ନୂଆଦିଲ୍ଲୀ: କଣ୍ଟେନମେଣ୍ଟ ଜୋନ୍ରେ ପୋଲିସ ଉପରେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ । ଦିଲ୍ଲୀରେ ନାରାୟଣ ଇଲାକାରେ ଥିବା ଏକ କଣ୍ଟେନମେଣ୍ଟ ଜୋନରେ ଦିଲ୍ଲୀ ଜିଲ୍ଲା ପ୍ରଶାସନର ଭଲେଣ୍ଟିୟର ପୋଲିସ ଓ ସିଭିଲ ଡିଫେନ୍ସ କର୍ମୀଙ୍କ ଉପରେ ସେଠାକାର ଲୋକେ ଆକ୍ରମଣ କରିଛନ୍ତି । ଲୋକଙ୍କ ପାଇଁ ରାସନ ନେଇ ପହଞ୍ଚିଲା ବେଳେ ଏହି ଆକ୍ରମଣ ହୋଇଛି ।
ଦୀର୍ଘ ଦିନ ଧରି କୋରୋନା କାରଣରୁ ଏହି ଅଞ୍ଚଳ ବନ୍ଦ ରହିଲା ଏବଂ କାହାକୁ ବାହାରକୁ ଯିବାକୁ ଅନୁମତି ଦିଆଗଲା ନାହିଁ ଏବଂ ଏହି କାରଣରୁ ଲୋକଙ୍କ ଉତ୍ତ୍ୟକ୍ତ ହୋଇ ରହିଥିଲେ । ଏହି ଟିମ୍ ଯେତେବେଳେ କଣ୍ଟେନମେଣ୍ଟ ଜୋନ୍ରେ ପ୍ରବେଶ କରି ବ୍ୟାରିକେଡ୍ ଖୋଲୁଥିଲା, ଅଚାନକ ଆକ୍ରମଣ କରିଥିଲେ ସ୍ଥାନୀୟ ବାସିନ୍ଦା । ଏହି ଆକ୍ରମଣରେ ମହିଳାମାନେ ମଧ୍ୟ ଜଡିତ ଥିଲେ ଏବଂ ଏହି ଆକ୍ରମଣରେ ପୋଲିସ୍ ସମେତ ଦଳର କିଛି ଲୋକ ମଧ୍ୟ ଆହତ ହୋଇଛନ୍ତି । ଏହାପରେ ତୁରନ୍ତ ନାରାୟଣ ଥାନା ଏବଂ ପୋଲିସ୍ ଫୋର୍ସକୁ ଘଟଣାସ୍ଥଳକୁ ଡକରା ପଠାଯାଇଥିଲା । ପରେ ସ୍ଥିତି ସାମାନ୍ୟ ହୋଇଥିଲା । ସମସ୍ତ ଆକ୍ରମଣକାରୀଙ୍କ ଉପରେ ଏଫ୍ଆଇଆର୍ ଦାଖଲ କରାଯାଇଛି ।
ସୂଚନା ଯେ, ରବିବାର ଅପରାହ୍ନରେ ଏହି ଆକ୍ରମଣ ହୋଇଥିଲା । ଆକ୍ରମଣ ସମୟରେ ଅଞ୍ଚଳର ଜଣୋ ବ୍ୟକ୍ତି ମଧ୍ୟ ପଳାୟନ କରିଛନ୍ତି , ଯାହାକୁ ଖୋଜା ଚାଲିଛି ।
ଏହି ଅଞ୍ଚଳକେ ପ୍ରଥମେ 5 ପଜେଟିଭ ହୋଇଥିଲେ । ଏହାପରେ ପରେ ଆଉ 5 ପଜେଟିଭ ହେବା ପରେ ସମଗ୍ର ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ଏହାପର ଦୀର୍ଘ ସମୟ ଧରି ଲୋକେ ବାହାରକୁ ଯାଇ ନପାରିବାରୁ ବିରକ୍ତ ଓ କ୍ରୋଧିତ ହୋଇ ପୋଲିସ ଉପରେ ଆକ୍ରମଣ କରିଛନ୍ତି ।