ETV Bharat / bharat

ନୂଆବର୍ଷ ଦିନ 60 ହଜାର ଶିଶୁ ଜନ୍ମ ନେଇ ସର୍ବାଧିକ ରେକର୍ଡ କଲା ଭାରତ - UNICEF

ନୂଆ ବର୍ଷ 2021 ଆରମ୍ଭ ହୋଇଯାଇଛି । ନୂଆବର୍ଷର ପହିଲି ଦିନରେ ବିଶ୍ବରେ ଜନ୍ମନେଇଛନ୍ତି 3 ଲକ୍ଷରୁ ଊର୍ଦ୍ଧ୍ବ ଶିଶୁ । ଅଧିକ ପଢନ୍ତୁ...

ନୂଆବର୍ଷ ଦିନ 60 ହଜାର ଶିଶୁ ଜନ୍ମ ନେଇ ସର୍ବାଧିକ ରେକର୍ଡ କଲା ଭାରତ

author img

By

Published : Jan 5, 2021, 2:05 PM IST

ନୂଆଦିଲ୍ଲୀ: ନୂଆବର୍ଷ ଦିନ ନୂଆ ଅତିଥିକୁ ସ୍ବାଗତ କଲା ବିଶ୍ବ । ବିଶ୍ବବ୍ୟାପୀ ଜନ୍ମ ନେଲେ 3 ଲକ୍ଷ 71 ହଜାର 500 ଶିଶୁ । 2021 ପ୍ରଥମ ଶିଶୁ ଫିଜିରେ ଓ ଶେଷ ଶିଶୁ ଆମେରିକାର ଜନ୍ମ ନେଇଛି । ପାଖାପାଖି 60 ହଜାରରୁ ଊର୍ଦ୍ଧ୍ବ ଶିଶୁ କେବଳ ଭାରତରେ ଜନ୍ମ ନେଇଥିବାବେଳେ ଏହା ବିଶ୍ବରେ ସର୍ବାଧିକ ରେକର୍ଡ କରିଛି । ଏନେଇ ୟୁନିସେଫ(UNICEF)ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡିଛି ।

ବିଶ୍ବବ୍ୟାପୀ ଅଧାରୁ ଅଧିକ ଶିଶୁ 10 ଟି ଦେଶରେ ଜନ୍ମଗ୍ରହଣ କରିଛନ୍ତି । ଭାରତରେ 59 ହଜାର 995 ଜଣ, ଚୀନରେ 35 ହଜାର 615, ନାଇଜେରିଆରେ 21 ହଜାର 439, ପାକିସ୍ତାନରେ 14ହଜାର 161, ଇଣ୍ଡୋନେସିଆରେ 12 ହଜାର 336, ଇଥୋପିଆେ 12 ହଜାର 6, ଆମେରିକାରେ 10 ହଜାର 312, ଇଜିପ୍ଟରେ 9 ହଜାର 455 , ବାଲାଂଦେଶରେ 9 ହଜାର 236, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ 8 ହଜାର 640 ଜଣ ଶିଶୁ ଜନ୍ମଲାଭ କରିଛନ୍ତି ।

ଜାତିସଂଘର ଏଜେନ୍ସ କହିଛି, 2021ରେ ପ୍ରାୟ 140 ନିୟୁତ ଶିଶୁ ଜନ୍ମ ହେବେ । ସେମାନଙ୍କର ହାରାହାରି ବୟସ 84 ବର୍ଷ ହେବ ବୋଲି ଆଶା କରାଯାଉଛି ।

ଜାତିସଂଘ ଏଜେନ୍ସି କହିଛି ଯେ ମୋଟ 2021 ମସିହାରେ ପ୍ରାୟ 140 ନିୟୁତ ଶିଶୁ ଜନ୍ମ ହେବେ ଏବଂ ସେମାନଙ୍କର ହାରାହାରି ଆୟୁ 84 ବର୍ଷ ହେବ ବୋଲି ଆଶା କରାଯାଉଛି। ସେପଟେ, ଚଳିତ ବର୍ଷ ୟୁନିସେଫ 75 ତମ ବାର୍ଷିକୀ ପାଳନ କରିବ । ବର୍ଷକ ମଧ୍ୟରେ ୟୁନିସେଫ ଏବଂ ଏହାର ସହଯୋଗୀମାନେ ବାର୍ଷିକୀକୁ ସ୍ମରଣ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.