ମୁମ୍ବାଇ: ତାଇୱାନିଜ ବ୍ରାଣ୍ଡ ଆସସ୍ ଶୁକ୍ରବାର ନିଜ ନୂଆ ଡିଭାଇସ ନେଇ ଘୋଷଣା କରିଛି । ଏହି ନୂଆ ଡିଭାଇସଟି ହେଉଛି ଏଆଇ ନଏଜ-କ୍ୟାନସେଲିଂ ମାଇକ୍ରୋଫୋନ ଟେକ୍ନୋଲୋଜି । ବିନା କୌଣସି ଅନ୍ୟବଶ୍ୟକ ଶବ୍ଦର ବାଧାରେ ଶୁଦ୍ଧ ଓ କ୍ଲିଅର ଯୋଗାଯୋଗ ପାଇଁ ଏହି ମାଇକ୍ରୋଫୋନର ବ୍ୟବହାର କରାଯାଇପାରେ ବୋଲି କମ୍ପାନୀ ସୂଚନା ଦେଇଛି । ଏହି ନୂଆ ଟେକ୍ନୋଲୋଜି ଆସସ୍ ଏଆଇ ନଏଜ କ୍ୟାନସେଲିଂ ମାଇକ୍ ଆଡପ୍ଟର ଓ ଲାଟେଷ୍ଟ ଆରଓଜି ହେଡସେଟ୍ରେ ଉପଲବ୍ଧ ହେବ ।
ଏହି ଟେକ୍ନୋଲୋଜିରେ ଚିପ୍ ସେଟ୍ର ବ୍ୟବହାର କରାଯାଉଛି । ଯାହା ଅନ୍ୟବଶ୍ୟକ ନଏଜ ବା ଶବ୍ଦକୁ ମାନବ ଶବ୍ଦଠାରୁ ଅଲଗା କରିପାରେ । ଉଦାହରଣ ସ୍ବରୂପ ଏହା ଆପଣଙ୍କ ପଛରୁ ଆସୁଥିବା ପବନ ଶବ୍ଦ, ଟ୍ରାଫିକ ଶବ୍ଦ ବା ଅନ୍ୟ କୌଣସି ଅନ୍ୟବଶ୍ୟକ ଶବ୍ଦକୁ ଆପଣଙ୍କ ଶବ୍ଦରୁ ଅଲଗା କରିପାରେ । ଏହା ବିଶ୍ବର ପ୍ରଥମ ୟୁଏସବି-ସିରୁ ଇଣ୍ଟିଗ୍ରେଟେଡ ଏଆଇ ଟେକ୍ନୋଲୋଜି ସହ 3.5ମିଲିମିଟର ଆଡପ୍ଟର । ଏହା ହେଡସେଟ ସହ 3.5 ମିଲିମିଟରର ଅଡିଓ ଜ୍ୟାକ ଦ୍ବାରା କନେକ୍ଟ କରାଯାଇପାରେ ।
ଏଥିରେ ୟୁଏସବି ଟାଇପ ସିଠାରୁ ଆରମ୍ଭ କରି ଟାଇପ ଏପର୍ଯ୍ୟନ୍ତ ଆଡପ୍ଟର ରହିଛି । ଏହାକୁ ବିଭିନ୍ନ ସ୍ମାର୍ଟ ଡିଭାଇସ ଯଥା ଗେମିଂ ଡିଭାଇସରେ ମଧ୍ୟ ସହଜରେ କନେକ୍ଟ କରାଯାଇପାରେ । ଏହାର ମୂଲ୍ୟ ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ଏହା ଅଗଷ୍ଟ ମାସରୁ ବିକ୍ରି ଆରମ୍ଭ ହେବ ।
@IANS