ETV Bharat / bharat

ଜୀବନର ଶ୍ରେଷ୍ଠ ଦାନ ଅଙ୍ଗଦାନ

author img

By

Published : Aug 13, 2020, 7:00 AM IST

ବିଶ୍ୱ ଅଙ୍ଗଦାନ ଦିବସ । ଭଗବାନ ନ ହୋଇ ମଧ୍ୟ କାହାର ଜୀବନ ରକ୍ଷା କରିବାର ଶକ୍ତି ଆମ ଭିତରେ ରହିଛି । କେବଳ ଗୋଟିଏ ପ୍ରଚେଷ୍ଟା, ଅଙ୍ଗଦାନ କରି । ଯାହାକୁ ମୃତ୍ୟୁ ପରେ ମହତ କାର୍ଯ୍ୟ କୁହାଯାଏ । ଏହି ସନ୍ଦେଶ ନେଇ ପ୍ରତିବର୍ଷ ଅଗଷ୍ଟ 13 ତାରିଖକୁ ପାଳନ କରାଯାଏ ବିଶ୍ବ ଅଙ୍ଗଦାନ ଦିବସ । ମୃତ୍ୟୁକୁ ଆମେ ଅଟକାଇ ପାରିବା ନାହିଁ ମାତ୍ର କାହାର ଜୀବନ ବଞ୍ଚାଇବା ଆମ ହାତରେ ରହିଛି । ଏହା ଆମ ସମସ୍ତଙ୍କର ଦାୟିତ୍ବ ରହିବା ଆବଶ୍ୟକ ବୋଲି ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ଅଙ୍ଗଦାନ ଦିବସର ଲକ୍ଷ୍ୟ ।

ବିଶ୍ୱ ଅଙ୍ଗଦାନ ଦିବସ
ବିଶ୍ୱ ଅଙ୍ଗଦାନ ଦିବସ

ହାଇଦ୍ରାବାଦ: ଜୀବନର ଶ୍ରେଷ୍ଠ ଦାନ ଅଙ୍ଗଦାନ । ଭଗବାନ ନ ହୋଇ ମଧ୍ୟ କାହାର ଜୀବନ ରକ୍ଷା କରିବାର ଶକ୍ତି ଆମ ଭିତରେ ରହିଛି । କେବଳ ଗୋଟିଏ ପ୍ରଚେଷ୍ଟା, ଅଙ୍ଗଦାନ କରି । ଯାହାକୁ ମୃତ୍ୟୁ ପରେ ମହତ କାର୍ଯ୍ୟ କୁହାଯାଏ । ଏହି ସନ୍ଦେଶ ନେଇ ପ୍ରତିବର୍ଷ ଅଗଷ୍ଟ 13 ତାରିଖକୁ ପାଳନ କରାଯାଏ ବିଶ୍ବ ଅଙ୍ଗଦାନ ଦିବସ । ମୃତ୍ୟୁକୁ ଆମେ ଅଟକାଇ ପାରିବା ନାହିଁ ମାତ୍ର କାହାର ଜୀବନ ବଞ୍ଚାଇବା ଆମ ହାତରେ ରହିଛି । ଏହା ଆମ ସମସ୍ତଙ୍କର ଦାୟିତ୍ବ ରହିବା
ଆବଶ୍ୟକ ବୋଲି ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ଅଙ୍ଗଦାନ ଦିବସର ଲକ୍ଷ୍ୟ ।

ଅଙ୍ଗଦାନ ଏକ ଉପହାର । ମୃତ୍ୟୁ ପରେ ଅଙ୍ଗ ନଷ୍ଟ କରି ଆବଶ୍ୟକୀୟ ବ୍ୟକ୍ତିଙ୍କୁ ଦାନ କରିବା ହେଉଛି ଅଙ୍ଗଦାନ । ତେବେ କେବଳ ମୃତ୍ୟୁ ପରେ କାହିଁକି ବଞ୍ଚି ଥାଉ ଥାଉ ମଧ୍ୟ ଆମେ ଅଙ୍ଗଦାନ କରିପାରିବା । ଅଙ୍ଗଦାନକୁ ବୁଝିବାକୁ ହେଲେ ଆମକୁ ପ୍ରଥମେ ଅଙ୍ଗ ପ୍ରତ୍ୟାରୋପଣ ଉପରେ ଜାଣିବାକୁ ହେବ । ଏହା ଏକ ଚିକିତ୍ସା ପ୍ରଣାଳୀ । ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ନଷ୍ଟ ହୋଇଯାଇଥିବା ଅଙ୍ଗ କିମ୍ବା ଟିସୁକୁ ସୁସ୍ଥ ବ୍ୟକ୍ତିଙ୍କ ଦ୍ବାରା ବଦଳା ଯାଇ ପୁଣି ଥରେ ଅଙ୍ଗକୁ କାର୍ଯ୍ୟକ୍ଷମ କରାଯାଇଥାଏ । କେତେକ କ୍ଷେତ୍ରରେ ଡାକ୍ତରୀ ବିଜ୍ଞାନର ଅଗ୍ରଗତି ସ୍ବତ୍ତ୍ବେ ଟ୍ରାନ୍ସପ୍ଲାଣ୍ଟ ହିଁ ଏକ ବିକଳ୍ପ । ଟ୍ରାନ୍ସପ୍ଲାଣ୍ଟ ଦ୍ବାରା ବ୍ୟକ୍ତି ତୁରନ୍ତ ସୁସ୍ଥ ହେବା ସହ ଏହା ଦ୍ବାରା ସେମାନଙ୍କୁ ନୂତନ ଜୀବନ ଜୀଇଁବାର ସୁଯୋଗ ମିଳିଥାଏ । ଦାତାଙ୍କ ଠାରେ ଆବଶ୍ୟକୀୟ ଅଙ୍ଗ ଥିଲେ ପ୍ରତିରୋପଣ ବା ଟ୍ରାନ୍ସପ୍ଲାଣ୍ଟ କରାଯାଇପାରେ । ତେବେ ଅଧିକାଂଶ ମୃତ ବ୍ୟକ୍ତିଙ୍କ ଅଙ୍ଗ ଦ୍ବାରା ହିଁ ଟ୍ରାନ୍ସପ୍ଲାଣ୍ଟ କରାଯାଉଥିବାବେଳେ ଜୀବିତ ବ୍ୟକ୍ତି ମଧ୍ୟ ରୋଗୀଙ୍କୁ ନିଜର ଅଙ୍ଗ ଦେଇପାରିବେ । ଜୀବିତ ବ୍ୟକ୍ତି କିଡନୀ, ଲିଭର, ଫୁସଫୁସ, ପାନକ୍ରିୟାଜ, ଇଣ୍ଟେନଷ୍ଚାଇନ, ରକ୍ତ ଦାନ କରି ସାଧାରଣ ମଣିଷ ଜୀବନ ବଞ୍ଚିପାରିବେ ।ଆଇନ ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ ତାଙ୍କ ପରିବାର ଲୋକଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ।

କାର୍ଡିଆକ ଆଟକ୍‌(ହୃତଘାତ)ରେ ମୃତ୍ୟୁ ହେଉଥିବା ବ୍ୟକ୍ତି କିଛି ଅଙ୍ଗ ଦାନ କରିପାରିବେ । ଯେପରିକି କର୍ଣ୍ଣଆ, ହାଡ, ଚର୍ମ ଓ ରକ୍ତବାହୀ । ହେଲେ ବ୍ରେନ ଷ୍ଟ୍ରେମ (ବ୍ରେନ ମୃତ୍ୟୁ) ହେଲେ 37 ଟି ଅଙ୍ଗ ଦିଆଯାଇପାରିବ । ଯେଉଁଥିରେ କିଡନୀ, ହୃତପିଣ୍ଡ, ଲିଭର ଓ ଫୁସଫୁସ ଭଳି ଗୁରୁତ୍ବ ପୂର୍ଣ୍ଣ ଅଙ୍ଗ ଦେଇପାରିବା । ଐତିହାସିକ ଦୃଷ୍ଟିକୋଣ 18 ଶହ ଶତାବ୍ଦୀରେ ପ୍ରଥମ ଥର ଏକ୍ସପେରିମେଣ୍ଟାଲ ଭାବେ ରିସର୍ଚ୍ଚର ପଶୁ ଓ ମଣିଷଙ୍କ ଠାରେ ଟ୍ରାନ୍ସପ୍ଲାଣ୍ଟ କରିଥିଲେ । ଏହି ପରୀକ୍ଷଣ ଦୀର୍ଘ ବର୍ଷ ଧରି ବିଫଳ ହେଉଥିଲା, କିନ୍ତୁ ବିଂଶ ଶତାବ୍ଦୀର ମଧ୍ୟ ଭାଗ ବେଳକୁ ବୈଜ୍ଞାନିକମାନେ ସଫଳତା ପୂର୍ବକ ଅଙ୍ଗ ପ୍ରତିରୋପଣ କରିବାରେ ସଫଳ ହୋଇଥିଲେ । ଚିକିତ୍ସା ପଦ୍ଧତିରେ କିଡନୀ, ଲିଭର, ହୃତପିଣ୍ଡ, ପାନକ୍ରିୟାଜ, ଇନଣ୍ଟେଷ୍ଟାଇନ, ଫୁସଫୁସ ଓ ହୃତପୁଣ୍ଡ-ଫୁସଫୁସ ମଧ୍ୟ ପ୍ରତିରୋପଣ କରିବାରେ ସଫଳ ହୋଇଥିଲା ।

ପ୍ରଥମ ସଫଳ ପ୍ରତିରୋପଣ 1954 ମସିହାରେ ବ୍ରିଘମ ଆଣ୍ଡ ଓମେନ୍ସ ର ବୈଜ୍ଞାନିକ ଡ.ଜୋଶେଫ ଇ.ମୁରେୟଙ୍କ ଦ୍ବାରା କିଡନୀ ପ୍ରତିରୋପଣ ସଫଳ ହୋଇଥିଲା । 1966ରେ ମିନେଷୋଟା ବିଶ୍ବ ବିଦ୍ୟାଳୟର ଡ. ରିଚାର୍ଡ ଲିଲୈହି, ୱାଲିୟମ କେଲି ଙ୍କ ଦ୍ବାରା ପାନକ୍ରିୟାଜ ଓ କିଡନୀ ଟ୍ରାନ୍ସପ୍ଲାଣ୍ଟ କରିଥିଲେ ।

1968 - ହାର୍ଭାର୍ଡ ଆଡ୍ ହକ୍ କମିଟି ଦ୍ୱାରା ବିକଶିତ ସ୍ନାୟୁଗତ ମାନଦଣ୍ଡ ଉପରେ ଆଧାର କରି ପ୍ରଥମ ଥର ମସ୍ତିଷ୍କ ମୃତ୍ୟୁର ସଂଜ୍ଞା ମିଳିଥିଲା ।

1968 - ବୋଷ୍ଟନରେ ଅବସ୍ଥିତ ନ୍ୟୁ ଇଂଲଣ୍ଡ ଅର୍ଗାନ ବ୍ୟାଙ୍କ, ପ୍ରଥମ ଅଙ୍ଗ କ୍ରୟ ସଂଗଠନ (ଓପିଓ) ପ୍ରତିଷ୍ଠା ହୋଇଥିଲା ।

1976 - ପ୍ରତିରୋପିତ ଅଙ୍ଗଗୁଡିକର ପ୍ରତ୍ୟାଖ୍ୟାନକୁ ରୋକିବାକୁ ପ୍ରତିରକ୍ଷା ପ୍ରଣାଳୀକୁ ଦମନ କରି ସାଇକ୍ଲୋସପୋରାଇନ୍ ର କ୍ଷମତା ଆବିଷ୍କାର କରାଯାଇଥିଲା ।

1983 - ଖାଦ୍ୟ ଏବଂ ଔଷଧ ପ୍ରଶାସନ ସାଇକ୍ଲୋସପୋରାଇନ୍ କୁ ଅନୁମୋଦନ କରିଥିଲେ, ଯାହା ଟ୍ରାନ୍ସପ୍ଲାଣ୍ଟ ଫଳାଫଳକୁ ଉନ୍ନତ କରିପାରିବ କାରଣ ଏହାର ପ୍ରତିରୋପଣକାରୀ ଗୁଣ ଅଙ୍ଗ ପ୍ରତ୍ୟାଖ୍ୟାନର ସମ୍ଭାବନାକୁ ହ୍ରାସ କରିଥାଏ ।

1990 - କିଡନୀ, ଅସ୍ଥି ମଜ୍ଜା ଟ୍ରାନ୍ସପ୍ଲାଣ୍ଟ କରି ଡକ୍ଟର ଜୋସେଫ ଇ ମୁରେ ଏବଂ ଡକ୍ଟର ଇ. ଡୋନ୍ନାଲ ଥୋମାସଙ୍କୁ ନୋବେଲ ପୁରସ୍କାର ମିଳିଥିଲା । 1954 ମସିହାରେ ଡ.ମୁରେ ପ୍ରଥମ ସଫଳ କିଡନୀ ପ୍ରତିରୋପଣ କରିଥିଲେ, 1968ରେ ଡ. ଥୋମାସ ଅସ୍ଥି ମଜ୍ଜା ପ୍ରତିରୋପଣ କରିଥିଲେ ।

1995 - ଲାପାରୋସ୍କୋପିକ୍ ସର୍ଜିକାଲ୍ ପଦ୍ଧତି ମାଧ୍ୟମରେ ପ୍ରଥମ ଜୀବିତ ଦାତାଙ୍କ ଠାରୁ କିଡନୀକୁ ବାହାର କରାଯାଇଥିଲା ।

1998 -ABOରକ୍ତ ଗୋଷ୍ଠୀ କିମ୍ବା ଆଣ୍ଟିବଡି ଦାତାଙ୍କ ସହିତ ଅସଙ୍ଗତ ଥିବା ସ୍ବତ୍ତ୍ବେ ପ୍ଲାଜମାଫେରେସିସ୍ ମାଧ୍ୟମରେ ରୋଗୀଙ୍କ ଠାରେ କୀଡନୀ ପ୍ରତିରୋପଣ ହୋଇଥିଲା ।

2005 - ଫ୍ରାନ୍ସରେ ପ୍ରଥମ ସଫଳ ଆଂଶିକ ଚେହେରା ପ୍ରତିରୋପଣ କରାଯାଇଥିଲା ।

2010 - ସ୍ପେନର ଭାଲ୍ ଡି’ହେବ୍ରନ୍ ହସ୍ପିଟାଲରେ ପ୍ରଥମ ସଫଳ ପୂର୍ଣ୍ଣ ଚେହେରା ପ୍ରତିରୋପଣ ।

ମହାମାରୀ କୋରୋନା ସମୟରେ ଅଙ୍ଗଦାନ ଆମେରିକୀୟ ସୋସାଇଟି ଅଫ୍ ଟ୍ରାନ୍ସପ୍ଲାଣ୍ଟେସନ୍ ବିବୃତ୍ତି , ଅଙ୍ଗଦାନ ସମୟରେ କୋଭିଡ ସଂକ୍ରମଣ ହେବାର ଆଶଙ୍କା କମ ରହିଛି । ଅଙ୍ଗଦାନ ପୂର୍ବରୁ ଡୋନରଙ୍କ କୋଭିଡ ଟେଷ୍ଟ କରିବା ସହ ତାଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ଜାଣିବା ଜରୁରୀ । ଜୀବିତ ଡୋନର ଯେଉଁମାନେ କି ସର୍ବାଧିକ କୋରୋନା ପ୍ରଭାବିତ ଅଞ୍ଚଳ ତଥା ଜଣକୁ ଅନ୍ୟ ଜଣକୁ ସଂକ୍ରମଣ କରିବାର କ୍ଷମତା ରଖୁଥାନ୍ତି ସେମାନଙ୍କ ଅଙ୍ଗଦାନକୁ 14ରୁ 28 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥାଏ । କେତେକ ଅଙ୍ଗ କ୍ରୟ ସଂସ୍ଥା ସମସ୍ତ ଡୋନର ତଥା କେତେକଙ୍କ କୋଭିଡ ପରୀକ୍ଷା ମଧ୍ୟ କରୁଛନ୍ତି । ଟ୍ରାନ୍ସପ୍ଲାଣ୍ଟ ପରେ କିମ୍ବା ଅନ୍ୟ ଗୁରୁତର ରୋଗୀମାନେ କୋଭିଡ-19ରୁ ଅଧିକ ଗୁରୁତର ରୋଗ ହେବାର ଆଶଙ୍କା ରହିପାରେ । ଗୁରୁତର ଅବସ୍ଥାରୁ ସେମାନଙ୍କୁ ସୁସ୍ଥ ହେବାକୁ 6 ସପ୍ତାହ କିମ୍ବା ଅଧିକ ସମୟ ନେଇପାରେ । ବିଶ୍ୱରେ ପ୍ରାୟ 1% ସଂକ୍ରମିତ ବ୍ୟକ୍ତି ଏହି ରୋଗ କାରଣରୁ ରୋଗୀଙ୍କ ମୃତ୍ୟୁ ହୋଇପାରେ । ମାର୍ଚ୍ଚ 2020 ରେ, ୱୁହାନରେ ଅଙ୍ଗ ପ୍ରତିରୋପଣ କେନ୍ଦ୍ରଗୁଡ଼ିକ ସମସ୍ତ ଟ୍ରାନ୍ସପ୍ଲାଣ୍ଟ ଅସ୍ତ୍ରୋପଚାରକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ । କମ ପ୍ରଭାବିତ ଅଞ୍ଚଳଗୁଡିକରେ ପ୍ରଥମେ ଜୀବନ୍ତ ଦାତା ପ୍ରତିରୋପଣ, ଅଗ୍ନାଶୟ ପ୍ରତିରୋପଣ ଏବଂ ବୃକକ୍ ପ୍ରତିରୋପଣ ଉପରେ ସ୍ଥଗିତ ରଖିଥିଲେ । କେତେକ ସେଣ୍ଟରରେ ଜୀବନ ରକ୍ଷାକାରୀ ଜରୁରୀ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ଜାରି ରହିଛି ।

ପରିସଂଖ୍ୟାନ ଅନୁସାରେ, ଫ୍ରାନ୍ସ ଏବଂ ଆମେରିକାରେ ମୃତ ଅଙ୍ଗ ଦାତାଙ୍କ ପ୍ରତିରୋପଣରେ ଯଥାକ୍ରମେ 90.6% ଏବଂ 51.1% କୁ ହ୍ରାସ ଘଟିଛି । ଯାହା କିଡନୀ ପ୍ରତିରୋପଣ ଦ୍ୱାରା ପରିଚାଳିତ । ସମସ୍ତ ଅଙ୍ଗ ପ୍ରତିରୋପଣର ମୋଟ ପରିମାଣ ନେଦରଲ୍ୟାଣ୍ଡରେ ମାସକୁ 100 ~ 150 ରୁ 40 ଟ୍ରାନ୍ସପ୍ଲାଣ୍ଟ ହ୍ରାସ ପାଇଛି । ଟ୍ରାନ୍ସପ୍ଲାଣ୍ଟ କାର୍ଯ୍ୟକଳାପ ହ୍ରାସ ମୁଖ୍ୟତଃ ବିପଦ ସହନଶୀଳତା, ସ୍ଥାନୀୟ କୋଭିଡ ସଂକ୍ରମଣର ପ୍ରଭାବ ଏବଂ ଚିକିତ୍ସା ଉପରେ ନିର୍ଭର କରେ । ସାଧାରଣତଃ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା କରାଯାଇଥିବା ଟ୍ରାନ୍ସମିସନ୍ ଢାଞ୍ଚା ଅନୁଯାୟୀ, ଯେତେବେଳେ ସ୍ପ୍ରୋଡିକ୍ କେସ୍ ଏବଂ କ୍ଲିୟର ଟ୍ରାସେବୁଲ୍ ଟ୍ରାନ୍ସମିସନ୍ ଚେନ୍ ସହିତ ମାମଲାଗୁଡ଼ିକର କ୍ଲଷ୍ଟର ଉପସ୍ଥିତ ଥାଏ, ଯାହା ସତର୍କତା ସହିତ ପ୍ରତିରୋପଣ କରାଯାଇପାରିବ । ଅବଶ୍ୟ, ଯେଉଁ ଅଞ୍ଚଳରେ ଗୋଷ୍ଠୀ ପ୍ରସାରଣ (ବହୁ ସଂଖ୍ୟକ ଅଣସଂରକ୍ଷିତ ମାମଲା) ବୃଦ୍ଧି ପାଉଛି, ରୋଗୀ ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ବିପଦ ବୃଦ୍ଧି ହେତୁ ଟ୍ରାନ୍ସପ୍ଲାଣ୍ଟ ଉପରେ ଏକ ଅସ୍ଥାୟୀ ସ୍ତରର ନିଲମ୍ବନ ସୁପାରିଶ କରାଯାଏ ।

ଭାରତରେ ଅଙ୍ଗ ଦାନ ଚିକିତ୍ସା ଉଦ୍ଦେଶ୍ୟ ତଥା ମାନବ ଅଙ୍ଗରେ ବ୍ୟବସାୟିକ କାରବାରକୁ ରୋକିବା ପାଇଁ ମାନବ ଅଙ୍ଗର ଅପସାରଣ, ସଂରକ୍ଷଣ ଏବଂ ପ୍ରତିରୋପଣ ପ୍ରଣାଳୀ ଯୋଗାଇବା ପାଇଁ ମାନବ ଅର୍ଗାନ୍ସ ଆକ୍ଟ (THOA) 1994 ପ୍ରଣୟନ କରାଯାଇଥିଲା। THOA ବର୍ତ୍ତମାନ ଆନ୍ଧ୍ର ଏବଂ ଜେ ଆଣ୍ଡ କେ ବ୍ୟତୀତ ସମସ୍ତ ରାଜ୍ୟ ଦ୍ବାରା ଗ୍ରହଣ କରାଯାଇଛି, ସେଠାରେ ସେମାନଙ୍କର ନିଜସ୍ବ ନିୟମ ଅଛି। ମସ୍ତସ୍କ ଷ୍ଟେମ୍ ମୃତ୍ୟୁ ଅନ୍ୟାନ୍ୟ ଦେଶ ପରି ଟ୍ରାନ୍ସପ୍ଲାଣ୍ଟେସନ୍ ଅଫ୍ ହ୍ୟୁମାନ୍ ଅର୍ଗାନ୍ସ ଆକ୍ଟ ଅନୁଯାୟୀ ଭାରତରେ ଏକ ଆଇନଗତ ମୃତ୍ୟୁ ଭାବରେ ସ୍ୱୀକୃତିପ୍ରାପ୍ତ, ଯାହା ମୃତ୍ୟୁ ପରେ ଅଙ୍ଗ ଦାନ ଧାରାରେ ପରିବର୍ତ୍ତନ ଆଣିଛି । ଭାରତରେ ଅଙ୍ଗ ଅଭାବର ପରିସ୍ଥିତି ଅଙ୍ଗର ଅଭାବ ପ୍ରାୟତଃ ବୈଷୟୀକ ସମସ୍ୟା କିନ୍ତୁ ସବୁଠାରୁ ପଛରେ ରହିଛି ଏସିଆ ମହାଦେଶ । ଏସିଆରେ ମଧ୍ୟ ଭାରତ ଅନ୍ୟ ଦେଶଠାରୁ ବହୁ ପଛରେ ରହିଛି। ଏହା ନୁହେଁ ଯେ ପ୍ରତିରୋପଣ ପାଇଁ ପର୍ଯ୍ୟାପ୍ତ ଅଙ୍ଗ ନାହିଁ । ପ୍ରାକୃତିକ ଭାବରେ କିମ୍ବା ଦୁର୍ଘଟଣାରେ ମୃତ୍ୟୁ ହେଉଥିବା ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଜଣେ ସମ୍ଭାବ୍ୟ ଦାତା । ଏହା ସତ୍ତ୍ୱେ ଅସଂଖ୍ୟ ରୋଗୀମାନେ ଦାତା ପାଇପାରୁ ନାହାଁନ୍ତି ।

ପ୍ରତିବର୍ଷ ପ୍ରାୟ 1.8 ଲକ୍ଷ ବ୍ୟକ୍ତିଙ୍କ କୀଡନୀ ନଷ୍ଟ ହୋଇଥାଏ । ଦେଶରେ କୀଡନୀ ପ୍ରତିରୋପଣ ସଂଖ୍ୟା କେବଳ 6000 । ଭାରତରେ ପ୍ରତିବର୍ଷ 2 ଲକ୍ଷ ରୋଗୀ ଲିଭର ବିଫଳତା କିମ୍ବା ଲିଭର କର୍କଟରେ ମୃତ୍ୟୁ ଘଟେ । ଯାହାର ପ୍ରାୟ 10-15% ଲିଭର ପ୍ରତିରୋପଣ ଦ୍ୱାରା ସୁସ୍ଥ ହୋଇପାରିବେ । ତେଣୁ ଭାରତରେ ବାର୍ଷିକ ପ୍ରାୟ 25-30 ହଜାର ଲିଭର ପ୍ରତିରୋପଣ ଆବଶ୍ୟକ ହୁଏ କିନ୍ତୁ ପ୍ରାୟ ଏକ ହଜାର ପାଞ୍ଚ ଶହ କାର୍ଯ୍ୟ କରାଯାଉଛି । ବାର୍ଷିକ 50000 ଲୋକ ହୃଦଘାତରେ ପୀଡିତ ହୁଅନ୍ତି କିନ୍ତୁ ଭାରତରେ ପ୍ରତିବର୍ଷ ପ୍ରାୟ 10 ରୁ 15 ହୃଦୟ ପ୍ରତିରୋପଣ କରାଯାଏ ।

କର୍ଣ୍ଣିଆ କ୍ଷେତ୍ରରେ, ପ୍ରତିବର୍ଷ 1 ଲକ୍ଷ ଆବଶ୍ୟକତା ବିରୁଦ୍ଧରେ ପ୍ରାୟ 25000 ଟ୍ରାନ୍ସପ୍ଲାଣ୍ଟ କରାଯାଏ । ଅଙ୍ଗଦାନ ବିଷୟରେ ତଥ୍ୟ ବୟସ, ଜାତି, ଧର୍ମ, ସମ୍ପ୍ରଦାୟ ଇତ୍ୟାଦି ନିର୍ବିଶେଷରେ ଯେ କେହି ଅଙ୍ଗ ଦାତା ହୋଇପାରନ୍ତି । ଅଙ୍ଗ ଦାନ ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ କିମ୍ବା ଜାତିର ଆବଶ୍ୟକ ନାହିଁ । ଅଙ୍ଗ ଦାନ କରିବାର ନିଷ୍ପତ୍ତି ବୟସ ନୁହେଁ, କଠୋର ଚିକିତ୍ସା ମାନଦଣ୍ଡ ଉପରେ ଆଧାରିତ । ପ୍ରାକୃତିକ ମୃତ୍ୟୁ ହେଲେ କର୍ଣ୍ଣିଆ, ହୃତପିଣ୍ଡ ଭଲଭ, ଚର୍ମ ଏବଂ ହାଡ ଭଳି ଟିସୁ ଦାନ କରାଯାଇପାରେ କିନ୍ତୁ ହୃଦୟ, ଯକୃତ,କିଡନୀ, ଅନ୍ତନଳୀ, ଫୁସଫୁସ ଏବଂ ଅଗ୍ନାଶୟ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କେବଳ ମସ୍ତିଷ୍କ ମୃତ୍ୟୁ କ୍ଷେତ୍ରରେ ଦାନ କରାଯାଇପାରିବ । 18 ବର୍ଷରୁ କମ୍ ବୟସ୍କ ବ୍ୟକ୍ତି ଦାତା ହେବା ପାଇଁ ପିତାମାତା କିମ୍ବା ଅଭିଭାବକଙ୍କ ଚୁକ୍ତିନାମା ରହିବା ଆବଶ୍ୟକ । କର୍କଟ, ଏଚ୍.ଆଇ.ଭି, ମଧୁମେହ, କିଡନୀ ରୋଗ, କିମ୍ବା ହୃଦରୋଗ ଭଳି ରୋଗରେ ପୀଡିତ ଥିବା ବ୍ୟକ୍ତି ଅଙ୍ଗଦାନରୁ ବଞ୍ଚିତ ରହିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.