ETV Bharat / bharat

ରାମ ଜନ୍ମଭୂମି ମାର୍ଗରେ ଜଣେ ସନ୍ଦିଗ୍ଧ  ଅଟକ, ସୁରକ୍ଷା ବ୍ୟବସ୍ଥା କଡାକଡି

ମଙ୍ଗଳବାର ସନ୍ଧ୍ୟା ପ୍ରାୟ 5 ଟା ସମୟରେ ରାମା ଜନ୍ମଭୂମି ଦର୍ଶନ ମାର୍ଗରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା । ତାଙ୍କ ଆଚରଣ ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ। ଅଧିକ ପଢନ୍ତୁ...

author img

By

Published : Aug 26, 2020, 10:22 AM IST

ରାମ ଜନ୍ମଭୂମି ମାର୍ଗରୁ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଲା ପୋଲିସ(

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣକୁ ବିରୋଧ କରି ଅଯୋଧ୍ୟା ପହଞ୍ଚିଥିବା ଜଣେ ସନ୍ଦିଗ୍ଧକୁ ପୋଲିସ ଅଟକ ରଖିଛି । ଶ୍ରୀ ରାମ ଜନ୍ମଭୂମି ଦର୍ଶନ ମାର୍ଗ ନିକଟରୁ ସନ୍ଦିଗ୍ଧକୁ ପୋଲିସ ଫୋର୍ସ ଧରିଥିଲା। ସନ୍ଦିଗ୍ଧ ଜଣକ ଉତ୍ତରପ୍ରଦେଶ ପ୍ରୟାଗରାଜ ଜିଲ୍ଲା ମାଉ ଅଞ୍ଚଳର ମୌଲାନା ବୋଲି ଜଣାପଡିଛି। ସେପଟେ ପୋଲିସ ପକ୍ଷରୁ ସମସ୍ତ ସୁରକ୍ଷା ଯାଞ୍ଚ କଡାକଡି କରାଯାଇଛି ।

ମଙ୍ଗଳବାର ସନ୍ଧ୍ୟା ପ୍ରାୟ 5 ଟା ସମୟରେ ରାମା ଜନ୍ମଭୂମି ଦର୍ଶନ ମାର୍ଗରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା । ତାଙ୍କ ଆଚରଣ ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଅଟକ କରିଛି। ସ୍ଥାନୀୟ ଲୋକଙ୍କ ଅନୁସାରେ, ଉକ୍ତ ବ୍ୟକ୍ତି ଜଣକ ସ୍ଥାନୀୟ ଲୋକଙ୍କୁ ମୂର୍ତ୍ତି ପୂଜା ନକରିବାକୁ ମଧ୍ୟ କହିଥିଲେ । ସନ୍ଦିଗ୍ଧ କହିଥିଲେ, ଆଲ୍ଲା ତାଙ୍କୁ ଅଯୋଧ୍ୟାକୁ ପଠାଇଛନ୍ତି। ଅଯୋଧ୍ୟାରେ ମୂର୍ତ୍ତି ପୂଜା ବନ୍ଦ କରିବାକୁ ଆଲ୍ଲା ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ରାମ ଜନ୍ମଭୂମି ମାର୍ଗ ସମ୍ବେଦନଶୀଳ କ୍ଷେତ୍ରରେ ଆସୁଛି । ରାମ ଜନ୍ମଭୂମି ପରିସରେ ସାଥ ସହିତ ଏହି ମାର୍ଗ ମଧ୍ୟ ସମ୍ବେଦନଶୀଳ ଭାବେ ବିବେଚନା କରାଯାଏ । ଏପରି ସ୍ଥିତିରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସୂଚନା ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସନ୍ଦିଗ୍ଧଙ୍କୁ ଅଟକ ରଖି ପୋଲିସ ପଚରାଉଚରା ସମୟରେ ସେ ଉତ୍ତରପ୍ରଦେଶ ମାଉ ଜିଲ୍ଲାର ଆଫତବ ବୋଲି ଜଣାପଡିଛି । ଆଫତବଙ୍କ ମାନସିକ ସ୍ଥିତି ଠିକ ନଥିବା ପରିବାର ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.