ETV Bharat / bharat

ଅଯୋଧ୍ୟା ମାମଲା: ପରସ୍ପର ସହ ବିଚାରବିମର୍ଶ କଲେ ଖଣ୍ଡପୀଠ

ଅଯୋଧ୍ୟା ମାମାଲାରେ ଶୁଣାଣି କରିଥିବା ସିଜେଆଇ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗୁରୁବାର କେବଳ ଅଯୋଧ୍ୟା ମାମଲାକୁ ନେଇ ପରସ୍ପର ମଧ୍ୟରେ ବିଚାରବିମର୍ଶ କରିଥିଲେ ।

ଅଯୋଧ୍ୟା ମାମଲା: ଆଜି କୌଣସି କେସ୍ ନେଇ ଆଲୋଚନା କରିବେ ନାହିଁ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ
author img

By

Published : Oct 18, 2019, 3:01 AM IST

ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟରେ ଶେଷ ହୋଇଛି ଅଯୋଧ୍ୟା ମାମାଲାର ଶୁଣାଣି । ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ ରାୟ ସଂରକ୍ଷିତ ରଖିଛନ୍ତି । ତେବେ ଏହି ମାମଲାରେ ଗୁରୁବାର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଚାମ୍ବରରେ ବସିଥିଲେ ।

ଏହି ଖଣ୍ଡପୀଠ ନିଜ ନିଜ କୋର୍ଟ ରୁମରେ ଅନ୍ୟ କୌଣସି ମାମଲା ଶୁଣାଣି କରିନଥିବା ବେଳେ କେବଳ ଅଯୋଧ୍ୟା ମାମଲାକୁ ନେଇ ପରସ୍ପର ବିଚାରବିମର୍ଶ କରିଥିଲେ ।

ଏହାସହ ଅଯୋଧ୍ୟା ମାମଲାର ନିଷ୍ପତ୍ତି ପାଇଁ ସିଜେଆଇ ରଞ୍ଜନ ଗୋଗୋଇ ମଧ୍ୟ ନିଜର ବିଦେଶ ଗସ୍ତକୁ ରଦ୍ଦ କରିଛନ୍ତି । ସୂଚନା ଥାଉକି ଦୀର୍ଘ 40 ଦିନର ଅଯୋଧ୍ୟା ଶୁଣାଣିକୁ ବୁଧବାର ଶେଷ କରିଛନ୍ତି ସୁପ୍ରିମ କୋର୍ଟ । ସମସ୍ତ ପକ୍ଷଙ୍କ ଦଲିଲ ଓ ଅଭିଯୋଗ ପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ଏହା ସହିତ ତିନିଦିନ ମଧ୍ୟରେ ସମସ୍ତ ପକ୍ଷକୁ ଲିଖିତ ରିପୋର୍ଟ ଦେବାକୁ ସମୟ ଦେଇଛନ୍ତି କୋର୍ଟ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.