ETV Bharat / bharat

ମୋଦିଙ୍କୁ ଭେଟିଲେ ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟ

author img

By

Published : Feb 20, 2020, 7:43 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ । ମାର୍ଚ୍ଚ 3 କିମ୍ବା 4 ତାରିଖ ଅଯୋଧ୍ୟାରେ ଟ୍ରଷ୍ଟର ଦ୍ବିତୀୟ ବୈଠକ ହେବା ନେଇ ସୂଚନା । ଅଧିକ ପଢନ୍ତୁ...

ମୋଦିଙ୍କୁ ଭେଟିଲେ ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟ
ମୋଦିଙ୍କୁ ଭେଟିଲେ ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସ । ସାକ୍ଷାତକାର ସମୟରେ ଟ୍ରଷ୍ଟର ଅନ୍ୟ ସଦସ୍ୟ ମଧ୍ୟ ଉପସ୍ଥିତ ରହିଥିଲେ । ମୋଦିଙ୍କ ସହ ରାମ ମନ୍ଦିର ଟ୍ରଷ୍ଟ ସଦସ୍ୟଙ୍କ ଏହି ବୈଠକ ଦିଲ୍ଲୀର 7 ଲୋକକଲ୍ୟାଣ ମାର୍ଗରେ ହୋଇଛି । ମୋଦିଙ୍କୁ ଭେଟି ଟ୍ରଷ୍ଟର ସଦସ୍ୟମାନେ ତାଙ୍କୁ ଆଯୋଧ୍ୟା ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି । ତେବେ ମୋଦି ଏହା ଉପରେ ବିଚାର କରିବେ ବୋଲି କହିଥିବା ଜଣାପଡିଛି ।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ନିକଟରେ ଗଠିତ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ବୁଧବାର ହୋଇଥିଲା । ବୈଠକରେ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ଓ ଚମ୍ପତ ରାୟଙ୍କୁ ମହାମନ୍ତ୍ରୀ ଭାବେ ଚୟନ କରାଯାଇଥିଲା । ସେହିପରି ନୃପେଶ ମିଶ୍ରଙ୍କୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସର ଭବନ ନିର୍ମାଣ ସମିତି ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଗୋବିନ୍ଦ ଗିରିଙ୍କୁ କୋଷାଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି ।

ଅନ୍ୟପକ୍ଷେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଦ୍ବିତୀୟ ବୈଠକ ମାର୍ଚ୍ଚ 3 କିମ୍ବା 4 ତାରିଖ ଅଯୋଧ୍ୟାରେ ହେବା ନେଇ ସୂଚନା ମିଳିଛି । ଏହି ବୈଠକରେ ରାମ ମନ୍ଦିର ନିର୍ମାଣ ତାରିଖ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି ।

@ANI, @ians_india

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.