ETV Bharat / bharat

ସୁପ୍ରିମକୋର୍ଟରେ ଟିକଟକ୍ ସପକ୍ଷରେ ଓକିଲାତି କରିବେନି ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ - Attorney General Mukul Rohatgi's refusal to lobby Ticketok Company

ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ମୁକୁଲ ରୋହତଗୀ ଟିକଟକ୍ କମ୍ପାନୀ ସପକ୍ଷରେ ସୁପ୍ରିମକୋର୍ଟରେ ଓକିଲାତି କରିବାକୁ ମନା କରି ଦେଇଛନ୍ତି ।

 ଟିକଟକ୍ ସପକ୍ଷରେ ଓକିଲାତି କରିବେନି ପୂର୍ବତନ ଆଟର୍ଣ୍ଣି ଜେନେରାଲ୍

author img

By

Published : Jul 1, 2020, 3:55 PM IST

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିକୁ ନେଇ ଚୀନର ମନ୍ଦ ଉଦ୍ଦେଶ୍ୟ କାରଣରୁ ସମଗ୍ର ଦେଶରେ ଚୀନ ବିରୋଧୀ ବାତାବରଣ ସୃଷ୍ଟି ହୋଇଛି । ଏପଟେ ଭାରତ ସରକାର ସୋମବାର 59ଟି ଚାଇନିଜ୍ ଆପ୍ ବ୍ୟାନ କରିଛନ୍ତି । ତେବେ ଆପ ବ୍ୟାନ ମାମଲାରେ ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ମୁକୁଲ ରୋହତଗୀ ଟିକଟକ୍ କମ୍ପାନୀ ସପକ୍ଷରେ ସୁପ୍ରିମକୋର୍ଟରେ ଓକିଲାତି କରିବାକୁ ମନା କରି ଦେଇଛନ୍ତି ।

 ଟିକଟକ୍ ସପକ୍ଷରେ ଓକିଲାତି କରିବେନି ପୂର୍ବତନ ଆଟର୍ଣ୍ଣି ଜେନେରାଲ୍
ଟିକଟକ୍ ସପକ୍ଷରେ ଓକିଲାତି କରିବେନି ପୂର୍ବତନ ଆଟର୍ଣ୍ଣି ଜେନେରାଲ୍

ବରିଷ୍ଠ ଓକିଲ ମୁକୁଲ ରୋହତଗୀ ସୁପ୍ରିମକୋର୍ଟରେ କହିଛନ୍ତି ଯେ ଟିକଟକ ପାଇଁ ଓକିଲାତି କରି ସେ ଭାରତ ସରକାରଙ୍କ ବିରୋଧରେ ଯୁକ୍ତି ଉପସ୍ଥାପନ କରିବେ ନାହିଁ । ପ୍ରକାଶଥାଉକି, ଦେଶର ସୁରକ୍ଷା ପ୍ରତି ବିପଦ ଏବଂ ତଥ୍ୟ ଚୋରୀ ଅଭିଯୋଗରେ ମୋଦି ସରକାର ଚୀନ ଆପ ବ୍ୟାନ କରିଛନ୍ତି । ସୋମବାର ରାତିରେ ଟିକଟକ୍ ସମେତ 59 ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ମୋଦି ସରକାରଙ୍କ ନିଷ୍ପତ୍ତି ପରେ ଟିକଟକ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଟିକଟକ୍ କହିଛି, ସରକାରଙ୍କ ନିର୍ଦ୍ଦେଶ ପାଳନ କରାଯିବ କିନ୍ତୁ ତାଙ୍କ ତରଫରୁ କୌଣସି ଭାରତୀୟ ୟୁଜର୍ସଙ୍କ ସୂଚନା ଚୀନ କିମ୍ବା ଅନ୍ୟଦେଶ ସହ ସେୟାର କରାଯାଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.