ETV Bharat / bharat

ଭୂମି ପୂଜା ପୂର୍ବରୁ ଭାବୁକ ଆଡଭାଣୀ; ମୋର ସ୍ବପ୍ନ ହେଲା ସାର୍ଥକ, କାଲି ଐତିହାସିକ ଦିନ - ଭାରତୀୟ ଜନତା ପାର୍ଟି

ବିଜେପରି ପିତାମହ ଭୀଷ୍ମ ତଥା ଦଳର ମାର୍ଗଦର୍ଶକ ଲାଲକୃଷ୍ଣ ଆଡଭାଣୀ ଭୂମି ପୂଜା ପୂର୍ବରୁ ଦେଲେ ବାର୍ତ୍ତା । ମୋର ସ୍ବପ୍ନ ସାର୍ଥକ ହେଲା । ମୁଁ ସେମାନଙ୍କ ପାଖେ କୃତଜ୍ଞ ।ଯେଉଁମାନେ....

bjp leader lk advani
bjp leader lk advani
author img

By

Published : Aug 4, 2020, 10:48 PM IST

ନୂଆଦିଲ୍ଲୀ: ଅଯୋଧ୍ୟାରେ ଆସନ୍ତାକାଲି (ବୁଧବାର) ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ହେବାକୁ ଯାଉଛି । ଠିକ ତା ପୂର୍ବରୁ ଭାରତୀୟ ଜନତା ପାର୍ଟିର ପିତାମହ ଭୀଷ୍ମ ତଥା ମାର୍ଗଦର୍ଶକ ଲାଲକୃଷ୍ଣ ଆଡଭାଣୀ ଏକ ଭିଡିଓ ଜାରି କରି ନିଜର ମତାମତ ଦେଇଛନ୍ତି । ଆଡଭାଣୀ କହିଛନ୍ତି ମୋର ସ୍ବପ୍ନ ପୁରା ହେବାକୁ ଯାଉଛି । ଆସନ୍ତାକାଲି (ବୁଧବାର) ସାରା ଦେଶବାସୀଙ୍କ ପାଇଁ ଐତିହାସିକ ଦିନ ।

ଭୂମିପୂଜନ ପୂର୍ବରୁ ଭାବୁକ ଆଡଭାଣୀ

ଆଡଭାଣୀ ଆହୁରି କହିଛନ୍ତି କେବେ କେବେ ଜୀବନର ଗୁରୁତ୍ବପୂର୍ଣ୍ଣ ସ୍ବପ୍ନ ସାକାର ହେବାପାଇଁ ସମୟ ଲାଗିଥାଏ । ଆଉ ଯେତେବେଳେ ସ୍ବପ୍ନ ସାର୍ଥକ ହୁଏ ଖୁସିର ସୀମା ନଥାଏ । ଏମିତି ଏକ ସ୍ବପ୍ନ ମୋର ହୃଦୟରେ ଥିଲା ଯାହା ଏବେ ପୁରା ହେବାକୁ ଯାଉଛି । ନିଜ ବାର୍ତ୍ତାରେ ଆଡଭାଣୀ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ରାମ ଜନ୍ମଭୂମି ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା କରିବେ । ଏହା ବାସ୍ତବରେ ମୋ ପାଇଁ ଖାଲି ନୁହେଁ ସାରା ଦେଶ ପାଇଁ ଐତିହାସିକ ଓ ଭାବାତ୍ମକ ଦିନ ହେବ । ରାମ ଜନ୍ମ ଭୂମିରେ ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ ବିଜେପିର ସଂକଳ୍ପ ଥିଲା ।

ରଥଯାତ୍ରାକୁ ମନେପକାଇଲେ ଆଡଭାଣୀ...

ଲାଲକୃଷ୍ଣ ଆଡଭାଣୀ ନିଜର ବାର୍ତ୍ତାରେ ରଥଯାତ୍ରାକୁ ମଧ୍ୟ ମନେ ପକାଇଛନ୍ତି । ସେ କହିଛନ୍ତି ରାମ ଜନ୍ମଭୂମି ଆନ୍ଦୋଳନ ବେଳେ 1990 ରେ ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ରଥଯାତ୍ରା ଭଳି କାର୍ଯ୍ୟକ୍ରମର କର୍ତ୍ତବ୍ୟ କରିଥିଲି । ଯାହା କୋଟି କୋଟି ସନାତନୀଙ୍କୁ ବଳ ଉତ୍ସାହ ଓ ପ୍ରେରଣା ଯୋଗାଇ ଥିଲା । ସେ ଆହୁରି କହିଛନ୍ତି ରାମଲାଲାଙ୍କ ମନ୍ଦିର ପାଇଁ ବହୁମୂଲ୍ୟ ଯୋଗଦାନ ଓ ବଳିଦାନ ଦେଇଥିବା ଭାରତ ସମେତ ସାରା ଦୁନିଆର ସାଧୁ ସନ୍ଥ ନେତା ଓ ଲୋକଙ୍କ ନିକଟରେ କୃତଜ୍ଞ । ଏହାସହ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ନେଇ ମଧ୍ୟ ଆଡଭାଣୀ ଖୁସି ବ୍ୟକ୍ତ କରିବା ସହ କୋର୍ଟଙ୍କ ଏହି ରାୟ ଦେଶର ଶାନ୍ତି ମୈତ୍ରୀ ଏକତା ଅଖଣ୍ଡତାର ବନ୍ଧନକୁ ଆହୁରି ମଜବୁତ କରିଛି ବୋଲି କହିଛନ୍ତି ।

ଶେଷରେ ଆଡଭାଣୀ କହିଛନ୍ତି ମୋର ବିଶ୍ବାସ ରାମ ମନ୍ଦିର ସମସ୍ତଙ୍କ ପାଇଁ ଏକ ନ୍ୟାୟ ମଜବୁତ ସମୃଦ୍ଧ ଶାନ୍ତିପୂର୍ଣ୍ଣ ଏବଂ ସାମଞ୍ଜସ୍ୟପୂର୍ଣ୍ଣ ରାଷ୍ଟ୍ର ଭାବେ ପ୍ରତିନିଧିତ୍ବ କରିବ । କାହାକୁ ବାହାର କରିବ ନାହିଁ । ଯଦ୍ବାରା ବାସ୍ତବରେ ରାମରାଜ୍ୟ ଶୁ-ସାଶନର ପ୍ରତିକ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.