ETV Bharat / bharat

ଲୌହଦାନବ ପରାକ୍ରମରେ ନିହତ ଲୌହମାନବ, ଶିକ୍ଷା ଦେଇଗଲା ପ୍ରଵାସୀ ଭୋକ'ର ରୁଟି !

ଏଵେ ସୋସିଆଲ୍ ମିଡିଆରେ କିଛି ଫଟୋ ଭାଇରାଲ୍ ହେଉଛି। ୧୬ଜଣ ଶ୍ରମିକଙ୍କ ଖଣ୍ଡବିଖଣ୍ଡିତ ଦେହର ରକ୍ତଭିଜା ଟୁକୁଡା, ପିନ୍ଧିଥିବା ଛିଣ୍ଡା ବସ୍ତ୍ର, ପ୍ଲାଷ୍ଟିକ୍ ଆଉ ଅଖା ବ୍ୟାଗ୍ ଏବଂ କିଛି ଗରୀବ ଜୀବନର ନିତ୍ୟଵ୍ୟଵହାର୍ଯ୍ୟ ଜିନିଷପତ୍ର ! ଭାରି ଭୟଙ୍କର ଏ ଫଟୋ। ଯେତିକି ହୃଦୟବିଦାରକ ସେତିକି ଲୋମହର୍ଷକ !

author img

By

Published : May 9, 2020, 4:02 PM IST

ରେଲୱେ ଟ୍ରାକରେ ରୋଟି
Aurangabad train tragedy: 16 migrants crushed to death,

ହାଇଦ୍ରାବାଦ: ଏଵେ ସୋସିଆଲ୍ ମିଡିଆରେ କିଛି ଫଟୋ ଭାଇରାଲ୍ ହେଉଛି। ୧୬ଜଣ ଶ୍ରମିକଙ୍କ ଖଣ୍ଡବିଖଣ୍ଡିତ ଦେହର ରକ୍ତଭିଜା ଟୁକୁଡା, ପିନ୍ଧିଥିବା ଛିଣ୍ଡାବସ୍ତ୍ର, ପ୍ଲାଷ୍ଟିକ୍ ଆଉ ଅଖା ବ୍ୟାଗ୍ ଏବଂ କିଛି ଗରୀବ ଜୀବନର ନିତ୍ୟଵ୍ୟଵହାର୍ଯ୍ୟ ଜିନିଷପତ୍ର ! ଭାରି ଭୟଙ୍କର ଏ ଫଟୋ। ଯେତିକି ହୃଦୟବିଦାରକ ସେତିକି ଲୋମହର୍ଷକ ! ତନ୍ମଧ୍ୟରେ ଆଉ ଏକ ଫଟୋ ସାମ୍ପ୍ରତିକ ସରକାରୀ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ମୃତକଙ୍କ ହାତରୁ ଛିଟିକି ପଡିଥିବା କେଇପଟ ପୋଡା ରୁଟି ! ଯେଉଁ ଭୋକ ଏହି ଅସହାୟଙ୍କୁ ଦାଦନ ସଜେଇ ଥିଲା, ଯେଉଁ ଭୋକ ଘରେ ସଂସାରକୁ ଛାଡି ନିର୍ବିସହ ରହିବାକୁ ବାଧ୍ୟ କରାଇଲା, ଯେଉଁ ଭୋକ ଔରାଙ୍ଗାଵାଦ୍ ପର୍ଯ୍ୟନ୍ତ ହୋଇଥିବା ସଂଘର୍ଷମୟ ଯାତ୍ରା କରାଇଲା, ସେହି ଭୋକ ମେଣ୍ଟାଇଵାକୁ ହାତରେ କେତେପଟ ପୋଡାରୁଟି ଧରି ଜୀବନକୁ ହରେଇବାକୁ ପଡିଲା ! ସତରେ ଏ ମୃତ୍ୟୁକୁ ଆଉ ଏ ଭୋକକୁ ଅଟକାଇ ପାରିଲାନି ପ୍ରଵାସୀ।

ଲୌହଦାନବର ପରାକ୍ରମରେ ନିହତ ହେଲା ପ୍ରଵାସୀ। ଏବେ ହେଇ ହେଇ କଣଟା ହେଵ ? ଘଟଣାର ସତ୍ୟାସତ୍ୟ ସହ ସମ୍ପୂର୍ଣ୍ଣ ବିବରଣୀ 4 ସପ୍ତାହ ମଧ୍ୟରେ ଦାଖଲ କରିବାକୁ ମାନବ ଅଧିକାର କମିଶନ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଔରଙ୍ଗବାଦର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚାରି ସପ୍ତାହ ମଧ୍ୟରେ ଅଧିକାରୀମାନଙ୍କୁ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏସବୁ ତ ହେଇଯିଵ ? କିନ୍ତୁ ସଜାଡି ହେଵ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ଏ ଦାଦନ ପ୍ରଥାକୁ ? ରୋକି ହେଵ ଏ ପ୍ରଵାସୀଙ୍କ ଭୋକକୁ ? ସଜାଡି ହେବ ଏମାନଙ୍କ ଜୀବନଶୈଳୀକୁ ?

ଏମିତି ଅନେକ ପ୍ରଶ୍ନ ଏଵେ ଛାଡି ଦେଇଯାଇଛନ୍ତି ମୃତ ୧୬ଜଣ ନିରୀହ ପ୍ରଵାସୀ। ଦାଦନ ଖଟୁଥିବା ପ୍ରଵାସୀଙ୍କ ପାଇଁ ସରକାର ସ୍ଥାୟୀଭାବେ କିଛି ପଦକ୍ଷେପ ନେଵାର ସମୟ ଆସିଛି। କେଵଳ ଦୁର୍ଘଟଣା ପରେ ତଦନ୍ତ ଆଉ କିଛି ଟଙ୍କା ଦେଇ ମୁଁହ ବନ୍ଦ ନକରି, ଏହାର ସ୍ଥାୟୀ ପ୍ରତିକାର ପାଇଁ ସରକାର ଚିନ୍ତା କରନ୍ତୁ। ନହେଲେ ଲକ୍ଷ ଲକ୍ଷ ଦାଦନ ପରିବାର ଉଜୁଡିଯିବ। ରେଳ ଧାରଣାରେ ଚାଲି ଚାଲି ଘରକୁ ଫେରୁଥିଲେ ଶ୍ରମିକ। ୩୬ କିଲୋମିଟର ଚାଲିବା ପରେ ଟ୍ରେନ ଆସିବନି ଭାବି ରେଳ ଧାରଣାରେ ଶୋଇପଡ଼ିଥିଲେ। ହେଲେ ଏକ ମାଲବାହୀ ଟ୍ରେନ ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏଭଳି ଦୁଃଖଦ ଘଟଣା ମହାରାଷ୍ଟ୍ରର ଔରଙ୍ଗାବାଦ ଅଞ୍ଚଳରେ ସିନା ଘଟିଲା ହେଲେ ସମଗ୍ର ଭାରତବର୍ଷକୁ ସ୍ତଵ୍ଧ କରି ଦେଇଛି ଏ ଅଘଟଣ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.