ETV Bharat / bharat

କୋରୋନା ଯୋଗୁଁ 23 ଦିନ ଧରି ଫସିରହିଛି ମୃତଦେହ, ଉଦ୍ଧାର ପାଇଁ ପିଏମଙ୍କୁ ପରିବାରର ଅପିଲ - ମହିଳାଙ୍କ ମୃତଦେହ ଚୀନରେ ଫସିବା ଘଟଣା

ମୁମ୍ବାଇ ନିବାସୀ ଜଣେ ମହିଳାଙ୍କ ମୃତଦେହ ଚୀନରେ ଫସି ରହିଥିବାବେଳେ କୌଣସି ବିମାନ ଭାରତକୁ ଆସୁନଥିବାରୁ ଗତ 23 ଦିନ ଧରି ମୃତଦେହକୁ ଭାରତ ଆଣିବାକୁ ଅପେକ୍ଷା କରି ରହିଥିବା ପରିବାର ଏବେ ନିରୁପାୟ ହୋଇ ପ୍ରଧାନମନ୍ତ୍ରୀଙ୍କ ଗୁହାରି କରିଛନ୍ତି ।

prime minister
ଉଦ୍ଧାର ପାଇଁ ପିଏମଙ୍କୁ ପରିବାରର ଅପିଲ
author img

By

Published : Feb 17, 2020, 7:51 AM IST

ମୁମ୍ବାଇ: ଚୀନରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଭାଇରସ । ପାଖାପାଖି 16 ଶହରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇସାରି ଥିବାବେଳେ 67 ହଜାରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । କୋରୋନାର ଭୟାଭହତାକୁ ଦେଖି ଭାରତ ସମେତ ଅନ୍ୟଦେଶ ମାନଙ୍କ ସହ ଚୀନର ସମ୍ପର୍କ ଛିନ୍ନ ହୋଇଛି । ଆଉ ଏହାରି ମଧ୍ୟରେ ମୁମ୍ବାଇ ନିବାସୀ ଜଣେ ମହିଳାଙ୍କ ମୃତଦେହ ଚୀନରେ ଫସି ରହିଥିବାବେଳେ କୌଣସି ବିମାନ ଭାରତକୁ ଆସୁନଥିବାରୁ ଗତ 23 ଦିନ ଧରି ମୃତଦେହକୁ ଭାରତ ଆଣିବାକୁ ଅପେକ୍ଷା କରି ରହିଥିବା ପରିବାର ଏବେ ନିରୁପାୟ ହୋଇ ପ୍ରଧାନମନ୍ତ୍ରୀଙ୍କ ଗୁହାରି କରିଛନ୍ତି । ଯାହାଦ୍ବାରା ମୃତ ମହିଳାଙ୍କ ଅନ୍ତିମ ସତ୍କାର ହୋଇପାରିବ ।

କୁହାଯାଉଛି କି, ମୁମ୍ବାଇ ନିବାସୀ 63 ବର୍ଷୀୟ ରିତା ମେହେରା ନାମକ ମହିଳା 24 ଜାନୁଆରୀରେ ନିଜ ଡାକ୍ତର ପୁଅ ପୁନିତ ମେହେରାଙ୍କ ସହ ଅଷ୍ଟ୍ରୋଲିଆ ଠାରୁ ବେଜିଂ ରାସ୍ତା ଦେଇ ଭାରତକୁ ଫେରୁଥିଲେ । ମାତ୍ର ପୁଅ ପୁନିତଙ୍କ କହିବାନୁସାରେ, ଉଡାଣ ଭରିବା ଆରମ୍ଭ ସମୟରେ ହିଁ ରିତା ଶୌଚାଳୟକୁ ଯାଇ ବହୁତ ସମୟ ଧରି ଆଉ ଫେରିନଥିଲେ । ଏହାପରେ କ୍ରୁ ମେମ୍ବରଙ୍କୁ ଜଣାଇବା ପରେ ତାଙ୍କୁ ଅଚେତ ଅବସ୍ଥାରେ ବନ୍ଦ ଶୌଚାଳୟରୁ ଉଦ୍ଧାର କରାଯାଇଥିଲା ।

ଏହାପରେ ବିମାନକୁ ଚୀନର ଝୋଙ୍ଗଜୁ ବିମାନବନ୍ଦରରେ ଜରୁରୀ କାଳିନ ଅବତରଣ କରିବା ପରେ ମା ରିତାଙ୍କୁ ଚିକିତ୍ସା ପାଇଁ ନେବା ସମୟରେ ହିଁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଡାକ୍ତର ପୁନିତ କହିଛନ୍ତି କି, ଭାରତୀୟ ଦୂତାବାସ ଏନେଇ ତାଙ୍କୁ ଅନେକ ସହଯୋଗ କରିବା ସହ 2ଥର ମୃତ୍ୟୁ ପ୍ରମାଣ ପତ୍ର ଜାରି କରିଥିଲେ । ମାତ୍ର ତାହା ଖାରଜ ହୋଇଯିବା ପରେ, ଏବେ ତୃତୀୟଥର ଏହା ଜାରି କରାଯାଇଛି ।

ସେ ମା'ଙ୍କ ମୃତଦେହ ନେବାକୁ 8 ଫେବୃଆରୀ ଯାଏଁ ଚୀନରେ ରହିଥିଲେ ହିଁ ତାଙ୍କ ପତ୍ନୀଙ୍କ ପ୍ରସବ ସମୟ ପାଖେଇ ଆସିବାରୁ ପରିବାର ଲୋକଙ୍କ କହିବାନୁସାରେ, ମା'ଙ୍କ ମୃତଦେହକୁ ଛାଡି ତାଙ୍କୁ ଭାରତକୁ ଆସିବାକୁ ପଡିଥିଲା । ତେଣୁ ସେ ତାଙ୍କ ମା'ଙ୍କ ଅନ୍ତିମ ସତ୍କାର ପାଇଁ ଭାରତ ସରକାରଙ୍କ ପାଖରେ ଗୁହାରି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.