ETV Bharat / bharat

ବିଶ୍ବ ହସ୍ତୀ ଦିବସ: ବିଲୁପ୍ତ ଅବସ୍ଥାରେ ହାତୀ, ସୁରକ୍ଷା ପାଇଁ ଆହ୍ବାନ - ବିଲୁପ୍ତ

‘ହାତୀ ମେରେ ସାଥୀ’ । ସେ ସାଥୀ ଆଜି ବିପଦପୂର୍ଣ୍ଣ ଅବସ୍ଥାରେ । ଲୋଭୀ ମଣିଷର ଲୋଭ ଆଉ ଆକ୍ରୋଶର ଶିକାର ହୋଇଛି ହାତୀ । ବିଶ୍ବ ହସ୍ତୀ ଦିବସ ଅବସରରେ ହାତୀଙ୍କ ସୁରକ୍ଷା ପାଇଁ ଆଗେଇ ଆସିବା ପାଇଁ ସଭିଙ୍କୁ ଆହ୍ୱାନ ।

ଡିଜାଇନ ଫଟୋ
author img

By

Published : Aug 12, 2019, 3:13 PM IST

Updated : Aug 12, 2019, 3:18 PM IST

ହାଇଦ୍ରାବାଦ: ଆଜି ବିଶ୍ବ ହସ୍ତୀ ଦିବସ ପାଳୁଛି ସାରା ବିଶ୍ବ । 2012 ମସିହା ଅଗଷ୍ଟ 12 ତାରିଖରେ ପ୍ରଥମ କରି ଆୟୋଜିତ ହୋଇଥିଲା ହସ୍ତୀ ଦିବସ । ସାରା ବିଶ୍ବରେ ହାତୀ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକ ବିଷୟରେ ବିଶ୍ବବାସୀଙ୍କୁ ଅବଗତ କରାଇବା ନିମେନ୍ତେ ଏହି ଦିନଟି ପାଳନ କରାଯାଏ । ହାତୀ ସଭିଙ୍କର ପ୍ରିୟ ହୋଇଥାଏ ସତ କିନ୍ତୁ ଦିନକୁ ଦିନ ବିଲୁପ୍ତ ଆଡକୁ ଅଗ୍ରସର ହେଉଛି ପୃଥିବୀର ଏହି ବୃହତ୍ତମ ଜୀବ ।

august 12, world elephant day, celebrated world wide, protection of elephant,  ବିଶ୍ବ ହସ୍ତୀ ଦିବସ, ବିଲୁପ୍ତ, ହାତୀ ସୁରକ୍ଷା
ହାତୀ ପାଇଁ ଦିନଟିଏ

ହାତୀଙ୍କ ଏହି ସଙ୍କଟର ମୁଖ୍ୟ କାରଣ ହେଉଛନ୍ତି ମଣିଷ । ମଣିଷଙ୍କ ଯୋଗୁଁ ବାସହରା ହେଉଛନ୍ତି ହାତୀ । ପ୍ରଚୁର ମାତ୍ରାରେ ଜଙ୍ଗଲ କ୍ଷୟ, ଏହା ସାଙ୍ଗକୁ ଚମଡା ଓ ହାତୀ ଦାନ୍ତ ପାଇଁ ହାତୀଙ୍କ ଶିକାର ହ୍ରାସ କରିଛି ହାତୀଙ୍କ ସଂଖ୍ୟା । ସ୍ବାର୍ଥପର ଏହି ମଣିଷ ନିଜ ମନୋରଞ୍ଜନ ପାଇଁ କେତେବେଳେ ସର୍କସରେ ତାକୁ ନେଇ ଭିନ୍ନ ଭିନ୍ନ ଖେଳ ଦେଖାଉଛି ତ କେତେବେଳେ ପୁଣି ଲୋକଙ୍କ ସବାରୀ ହେଉଛି ହାତୀ, ଆଉ ଶେଷରେ ନିଜର ସୌକ ପୂରଣ ପାଇଁ ହାତୀଙ୍କୁ ହତ୍ୟା କରିବାକୁ ବି ପଛାଇ ନାହିଁ ମଣିଷ ।

ମା ସହ ଦୁଇ ଶିଶୁ ହାତୀ
  • ବିଶ୍ବ ହସ୍ତୀ ଦିବସର ଇତିହାସ

2012 ଅଗଷ୍ଟ ମାସ 12 ତାରିଖରେ ପ୍ରଥମ କରି ବିଶ୍ବ ହସ୍ତୀ ଦିବସ ପାଳିତ ହୋଇଥିଲା । ଏହାପରେ ପ୍ରତ୍ୟେକ ବର୍ଷ ହାତୀଙ୍କ ସୁରକ୍ଷା ପାଇଁ ଏହା ପାଳନ କରାଯାଉଛି । 2011 ମସିହାର କାନାଡାର ଦୁଇଜଣ ଚଳଚିତ୍ର ନିର୍ମାତା ମାଇକେଲ କ୍ଲାର୍କ ଓ ପେଟ୍ରିକା ସିମା, ଥାଇଲାଣ୍ଡ ଏଲିଫ୍ୟାଣ୍ଟ ରିଇଣ୍ଟ୍ରୋଡକ୍ସନ ଫାଉଣ୍ଡେସନର ସାଧାରଣ ସମ୍ପାଦକ ସିବାପୋର୍ନ ଦର୍ଦରାନନ୍ଦ ଏହି ଦିନଟିକୁ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଜନ୍ତାରେ ହାତୀ

ହାତୀଙ୍କ ସୁରକ୍ଷା, ହାତୀ ଦାନ୍ତ ପାଇଁ ଅବୈଧ ଶିକାର ତଥା ବନ୍ଦୀ ହୋଇ ରହୁଥିବା ହାତୀଙ୍କ ଭଲ ଚିକିତ୍ସା ନେଇ ଲୋକଙ୍କ ଅବଗତି ନିମନ୍ତେ ଏହି ଦିନଟି ସାରା ବିଶ୍ବରେ ପାଳିତ ହୁଏ । ବର୍ତ୍ତମାନ ପ୍ରାୟ 65ଟି ବନ୍ୟଜନ୍ତୁ ସୁରକ୍ଷା ସଂଗଠନ ଓ ଅନେକ ଲୋକ ଏହି ଦିନଟିକୁ ପାଳନ କରନ୍ତି ।

ସୂଚନା ଯୋଗ୍ୟ ଯେ IUCN ବିପଦ ସଙ୍କୁଳ ଥିବା ଜନ୍ତୁଙ୍କ ରେଡ ଲିଷ୍ଟରେ ଆଫ୍ରିକୀୟ ହାତୀଙ୍କୁ ସମ୍ବେଦନଶୀଳ ଓ ଏସୀୟ ହାତୀଙ୍କୁ ଲୁପ୍ତପ୍ରାୟ ଜନ୍ତୁଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିଛି ।

ମୁକ୍ତ, ସୁରକ୍ଷିତ ଓ ଉଲ୍ଲସିତ ଶିଶୁ ହାତୀ
  • ହାତୀଙ୍କ ବିଭିନ୍ନ ସମସ୍ୟା
  1. ଦାନ୍ତ ଓ ଚମଡା ପାଇଁ ଅବୈଧ ଶିକାର
  2. ବନ୍ଦୀରେ ରଖି ଦୁର୍ବବ୍ୟହାର
  3. ସବାରୀ ଭାବେ ହାତୀଙ୍କ ବ୍ୟବାହାର
  • ହାତୀଙ୍କ ସୁରକ୍ଷା ପାଇଁ
  1. ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏକତ୍ର ହୋଇ କାର୍ଯ୍ୟ କରିବା
  2. ଅବୈଧ ଶିକାର ବନ୍ଦ କରିବା ପାଇଁ ନିୟମ କଡାକଡି
  3. ହାତାଦାନ୍ତର ଅବୈଧ ବ୍ୟବସାୟର ରୋକ
  4. ହାତୀଙ୍କ ବାସସ୍ଥାନ ସଂରକ୍ଷଣ
  5. ବନ୍ଦୀ ହାତୀଙ୍କୁ ଉତ୍ତମ ଚିକିତ୍ସା
  6. ଆଉ ଯେତେବେଳେ ହାତୀ ସୁସ୍ଥ ହେବ ତାକୁ ତାର ପ୍ରାକୃତିକ ଆବାସକୁ ଫେରାଇ ଦେବା
  7. ଅଭୟାରଣ୍ୟର ସୁରକ୍ଷା ବର୍ତ୍ତମାନ ଅନେକ ଗୁଡିଏ ହାତୀ ସଂରକ୍ଷଣ ସଂଗଠନ ଗୁଡିକର ମୂଳ ଲକ୍ଷ ମାନଙ୍କ ମଧ୍ୟରୁ ଗୋଟିଏ ।
  • କେମିତି ପାଳିବେ ହସ୍ତୀ ଦିବସ

ସବୁଠାରୁ ସୁନ୍ଦର ଉପାୟ ହେଲା ଏହି ବିଶାଳ ଜୀବ ବିଷୟରେ ନିଜକୁ ଓ ଅନ୍ୟମାନଙ୍କୁ ଶିକ୍ଷିତ କରିବା । ହାତୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକୁ ଉଠାଇବା ଆବଶ୍ୟକ, ଆଉ ସୋସିଆଲମିଡିଆ ଏଥିପାଇଁ ଶ୍ରେଷ୍ଠ ମାଧ୍ୟମ । ଡକ୍ୟୁମେଣ୍ଟାରୀ ଦ୍ବାରା ଲୋକଙ୍କୁ ହାତୀଙ୍କ ସୁରକ୍ଷା ବିଷୟରେ ଜଣାଇଲେ ତାହା ନିଶ୍ଚିତ ସେମାନଙ୍କ ଆଖି ଖୋଲିବ । ଅନେକ ଲୋକ ଏହି ଦିନ ହାତୀଙ୍କ ସୁରକ୍ଷା ପାଇଁ ଫାଉଣ୍ଡେସନ ଗୁଡିକରେ ଦାନ ମଧ୍ୟ କରିଥାନ୍ତି ।

ଜଙ୍ଗଲ ଛାଡି, ସହର ମୁହାଁ ହାତୀ

ହାତୀଙ୍କ ହତ୍ୟା ରୋକିବା ପାଇଁ କନଭେନ୍ସନ ଅଫ ଇଣ୍ଟରନ୍ୟାସନାଲ ଟ୍ରେଡ ଇନ ଏନଡେନଜର୍ଡ ସ୍ପେସିସ ଅଫ ୱାଇଲ୍ଡ ଫନା ଆଣ୍ଡ ଫ୍ଲୋରା(CITES) ଦ୍ବାରା MIKE (Monitoring the Illigal Killing of Elephants) କାର୍ଯ୍ୟକ୍ରମ ଗୁଡିକ ଆୟୋଜିତ ହୋଇଥାଏ ।

ଘଞ୍ଚ ଜଙ୍ଗଲରେ ବଚରଣ କରୁଥିବା ହାତୀ

ତେବେ ଅଳ୍ପ ସଚେତନତା ଓ ହାତୀଙ୍କ ସୁରକ୍ଷା ପାଇଁ ଟିକିଏ ଚିନ୍ତା ଭାବ ବିଲୁପ୍ତ ହେଉଥିବା ଏହି ଜୀବଙ୍କୁ ସୁରକ୍ଷିତ କରିପାରିବ । ମଣିଷ ଜଦି ହାତୀଙ୍କୁ ବାସହରା ନକରିବେ ସେ ବି ଆଉ ସହରମୁହାଁ ହେବେନାହିଁ । ସମାପ୍ତ ହୋଇଯିବ ହାତୀ ମଣିଷ ଭିତରେ ଚାଲିଥିବା ଲଢ଼େଇ ।

ସେମାନେ ବି ପ୍ରେମ ଓ ବନ୍ଧୁତ୍ବରେ ବନ୍ଧା

Intro:Body:

BLANK FOR LINK 

Conclusion:
Last Updated : Aug 12, 2019, 3:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.