ETV Bharat / bharat

ଜଷ୍ଟିସ ଅବ୍‌ଦୁଲ ନଜୀରଙ୍କୁ 'Z' ସୁରକ୍ଷା, ଜୀବନ ପ୍ରତି ଅଛି ବିପଦ - ଜଷ୍ଟିସ ଅବ୍‌ଦୁଲ ନଜୀରଙ୍କ ଜୀବନ ପ୍ରତି ବିପଦ

ଅଯୋଧ୍ୟା ମାମଲାରେ ରାୟ ପ୍ରକାଶ କରିଥିବା ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସମ୍ବିଧାନିକ ଖଣ୍ଡପୀଠରେ ସାମିଲ ଥିବା ଜଷ୍ଟିସ ଅବ୍‌ଦୁଲ ନଜୀର ଏବଂ ତାଙ୍କ ପରିବାରକୁ 'Z' ଶ୍ରେଣୀର ସୁରକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Nov 17, 2019, 8:56 PM IST

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ପ୍ରକାଶ କରିଥିବା ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସମ୍ବିଧାନିକ ଖଣ୍ଡପୀଠରେ ସାମିଲ ଥିବା ଜଷ୍ଟିସ ଅବ୍‌ଦୁଲ ନଜୀରଙ୍କ ଜୀବନ ପ୍ରତି ବିପଦ ରହିଛି । ଚରମପନ୍ଥୀ ସଂଗଠନ ପପ୍ୟୁଲର ଫ୍ରଣ୍ଟ ଅଫ ଇଣ୍ଡିଆ ତାଙ୍କ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଏବଂ ତାଙ୍କ ପରିବାରକୁ 'Z' ଶ୍ରେଣୀର ସୁରକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଜଷ୍ଟିସ ନଜୀର ଏବଂ ତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରିବାକୁ ସିଆରପିଏଫ ଏବଂ ସ୍ଥାନୀୟ ପୋଲିସକୁ ନର୍ଦ୍ଦେଶ ଦେଇଛି ଗୃହମନ୍ତ୍ରାଳୟ ।

କେରଳରେ ସକ୍ରିୟ ଥିବା ପିଏଫଆଇ ଏବଂ ଅନ୍ୟ କିଛି ଚରମପନ୍ଥୀ ସଂଗଠନ ଠାରୁ ଜଷ୍ଟିସ ଅବ୍‌ଦୁଲ ନଜୀରଙ୍କ ଜୀବନ ପ୍ରତି ବିପଦ ଥିବା ଗୁଇନ୍ଦା ସୂଚନା ମିଳିଛି । ତେଣୁ ପୂର୍ବ ସତର୍କତା ଅବଲମ୍ବନ କରି କର୍ଣ୍ଣାଟକରେ ରହୁଥିବା ଜଷ୍ଟିସ ଅବଦୁଲ ନଜୀର ଏବଂ ତାଙ୍କ ପରିବାକୁ କର୍ଣ୍ଣାଟକ ସମେତ ସାରା ଦେଶରେ 'Z' ଶ୍ରେଣୀର ସୁରକ୍ଷା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅବଦୁଲ ନଜୀର ଏବଂ ତାଙ୍କ ପରିବାରକୁ ବେଙ୍ଗାଲୁରୁ, ମାଙ୍ଗାଲୁରୁ ଏବଂ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ସୁରକ୍ଷା ଯୋଗାଯିବ । ତାଙ୍କ ସୁରକ୍ଷାରେ 22 ଜଣ ସିଆରପିଏଫ ଯବାନ ନିୟୋଜିତ ହେବେ ।

sample description

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.