ETV Bharat / bharat

ପୁଅକୁ ଫ୍ୟାନରେ ଟାଙ୍ଗି ହତ୍ୟା ପରେ ଅଧ୍ୟାପକଙ୍କ ଆତ୍ମହତ୍ୟା

ଜଘନ୍ୟ ହତ୍ୟାକାଣ୍ଡ । ନିଜ ପୁଅକୁ ଫ୍ୟାନରେ ଟାଙ୍ଗି ହତ୍ୟା ପରେ ଖୋଦ ଅଧ୍ୟାପକ କଲେ ଆତ୍ମହତ୍ୟା ।

author img

By

Published : May 30, 2020, 12:05 PM IST

ପୁଅକୁ ଫ୍ୟାନରେ ଟାଙ୍ଗି ମାରିବା ପରେ ଖୋଦ ଅଧ୍ୟାପକ କଲେ ଆତ୍ମହତ୍ୟା

ହାଇଦ୍ରାବାଦ: ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଅମାବନୀୟ କାଣ୍ଡ । ନିଜ ପୁଅର ହତ୍ୟା କରିବା ସହ ନିଜେ କଲେ ଆତ୍ମହତ୍ୟା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନା ନରସିଙ୍ଗି ଜିଲ୍ଲାରେ ।

34 ବର୍ଷୀୟ ମହିଳା ଅସିଷ୍ଟାଣ୍ଟ ପ୍ରଫେସର ଜଣଙ୍କ ଏନ ଭାର୍ଗବୀ ବୋଲି ଜଣାପଡିଛି । ସେ ତାଙ୍କ 10 ବର୍ଷର ପୁଅ ଓ 1 ବର୍ଷର ଝିଅ ସହ ରହୁଥିବାବେଳେ, ତାଙ୍କ ସ୍ବାମୀ ଜଣେ ସଫ୍ଟୱେୟାର ଇଞ୍ଜିଂନିୟର ଭାବରେ କାର୍ଯ୍ୟରତ । ଗତକାଲି ସକାଳୁ ସ୍ବାମୀ ସତୀସ ଅଫିସ ଯାଇଥିବା ବେଳେ ମହିଳା ଜଣଙ୍କ ପ୍ରଥମେ ନିଜ ପୁଅକୁ ଦଉଡିରେ ଏକ ଫ୍ୟାନରେ ଟାଙ୍ଗି ଦେଇଥିଲେ । ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଥିଲେ ।

ସତୀସ ତାଙ୍କୁ ବାରମ୍ବାର ଫୋନ କରିବା ପରେ କେହି ନଉଠାଇବାରୁ ସେ ୱାଚମ୍ୟାନକୁ କହିଥିଲେ । ୱାଚମ୍ୟାନ ଝରକା ପଟେ ଆସି ଦେଖିବା ପରେ ଉଭୟ ମା ଓ ପୁଅ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲା । ଏହାପରେ ସେ ତୁରନ୍ତ ସତୀଶଙ୍କୁ ଖବର ଦେଇଥିଲା ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ମାମଲା ରୁଜୁ କରିଛି । ଘଟଣା ସ୍ଥଳରୁ କୌଣସି ସୁଇସାଇଡନୋଟ ଜବତ ହୋଇନାହିଁ । କିନ୍ତୁ ସତୀସଙ୍କ କହିବାନୁଯାୟୀ ତାଙ୍କ ସ୍ତ୍ରୀ ଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ରହିଥିଲା । ସେ କିଛିଦିନ ଧରି ଚିନ୍ତିତ ରହୁଥିଲେ । ଏପରିକି ମାନସିକ ଭାରସାମ୍ୟ ମଧ୍ୟ ହରାଇବସିଥିଲେ । ତେବେ ପୋଲିସ ଏହି ମାମଲାରେ ଏବେ ଖୋଳତାଡ ଆରମ୍ଭ କରିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.