ETV Bharat / bharat

ଅଯୋଧ୍ୟା ବିବାଦ ମାମଲା: ଆଗାମୀ ଦୁଇ ଦିନରେ ଶେଷ ହେବ ଶୁଣାଣି - ଅଯୋଧ୍ୟା ମାମଲା

ବିବାଦୀୟ ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦ ମାମଲାର ଶୁଣାଣି ଆଗାମୀ ଦୁଇ ଦିନ ମଧ୍ୟରେ ସରିବ । ଏ ମାମଲାରେ ଚାଲିଥିବା ଶୁଣାଣି ଆଜି 39 ଦିନରେ ପହଞ୍ଚିଛି । ବର୍ତ୍ତମାନ ହିନ୍ଦୁପକ୍ଷ କୋର୍ଟରେ ନିଜର ଦଲିଲ ରଖିବେ ।

ଫାଇଲ ଫଟୋ
author img

By

Published : Oct 15, 2019, 11:50 AM IST

ଲକ୍ଷ୍ନୌ: ବିବାଦୀୟ ରାମ ଜନ୍ମଭୂମି- ବାବ୍ରି ମସଜିଦ ମାମଲାର ଶୁଣାଣି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଗାମୀ ଦୁଇ ଦିନରେ ହିନ୍ଦୁ ପକ୍ଷ ନିଜର ଦଲିଲ ରଖିବା ସହ ଏହାର ଶୁଣାଣି ଶେଷ ହେବ । ଏହା ପରେ ସୁପ୍ରିମକୋର୍ଟ ଏ ମାମଲାରେ ଆସିବାକୁ ଥିବା ରାୟକୁ ସଂରକ୍ଷିତ କରିବେ ।

ଏ ମାମଲାରେ ଚାଲିଥିବା ଶୁଣାଣି ଆଜି 39 ଦିନରେ ପହଞ୍ଚିଛି । ବର୍ତ୍ତମାନ ହିନ୍ଦୁ ପକ୍ଷ ନିଜର ଦଲିଲ ରଖିବେ । ପୂର୍ବରୁ ସୋମବାର ସୁନ୍ନୀ ବୋର୍ଡର ଚେୟାରମ୍ୟାନ ଜଫର ଅହମ୍ମଦ ଫାରୁକୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ସୁନ୍ନୀ ବୋର୍ଡର ଚେୟାରମ୍ୟାନ ମଧ୍ୟସ୍ଥତା ପ୍ୟାନେଲର ସଦସ୍ୟ ଥିବା ଶ୍ରୀରାମ ପଞ୍ଚୁଙ୍କୁ ନିଜ ଜୀବନ ପ୍ରତି ବିପଦ ଥିବା କହିଥିଲେ । ବର୍ତ୍ତମାନ ଅଯୋଧ୍ୟାରେ ଜାରି ହୋଇଥିବା 144 ଧାରାକୁ ଆସନ୍ତା ଡିସେମ୍ବର 10 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.