ETV Bharat / bharat

ବିହାରରେ କ୍ବାରେଣ୍ଟାଇନ କେନ୍ଦ୍ରରେ ଆକ୍ରମଣ, 3 ଗିରଫ - 3 arrested for Attack on Quarantine Center

ବିହାରର ସମସ୍ତିପୁର ଜିଲ୍ଲାର ମୁଫାସିଲରେ ଥିବା ଏକ କ୍ବାରେଣ୍ଟାଇନ କେନ୍ଦ୍ର ଉପରେ କିଛି ଅସାମାଜିକ ଲୋକେ ଆକ୍ରମଣ କରିଛନ୍ତି । ଏଥିରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ପୋଲିସ 3 ଜଣଙ୍କୁ ଗିରଫ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Attack on Quarantine Center
ବିହାରରେ କ୍ବାରେଣ୍ଟାଇନ କେନ୍ଦ୍ରରେ ଆକ୍ରମଣ, 3 ଗିରଫ
author img

By

Published : Apr 7, 2020, 5:57 PM IST

ପାଟଣା: ବିହାରର ସମସ୍ତିପୁର ଜିଲ୍ଲାର ମୁଫାସିଲ ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ କ୍ବାରେଣ୍ଟାଇନ କେନ୍ଦ୍ର ଉପରେ କିଛି ଅସାମାଜିକ ଲୋକେ ଆକ୍ରମଣ କରିଛନ୍ତି । ଏଥିରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନାକୁ ପଠାଯାଇଥିବା ବେଳେ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି ।

ମଙ୍ଗଳବାର ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ବିଷ୍ଣୁପୁରର ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଏକ କ୍ବାରେଣ୍ଟାଇନ୍ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି, ଯେଉଁଠାରେ ବାହାରେ ଥିବା ଲୋକମାନଙ୍କୁ 14 ଦିନ ଯାଏଁ ଅଲଗା ରଖାଯାଇଛି । ଅଭିଯୋଗ ଅନୁସାରେ ଏହି କେନ୍ଦ୍ର ଉପରେ ସୋମବାର ରାତି କିଛି ଅସାମାଜିକ ଲୋକେ ଆକ୍ରମଣ କରି ସେଠାରେ ରହୁଥିବା ଲୋକଙ୍କୁ ବାଡ଼ି ସାହାଯ୍ୟରେ ପିଟିଥିଲେ ।

ମୁଫସିଲ ଥାନାର ଦାୟିତ୍ବରେ ଥିବା ବିକ୍ରମ ଆଚାର୍ଯ୍ୟ କହିଛନ୍ତି, ‘ଏହି ମାମଲାରେ ଏକ ଏଫଆଇଆର ରୁଜୁ କରାଯାଇଛି । ଏହି ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି । ଏହି ମାମଲାରେ, ଗାଁର ତିନି ଜଣ ଲୋକଙ୍କୁ ଗିରଫ କରାଯାଇଛି । ପୋଲିସ ସମ୍ପୁର୍ଣ୍ଣ ମାମଲାର ତଦନ୍ତ କରୁଛି ।’ କେନ୍ଦ୍ରରେ ସୁରକ୍ଷା ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ସୁରକ୍ଷା ପାଇଁ ଏଠାରେ ଗାଁ ଜଗୁ୍‌ଆଳୀ ନିୟୋଜିତ କରାଯାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.