ETV Bharat / bharat

ଦୁଷ୍କର୍ମ ମାମଲାରେ ଦେଶରେ ପ୍ରଥମ ମଧ୍ୟପ୍ରଦେଶ, ରାଜସ୍ଥାନ ଦ୍ବିତୀୟ - ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ରିପୋର୍ଟ

ଲଗାତାର ତୃତୀୟ ଥର ପାଇଁ ମଧ୍ୟପ୍ରଦେଶରେ ସର୍ବାଧିକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ରାଜ୍ୟ ତାଲିକାରେ ପ୍ରଥମ ସ୍ଥାନରେ ରହିଛି ।

MP tops in number of rape cases
ଦୁଷ୍କର୍ମ ମାମଲାରେ ମଧ୍ୟପ୍ରଦେଶ ଦେଶରେ ପ୍ରଥମ, ରାଜସ୍ଥାନ ଦ୍ବିତୀୟ
author img

By

Published : Jan 10, 2020, 12:03 PM IST

ନୂଆଦିଲ୍ଲୀ: ଲଗାତାର ତୃତୀୟ ଥର ପାଇଁ ମଧ୍ୟପ୍ରଦେଶରେ ସର୍ବାଧିକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ରାଜ୍ୟ ତାଲିକାରେ ପ୍ରଥମ ସ୍ଥାନରେ ରହିଛି । 2018 ମସିହା ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଆଧାରରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଦେଶର ରୁଜୁ ହୋଇଥିବା ସମୁଦାୟ ଦୁଷ୍କର୍ମ ମାମଲାର 16 ପ୍ରତିଶତ ମଧ୍ୟପ୍ରଦେଶରେ ରୁଜୁ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଆଧାରରେ ଦେଶରେ ମୋଟ 33 ହଜାର 3ଶହ 56 ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ମଧ୍ୟପ୍ରଦେଶରେ 5 ହଜାର 4ଶହ 33ଟି ମାମଲା ରୁଜୁ ହୋଇଛି । ମଧ୍ୟପ୍ରଦେଶରେ ରୁଜୁ ହୋଇଥିବା ମାମଲା ଗୁଡିକରେ 6 ବର୍ଷରୁ କମ 54 ଜଣ ପୀଡିତା ରହିଛନ୍ତି । 2016 ଓ 2017 ମସିହାରେ ମଧ୍ୟ ଏହି ରାଜ୍ୟରେ ସର୍ବାଧିକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା ।

ମଧ୍ୟପ୍ରଦେଶରେ 2017 ମସିହା ତୁଳନାରେ 2018ର ମାମଲା ସଂଖ୍ୟା କମିଥିବା ରିପୋର୍ଟ ଦର୍ଶାଇଛି । 2018ରେ 4ହଜାର 8 ଶହ 82ଟି ମାମଲା ରୁଜୁ ହୋଇଥିବା ଜଣାପଡିଛି ।

ସେହିପରି 2018ରେ ରୁଜୁ ହୋଇଥିବା 2ହଜାର 8ଶହ 41 ମାମଲାରେ ପୀଡିତା 18 ବର୍ଷରୁ କମ ରହିଥିବା ରିପୋର୍ଟରେ ପ୍ରକାଶିତ ହୋଇଛି । ଏହା ମଧ୍ୟରେ 54 ଜଣ ପୀଡିତା 6ବର୍ଷରୁ କମ ରହିଥିବା ବେଳେ 142 ଜଣ 6ରୁ 12 ବର୍ଷ ମଧ୍ୟରେ ରହିଛନ୍ତି । 2018 ମସିହା ସର୍ବାଧିକ ଦୁଷ୍କର୍ମ ମାମଲା ତାଲିକାରେ ମଧ୍ୟପ୍ରଦେଶ ପ୍ରଥମ ସ୍ଥାନରେ ରହିଥିବା ବେଳେ ରାଜସ୍ଥାନ(4335) ଦ୍ବିତୀୟ, ଉତ୍ତରପ୍ରଦେଶ(3946) ତୃତୀୟ, ମହାରାଷ୍ଟ୍ର(2142) ଚତୁର୍ଥ ଓ ଛତିଶଗଡ(2091) ସହ ପଞ୍ଚମ ସ୍ଥାନରେ ରହିଛନ୍ତି ।

Intro:Body:

vcv

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.