ETV Bharat / bharat

ନବରାତ୍ରୀରେ ଆରମ୍ଭ ହୋଇପାରେ ରାମ ମନ୍ଦିର ନିର୍ମାଣ, ଟ୍ରଷ୍ଟ ପକ୍ଷରୁ ସୂଚନା

author img

By

Published : Jul 6, 2020, 4:01 PM IST

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। କେବଳ ଭୂମି ପୂଜନର ଶୁଭ ତାରିଖକୁ ଅପେକ୍ଷା ରହିଛି । ଏହାପରେ ନିର୍ମାଣ କାର୍ଯ୍ୟ ଜୋର ଧରିବ ।

ରାମ ମନ୍ଦିର ନିର୍ମାଣ
ରାମ ମନ୍ଦିର ନିର୍ମାଣ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। କେବଳ ଭୂମି ପୂଜନର ଶୁଭ ତାରିଖକୁ ଅପେକ୍ଷା ରହିଛି । ଏହାପରେ ନିର୍ମାଣ କାର୍ଯ୍ୟ ଜୋର ଧରିବ । ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ଆରମ୍ଭ ନେଇ ଆଉ ଏକ ଶୁଭ ମୂହୁର୍ତ୍ତ ବାହାରିଛି । ଶ୍ରୀରାମ ଜନ୍ମଭୂମୀ ତିର୍ଥକ୍ଷେତ୍ର ନ୍ୟାସର ସୂତ୍ରରୁ ଜଣାପଡିଛି ଯେ ଅଶ୍ବିନ ଶୁକ୍ଲପକ୍ଷ କିମ୍ବା ବିଜୟାଦଶମୀ ସମୟରେ ଭୂମି ପୂଜନ କରାଯିବ ।

ଅନ୍ୟପକ୍ଷେ ଚତୁର୍ମାସ କାରଣରୁ ଅଶ୍ବିନୀ କୃଷ୍ଣପକ୍ଷ ପୁରା ହେବା ଯାଏଁ ଅର୍ଥାତ ଅମାବାସ୍ୟା ଯାଏଁ କୌଣସି ମଙ୍ଗଳକାର୍ଯ୍ୟ କରାଯିବ ନାହିଁ । ଏଭଳି ପରିସ୍ଥିତିରେ ସବୁଠାରୁ ଶୁଭ ମୂହୁର୍ତ୍ତ ନବରାତ୍ରୀ । ପ୍ରକାଶଥାଉକି, ଭୂମି ପୂଜା ନେଇ ଅନେକ ଥର ତାରିଖ ସ୍ଥଗିତ ରହିଛି । ପାଖାପାଖି 12 ଥର ଏହାକୁ ସ୍ଥଗିତ ରଖଗଲାଣି ।

ଟ୍ରଷ୍ଟ ସୂତ୍ର ଅନୁଯାୟୀ, 78 ଏକର ଜମିରେ ଅନ୍ୟାନ୍ୟ କୋଠା ଓ ନିର୍ମାଣ ପାଇଁ କାର୍ଯ୍ୟ ଚାଲିଛି। ଜମି ପୁନରୁଦ୍ଧାର ପାଇଁ ଆଧ୍ୟାତ୍ମିକ, ଧାର୍ମିକ ରୀତିନୀତି ଜାରି ରହିଛି । ବିଶ୍ବ ହିନ୍ଦୁ ପରିଷଦର ସୂତ୍ରରୁ ଏହା ମଧ୍ୟ ଦର୍ଶାଯାଇଛି ଯେ ଯଦି ସାରା ଦେଶରେ କୋରୋନା ସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଏ ଓ ଯଦି ସମସ୍ତ ସର୍ତ୍ତ ଅନୁକୂଳ ହୁଏ ତେବେ ଦୁର୍ଗା ପୂଜା ସମୟରେ ଭୂମି ପୂଜନ କରାଯାଇପାରିବ।

ଗତ ଜୁନ 26ରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ସମ୍ପର୍କରେ ଏକ ଚିଠି ପଠାଯାଇଛି। ଏହି ସମାରୋହ ପାଇଁ ସବୁଜ ସଙ୍କେତ ପାଇବା ସହିତ କାର୍ଯ୍ୟ ଆରମ୍ଭ ହେବ । ଟ୍ରଷ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଭୂମି ପୂଜନ ପାଇଁ ପ୍ରସ୍ତୁତି ଚାଲିଛି।

ଅନ୍ୟପଟେ ମସଜିଦ୍ ନିର୍ମାଣ କାର୍ଯ୍ୟ ଅକ୍ଟୋବରରେ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ସୁନ୍ନୀ ସେଣ୍ଟ୍ରାଲ ୱାକଫ ବୋର୍ଡ କାର୍ଯ୍ୟକାଳକୁ 6 ମାସ ବୃଦ୍ଧି କରିବାକୁ ଅନୁମୋଦନ ଦେବା ପରେ ହିଁ ଏହି ଘୋଷଣା କରାଯାଇଛି। ଏହାର ତୁରନ୍ତ ପରେ ୱାକଫ ବୋର୍ଡର ଅଧ୍ୟକ୍ଷ ଜୁଫୈର ଫାରୁକି କହିଛନ୍ତି ଯେ ଅଯୋଧ୍ୟା ନିକଟରେ 5 ଏକର ଜମିରେ ମସଜିଦ ନିର୍ମାଣ ପାଇଁ ୟୁପି ସରକାରଙ୍କ ଦ୍ବାରା 14 ଜଣିଆ ମସଜିଦ ନିର୍ମାଣ କମିଟି ଗଠନ କରାଯାଇଛି। ଏଥିରେ ଇସଲାମର ବରିଷ୍ଠ ଧାର୍ମିକ ନେତା ମଧ୍ୟ ସାମିଲ ଅଛନ୍ତି। ଅର୍ଥାତ୍ ବୋର୍ଡର ବର୍ତ୍ତମାନର କମିଟି ଅଯୋଧ୍ୟା ଠାରୁ ପ୍ରାୟ 22 କିଲୋମିଟର ଦୂରରେ ଥିବା ଧନ୍ନିପୁର ଗ୍ରାମରେ ଆବଣ୍ଟିତ ଜମିରେ ମସଜିଦ ନିର୍ମାଣ କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.