ETV Bharat / bharat

ସେପ୍ଟେମ୍ବର 1 ରେ ପୃଥିବୀର ଅତି ନିକଟତର ହୋଇ ଗତି କରିବ 2011 ES4 ଗ୍ରହ - 2011 ES4 ଗ୍ରହ

ସେପ୍ଟେମ୍ବର 1 ରେ 20-40 ମିଟର ବ୍ୟାସ ବିଶିଷ୍ଟ ଏକ ଗ୍ରହ ପୃଥିବୀର ନିକଟତର ହୋଇ ଗତି କରିବ । ନାସା ପକ୍ଷରୁ ରବିବାର ଏନେଇ ସୂଚନା ଦିଆଯାଇଛି ।

ସେପ୍ଟେମ୍ବର 1 ରେ ପୃଥିବୀର ଅତି ନିକଟତର ହୋଇ ଗତି କରିବ 2011 ES4 ଗ୍ରହ

author img

By

Published : Aug 30, 2020, 8:31 PM IST

ୱାଶିଂଟନ: ସେପ୍ଟେମ୍ବର 1 ରେ 20-40 ମିଟର ବ୍ୟାସ ବିଶିଷ୍ଟ ଏକ ଗ୍ରହ ପୃଥିବୀର ନିକଟତର ହୋଇ ଗତି କରିବ । ପୃଥିବୀଠାରୁ ଏହାର ଦୂରତା ବର୍ତ୍ତମାନ 1.2 ଲକ୍ଷ କିଲୋମିଟର ରହିଛି । ଅର୍ଥାତ୍ ଏହା ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଅତି ନିକଟତର ହେବ । ଯଦିଓ ଏହି ଦୂରତା ବହୁତ କମ୍ କିନ୍ତୁ ପୃଥିବୀକୁ ଧକ୍କା ଦେବାର ସମ୍ଭାବନା ଅଳ୍ପ ରହିଛି । ନାସା ପକ୍ଷରୁ ରବିବାର ଏନେଇ ସୂଚନା ଦିଆଯାଇଛି ।

2011 ES4 ନାମକ ଏହି ଗ୍ରହର ଆପେକ୍ଷିକ ଗତି ପ୍ରତି ସେକେଣ୍ଡରେ ପ୍ରାୟ 8.16 କିଲୋମିଟର ରହିଥିବା ନାସା ଆକଳନ କରିଛି । ଏହି ଗ୍ରହ 2011 ରେ ଆବିଷ୍କୃତ ହୋଇଥିଲା ଏବଂ କେବଳ 4 ଦିନ ପାଇଁ ଦେଖାଯାଇଥିଲା । ଏହି ଗ୍ରହକୁ ନିଜ ଚାରିପାଖରେ ବୁଲିବାକୁ 1.14 ବର୍ଷ ଲାଗେ । ପୃଥିବୀ ସହିତ ଏହାର କକ୍ଷପଥ ଏହାକୁ କେବଳ 9 ବର୍ଷରେ ଥରେ ନିକଟତର ହୋଇଥାଏ । ତଥାପି ଏହାର ପଥ ଏପର୍ଯ୍ୟନ୍ତ ଅଲଗା ରହିଛି ଏବଂ ପୃଥିବୀ କିମ୍ବା ପୃଥିବୀର କୌଣସି କୃତ୍ରିମ ଉପଗ୍ରହ ପାଇଁ କୌଣସି ବିପଦ ସୃଷ୍ଟି କରିନାହିଁ।

ଭବିଷ୍ୟତର ବିପଦକୁ ଏଡାଇବା ପାଇଁ ନାସାର ସେଣ୍ଟ୍ରି ରିସ୍କ ଟେବୁଲ ଏହିପରି ବିପଜ୍ଜନକ ଗ୍ରହ ଉପରେ ନଜର ରଖିଥାଏ। ବର୍ତ୍ତମାନ ଏପରି 22 ଟି ଗ୍ରହ ଅଛି ଯାହା ପରବର୍ତ୍ତୀ 100 ବର୍ଷ ପାଇଁ ପୃଥିବୀକୁ ଧକ୍କା ଦେବାର କମ୍ ସମ୍ଭାବନା ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.