ETV Bharat / bharat

ଅଯୋଧ୍ୟାରେ ଭୂମିପୂଜନ; ମାଝା ବରେଠା ବିସ୍ଥାପିତଙ୍କ ଦୁଃଖ ବୁଝିବ କିଏ? - displacement

ଅଯୋଧ୍ୟାରେ ରାମଲଲାଙ୍କ ପାଇଁ ନିର୍ମାଣ ହେବାକୁ ଯାଉଛି ଭବ୍ୟ ମନ୍ଦିର । ଯାହାର ଭୂମି ପୂଜନ ଆସନ୍ତା 5 ତାରିଖରେ ହେବାକୁ ଯାଉଛି । ଆଉ ଏହି ମଙ୍ଗଳ କାର୍ଯ୍ୟ ପାଇଁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଥିବା ବେଳେ ମାଝା ବରେଠା ଗ୍ରାମବାସୀଙ୍କ ଡର ଏବେ ଚରମସୀମାରେ ।

ଅଯୋଧ୍ୟାରେ ଭୂମିପୂଜନ; ମାଝା ବରେଠା ବିସ୍ଥାପିତଙ୍କ ଦୁଃଖ ବୁଝିବ କିଏ?

author img

By

Published : Aug 1, 2020, 10:24 AM IST

ଅଯୋଧ୍ୟା: ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ 500 ବର୍ଷର ପ୍ରତୀକ୍ଷା ପରେ ଏବେ କୋଟି କୋଟି ରାମଭକ୍ତଙ୍କ ଏହି ପ୍ରତୀକ୍ଷା ଶେଷ ହେବାକୁ ଯାଉଛି । ଅଯୋଧ୍ୟାରେ ରାମଲଲାଙ୍କ ପାଇଁ ନିର୍ମାଣ ହେବାକୁ ଯାଉଛି ଭବ୍ୟ ମନ୍ଦିର । ଯାହାର ଭୂମି ପୂଜନ ଆସନ୍ତା 5 ତାରିଖରେ ହେବାକୁ ଯାଉଛି । ଆଉ ଏହି ମଙ୍ଗଳ କାର୍ଯ୍ୟ ପାଇଁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଥିବା ବେଳେ ମାଝା ବରେଠା ଗ୍ରାମବାସୀଙ୍କ ଡର ଏବେ ଚରମସୀମାରେ ।

ଅଗଷ୍ଟ 5 ରାମରାଜ୍ୟ ପାଇଁ ଅନେକ ଗୁରୁତ୍ବ ବହନ କରେ । ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ଭୂମି ପୂଜନରେ ସାମିଲ ହେବେ ଦେଶର ବଛା ବଛା ଜନପ୍ରତିନିଧି, ସାଧୁ ସନ୍ଥ ଓ ଯୋଗୀ ଋଷିଗଣ । ଭବ୍ୟ ରାମମନ୍ଦିର ନିର୍ମାଣ ହେବ ସତ ହେଲେ ରାମ ପ୍ରତିମୂର୍ତ୍ତୀ ସ୍ଥାପନା ପାଇଁ ଯେଉଁଠାରେ ଭୂମି ଚୟନ କରାଯାଇଛି ସେଠାରେ ବାସ କରନ୍ତି ମାଝା ବରେଠା ଅଧିବାସୀ । ବାସିନ୍ଦାଙ୍କ ଦୁଃଖ ତ ଏତିକି ରାମଲାଲାଙ୍କ ମନ୍ଦିର ସିନା ନିର୍ମାଣ ହେବ ହେଲେ ଏବେ ସେମାନେ ରହିବେ କେଉଁଠି ? କାରଣ ମନ୍ଦିର ନିର୍ମାଣ ପାଇଁ ଯେଉଁ ଜମି ଅଧିଗ୍ରହଣ ସରିଛି ଯେଉଁଠି ପ୍ରଭୁ ରାମଲଲାଙ୍କ ସବୁଠାରୁ ଉଚ୍ଚ ମୂର୍ତ୍ତି ସ୍ଥାପନ ହେବ ଏବେ ସେଠାରୁ ତାଙ୍କ ଘରଡିହ ବାଡି ଛାଡିବାକୁ ପଡିବ ।

ପବିତ୍ର ସାରୁ ନଦୀଠାରୁ 5 କିମି ଦୂରରେ ଅବସ୍ଥିତ ଏହି ମାଝା ବରେଠା ଗ୍ରାମକୁ ସରକାର ଜମି ଅଧିଗ୍ରହଣ ପ୍ରକ୍ରିୟାରେ ରଖିଛନ୍ତି । ଯେଉଁଠାରେ ରାମଲଲାଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି । ହେଲେ ଗ୍ରାମବାସୀଙ୍କ କହିବା କଥା ସେମାନେ ରାମମନ୍ଦିର ନିର୍ମାଣ ଓ ପ୍ରତିମୂର୍ତ୍ତୀ ସ୍ଥାପନାକୁ ବିରୋଧ କରୁନାହାଁନ୍ତି ବରଂ ତାଙ୍କୁ ଏଥିପାଇଁ ସମ୍ମୁଖୀନ ହେବାକୁ ବିସ୍ଥାପନରୁ ରକ୍ଷା କରିବା ଉଚିତ୍ ।

ରାମମନ୍ଦିର ନିର୍ମାଣ ପରେ ଏଠାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଏନଏଚଏଆଇ ମଧ୍ୟ ସୁବିଧା ସୃଷ୍ଟି କରିବାକୁ ଅନେକ କାର୍ଯ୍ୟ ହାତକୁ ନେଇଛି । ସେହିପରି ଭୂମିପୂଜନ ଦିନ ରାମଜନ୍ମଭୂମିର ସାମଗ୍ରିକ ବିକାଶ ପାଇଁ ପ୍ରାୟ ଏକ ହଜାର କୋଟି ମୂଲ୍ୟର 51 ଟି ପ୍ରୋଜେକ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ।

ପ୍ରଭୁ ରାମଲଲାଙ୍କ ମନ୍ଦିର ପାଇଁ ସରକାର ବିକାଶର ଗନ୍ଥାଘର ରୂପେ ଅନେକ ଯୋଜନା ମଧ୍ୟ ଘୋଷଣା କରିଛନ୍ତି । ପରିକ୍ରମାମାର୍ଗର ସୌନ୍ଦର୍ଯ୍ୟକରଣ ସହ ନବୀକରଣ ପାଇଁ ପ୍ରାୟ 3000 କୋଟି ଟଙ୍କା ଖର୍ଚ୍ଚ ହେବାକୁ ପ୍ରସ୍ତାବ ରହିଛି । କେବଳ ସେତିକି ନୁହେଁ 165 କିଲୋମିଟର ରାସ୍ତା ନିର୍ମାଣ ସହ ଅନେକ ସେତୁ ମଧ୍ୟ ନିର୍ମାଣ ହେବାର ପ୍ରସ୍ତାବ ରହିଛି ଯାହା ଅଯୋଧ୍ୟାକୁ ଚିତ୍ରକୂଟ ସହ ସଂଯୋଗ କରିବ ।

ଅଯୋଧ୍ୟାର ପ୍ରସ୍ତାବିତ ଆନ୍ତର୍ଜାତୀୟ ବସ ଟର୍ମିନାଲ ନିକଟରେ ଅବସ୍ଥିତ ଏହି ମାଝା ବରେଠା ଗାଁ। । ଯେଉଁଠି ରାମଲଲାଙ୍କ 251 ମିଟର ବିଶିଷ୍ଟ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ । ମାତ୍ର ମନ୍ଦିର ନିର୍ମାଣ ହେବାକୁ ଥିବା ମାଝା ବରେଠା ଗ୍ରାମବାସୀ ଏବେ ଦୁର୍ଦ୍ଦିନରେ । ଅଯୋଧ୍ୟାର ବିକାଶ ପାଇଁ ଯେଉଁ ପ୍ରକଳ୍ପ ଘୋଷଣା ହୋଇଛି ସେଥିପାଇଁ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବେ । ନିଜର ଅସ୍ତିତ୍ବ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ଏବେ ମାଝା ବରେଠା ଗ୍ରାମବାସୀ ।

ମାଝା ବରେଠାର ଏକ ଗ୍ରାମସଭା ଏବେ ଅଯୋଧ୍ୟା ମ୍ୟୁନିସିପାଲଟି କର୍ପୋରେସନ ଏକ ଅଂଶ । ଯାହାଫଳରେ ରାମ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଜମି ଅଧିଗ୍ରହଣ ଜରୁରୀ ବୋଲି ବିଜ୍ଞପ୍ତି ଜାରି କରାଯାଇଛି । ଏହାପରେ ଗ୍ରାମବାସୀ ଏବେ ଭୟଭୀତ ଅବସ୍ଥାରେ । ନିଜ ହକ ପାଇଁ ଗ୍ରାମବାସୀ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଚଳିତବର୍ଷ ଜାନୁଆରୀ 28ରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଅନ୍ୟପଟେ2013 ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ଜମି ଅଧିଗ୍ରହଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ସ୍ବାଧୀନତାର 73 ବର୍ଷ ପରେ ବି ଏହି ମାଝା ବରେଠା ଗ୍ରାମବାସୀ ବିକାଶର ସୁନେଲି କିରଣ ଦେଖିବାରୁ ବଞ୍ଚିତ ହୋଇଛନ୍ତି । ଏମିତିକି ସରକାର ଏମାନଙ୍କୁ ନିଜ ମାଲିକାନା ମଧ୍ୟ ପ୍ରଦାନ କରିନାହାଁନ୍ତି ଯାହା ଫଳରେ ବିସ୍ଥାପିତ ପରେ ସେମାନଙ୍କୁ ନିଜ ପ୍ରାପ୍ୟ ମିଳିବ ନା ନାହିଁ ତାହା ବି ସନ୍ଦେହ ଘେରରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.