ETV Bharat / bharat

୨ରୁ ଅଧିକ ସନ୍ତାନ ହେଲେ ମିଳିବନି ସରକାରୀ ଚାକିରି - new government job policy

ଏଣିକି ୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ମିଳିବ ନାହିଁ ସରକାରୀ ଚାକିରି । ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା...

ଫାଇଲ ଫଟୋ
author img

By

Published : Oct 22, 2019, 7:24 PM IST

ଗୌହାଟୀ: ଜନସଂଖ୍ୟାକୁ ନିୟନ୍ତ୍ରଣରେ ରଖିବା ପାଇଁ ଆସାମ ସରକାରଙ୍କ ବଡ ପଦକ୍ଷେପ । ଏଣିକି ୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ମିଳିବ ନାହିଁ ସରକାରୀ ଚାକିରି । ସୋମବାର ସନ୍ଧ୍ୟାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ନିୟମ ୨୦୨୧ ଜାନୁଆରୀ ପହିଲାରୁ ଲାଗୁ ହେବ ।

ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଜନସମ୍ପର୍କ ପ୍ରକୋଷ୍ଠ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ଛୋଟ ପରିବାର ମାନଦଣ୍ଡ ଅନୁସାରେ 2ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ସରକାରୀ ଚାକିରି ଦିଆଯିବ ନାହିଁ । ତେବେ ଏହି ନିୟମକୁ କେବଳ ଚାକିରି ମିଳିବା ସମୟରେ ନୁହେଁ ବରଂ ଚାକିରୀର ଶେଷ ପର୍ଯ୍ୟନ୍ତ ପାଳନ କରିବାକୁ ହେବ । ଚାକିରୀ ଚାକିରି ମିଳିବା ପରେ ଯଦି କୌଣସି ବ୍ୟକ୍ତିଙ୍କ ସନ୍ତାନ ସଂଖ୍ୟା ୨ରୁ ଅଧିକ ହେଉଛି, ତେବେ ତାଙ୍କୁ ଚାକିରିରୁ ବହିଷ୍କାର କରାଯିବ ବୋଲି କୁହାଯାଇଛି ।

କ୍ୟାବିନେଟ୍‌ ବୈଠକରେ ନୂଆ ଭୂମି ନୀତିକୁ ମଧ୍ୟ ମଞ୍ଜୁରୀ ମିଳିଛି । ଯେଉଁଥିରେ ଭୂମିହୀନ ଲୋକମାନଙ୍କୁ ରାଜ୍ୟରେ ତିନି ବିଘା (୦.୭୫ ଏକର)କୃଷି ଭୂମି ଓ ଘର ନିର୍ମାଣ ପାଇଁ ଆଧା ବିଘା ଜମି ମିଳିବ ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.