ୍ୟତା ପଦ ଛାଡିଛନ୍ତି। ଉତ୍ତର ପ୍ରଦେଶରେ 2012ରୁ 2017 ମଧ୍ୟରେ ସମାଜବାଦ ପାର୍ଟି କ୍ଷମତାସୀନ ଥିବା ସମୟରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଥିଲେ ସେ।

resignition
ଇସ୍ତଫା ପତ୍ର

ଏହା ପୂର୍ବରୁ ଗଣମାଧ୍ୟମରେ ପ୍ରତିକ୍ରିୟା ସେ କହିଛନ୍ତି, "ଆମେ ଭଗବାନ ରାମ ଏବଂ ମାତା ସୀତାଙ୍କୁ ସମ୍ମାନ କରୁ । ଆମେ ସମସ୍ତଙ୍କର ଆଦର କରୁ । ଆମେ ଉଭୟ ଅଲ୍ଲୀ ଏବଂ ବଜରଙ୍ଗବାଲୀଙ୍କ ଆଦର ମଧ୍ୟ କରିଥାଉ । ଆମକୁ କେହି ଭୋଟ ଦେଉ ବା ନଦେଉ ତାକୁ ଆମେ ଆଦର କରିଥାଉ । "

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜୟ ଶ୍ରୀରାମ ବୋଲୁଥିବା ଲୋକଙ୍କୁ ଜେଲ ପଠାଇବା ସମ୍ପର୍କରେ ମତ ରଖି ଆଜମ କହିଛନ୍ତି ଯେ ଏହାର ଜବାବ ସେ ହିଁ କେବଳ ଦେଇପାରିବେ। ଉତ୍ତର ପ୍ରଦେଶରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ଲଢିବା ସମ୍ପର୍କରେ ମତ ରଖି ଜଣାଇଛନ୍ତି ଯେ, ନିର୍ବାଚନ ଲଢିବା ନେଇ ମୁଁ ଆଗ୍ରହୀ।

ସ୍ଲଗ :-ଗଞ୍ଜାମ ପୋଲିସ ପକ୍ଷରୁ
ପୁଣି ଦୁଇଟି ଟ୍ରକରେ ସହାୟତା ପ୍ରଦାନ...
ରିପୋର୍ଟର:ସମୀର କୁମାର ଆଚାର୍ଯ୍ୟ,
ଫମାର୍ଟ  :ଏଭିଓ,
ସ୍ଥାନ       :   ବ୍ରହ୍ମପୁର,
ତାରିଖ    : ୦୭-୦୫-୧୯. :(ଭିଜୁଆଲ what's app ରେ ଯାଇଛି.)
 (ଆଙ୍କର):-   ଫନି କ୍ଷତିଗ୍ରସ୍ତ ଅଞ୍ଚଳରେ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ପ୍ରଦାନ କରାଯାଇଛି ସହାୟତା ।ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସ°ଗୃହିତ ହୋଇଥିବା ବିଭିନ୍ନ ରିଲିଫ୍ ସାମଗ୍ରୀ କୁ ଏକତ୍ରିତ କରି ଜିଲ୍ଲା ମୁଖ୍ୟାଳୟରୁ ଦୁଇଟି ଟ୍ରକରେ କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଯାଇଥିଲା । ଏଥିରେ ଗଞ୍ଜାମ ଏସ୍.ପି ବ୍ରିଜେଶ କୁମାର ରାୟ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।ପୁର୍ବରୁ ବ୍ରହ୍ମପୁର ପୋଲିସ ପକ୍ଷରୁ ମଧ୍ୟ ଏଭଳି କ୍ଷତିଗ୍ରସ୍ତ ଅଞ୍ଚଳକୁ ରିଲିଫ୍ ସାମଗ୍ରୀ ପ୍ରଦାନ କରାଯାଇଥିଲା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.