ETV Bharat / bharat

ଆମେରିକା ଓ ଇରାନ ବିବାଦରେ ଫସିଲା ସାଉଦି ଆରବ - ତେଲ

ତେଲ କିଣା କଟକଣା ପରେ ବହୁଳ ପରିମାଣରେ କ୍ଷତି ସହୁଛି ସାଉଦି ଆରବ ।

ଫାଇଲ ଫଟୋ
author img

By

Published : May 13, 2019, 10:34 PM IST

ନୂଆଦିଲ୍ଲୀ: ଇରାନଠାରୁ ତେଲ କିଣା କଟକଣା ପରେ ଏବେ ଟାର୍ଗେଟରେ ସାଉଦିଆରବ । ସୋମବାର ବିଶ୍ବର ବୃହତ୍ତମ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସାଉଦିଆରବର 2ଟି ତେଲ ଟ୍ୟାଙ୍କରକୁ ଆକ୍ରମଣ କରାଯାଇଛି । ଯେଉଁଥିପାଇଁ ସାଉଦିଆରବକୁ ବହୁଳ ପରିମାଣରେ କ୍ଷତି ସହିବାକୁ ପଡିଛି ।

ଆମେରିକା ବୈଦଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ ପ୍ରଥମେ ପ୍ରସ୍ତାବିତ ମସ୍କୋ ଯାତ୍ରା ରଦ୍ଦ କଲେ । ପରେ ଇରାନରେ ୟୁରୋପିୟ ଅଧିକାରୀଙ୍କ ସହ ଚର୍ଚ୍ଚା କରିବାକୁ ଯାଇଥିଲେ । ସେତେବଳେ ଘଟିଛି ଏହି ଘଟଣା । ଏପଟେ ଇରାନର ଖାଡି କ୍ଷେତ୍ରକୁ ନିଶାନା କରାଯାଉଥିବା ଦର୍ଶାଇ ଇରାନ ମଧ୍ୟ ଆମେରିକାକୁ ଚେତାବନୀ ଦେଇଛି । ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ଆଗୁଆ ଆମେରିକା B-52 ବିମାନର ମୁତୟନ କରିଛି ।

ଏହି ଆକ୍ରମଣରେ ସାଉଦି ଆରବ ପରୋକ୍ଷ ଭାବେ ଇରାନକୁ ଇଙ୍ଗିତ କରି ନିନ୍ଦା କରିଛି । ସମୁଦ୍ର ତଟ ପାଖରେ କମର୍ସିଆଲ ଓ ସିବିଲିୟନ ଜାହାଜକୁ ଟାର୍ଗେଟ କରାଯାଉଛି । ଏ ନେଇ ସାଇଦିଆରବର ଚିନ୍ତା ପ୍ରକଟ କରିବା ସହ ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ସୁରକ୍ଷା ଉପରେ ପ୍ରଶ୍ନ ସୃଷ୍ଟି କରିଛି ।

ପ୍ରକାଶ ଥାଉ ଯେ, ଇରାନରୁ ତେଲ କିଣା ବନ୍ଦ କରିବାକୁ ଭାରତ ଓ ଚୀନ ସମେତ 8ଟି ରାଷ୍ଟ୍ର ଉପରେ ପ୍ରତିବନ୍ଧକ ଲଗାଇଦେଇଛି । ଯେଉଁଥିପାଇଁ ସର୍ବାଧିତ ତୈଳ ଆମଦାନୀକାକୀ ରାଷ୍ଟ୍ର ଭାରତ ଓ ଚୀନକୁ ବହୁ ସମସ୍ୟାର ଭୋଗିବାକୁ ପଡିପାରେ । କାରଣ ଇରାନରୁ ଅଶୋଧିତ ତୈଳ ଆମଦାନୀ ଉପରେ ଭାରତକୁ ବହୁ ଫାଇଦା ମିଳିଥାଏ । ବିମାନ ବନ୍ଦରରୁ ତେଲ ଆଣିବା ବେଳେ ମଧ୍ୟ କୌଣସି ଚାର୍ଜ ଲାଗିନଥାଏ । ଏଥିସହ କମ ଦରରେ ଇରାନରୁ ଭାରତ ଅଧିକ ତେଲ ଆଣିଥାଏ । କିନ୍ତୁ ଆମେରିକାର ଧମକ ପରେ ଏବେ ଭାରତ ମୁଣ୍ଡରେ ତେଲ ଚଡକ ପଡିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.